ଶିବସେନା ଆଇଟି ସେଲ୍‌ ସଦସ୍ୟ ପଦରୁ ଇସ୍ତଫା ଦେଲେ ରମେଶ ସୋଲଙ୍କୀ

Published: Nov 27, 2019, 2:15 pm IST

ମୁମ୍ବାଇ, ୨୭/୧୧: ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡ୍‌ନଭାସୀ ଇସ୍ତଫା ଦେବା ପରେ ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଡ୍ରାମାରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ଭାବରେ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି ।  ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରେ ଶିବସେନା ଏନ୍‌ସିପି ଓ କଂଗ୍ରେସ ସହିତ ହାତ ମିଳାଇଛି । ଏହି ତିନି ଦଳଙ୍କ ବିଚାରାଧାରା ଭିନ୍ନ ରହିଥିବାବେଳେ ତିନିହେଁ ଏକାଠି ସରକାର ଗଢିବା ନେଇ ପ୍ରଥମରୁ ପ୍ରଶ୍ନ ଉଠିସାରିଛି । କିନ୍ତୁ ଏବେ ବିରୋଧର ସ୍ବର ଶୁଣିବାକୁ ମିଳିଲାଣି । ଶିବସେନାର ଆଇଟି ସେଲ୍‌ରେ ସଦସ୍ୟ ରମେଶ ସୋଲୋଙ୍କୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେବାର କାରଣ ସେ କଂଗ୍ରେସ ସହ ମେଣ୍ଟ ହେବାକୁ ଦର୍ଶାଇଛନ୍ତି । ସାଲୋଙ୍କୀ ନିଜ ଟୁଇଟର୍‌ ଆକାଉଣ୍ଟରେ ଲେଖିଛନ୍ତି ଯେ, ତାଙ୍କ ଅନ୍ତରାତ୍ମା କଂଗ୍ରେସ ସହିତ କାମ କରିବାକୁ ଅନୁମତି ଦେଉନାହିଁ। ସେ ବିବିଏସ୍‌/ ଯୁବସେନା ସହିତ ସମ୍ମାନିତ ପଦରୁ ଇସ୍ତଫା ଦେବା ସହିତ ଉଦ୍ଧବ ଠାକ୍‌ରେ ଓ ଆଦିତ୍ୟ ଠାକ୍‌ରେଙ୍କୁ ଧନ୍ୟବାଦ ଜଣାଇଛନ୍ତି । (ଏଜେନ୍ସି)

Related posts