Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର ପ୍ରସଙ୍ଗରେ ଦଳୀୟ ଆଭିମୁଖ୍ୟକୁ ନେଇ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଲେ ଗୁଜରାଟ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ଗୁଜୁରାଟର ବରିଷ୍ଠ କଂଗ୍ରେସ ବିଧାୟକ ସିଜେ ଚାୱଡା ଶୁକ୍ରବାର ବିଧାନସଭା ସଭ୍ୟପଦରୁ ଇସ୍ତଫା ଦେଇ କହିଛନ୍ତି ଯେ ରାମ ମନ୍ଦିର ପ୍ରତି ଦଳର ଆଭିମୁଖ୍ୟରେ ସେ ଅସନ୍ତୁଷ୍ଟ ଅଛନ୍ତି। ବିଜେପୁର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିବା ସେ ଆଜି ସକାଳେ ଗାନ୍ଧୀନଗରରେ ବାଚସ୍ପତି ଶଙ୍କର ଚୌଧୁରୀଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

କଂଗ୍ରେସରୁ ଇସ୍ତଫା ଦେବା ନେଇ ସିଜେ ଚାୱଡା କହିଛନ୍ତି, ମୁଁ କଂଗ୍ରେସରୁ ଇସ୍ତଫା ଦେଇଛି। ମୁଁ ୨୫ ବର୍ଷ ଧରି କଂଗ୍ରେସରେ କାମ କରିଛି। ଏହାର କାରଣ ହେଉଛି ଯେତେବେଳେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଯୋଗୁଁ ସମଗ୍ର ଦେଶର ଜନତା ଆନନ୍ଦିତ ଅଛନ୍ତି ଏବଂ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥାଏ, ସେତେବେଳେ ସେହି ଆନନ୍ଦର ଲହରରେ ସାମିଲ ହେବା ପରିବର୍ତ୍ତେ ଏହି ଦଳ (କଂଗ୍ରେସ) ଯେଉଁ ଆଭିମୁଖ୍ୟ ଦେଖାଇଛି ତାହା ଅସନ୍ତୁଷ୍ଟ ହେବାର କାରଣ।

ଗୁଜରାଟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇ ବିଶାଳ ନେତାଙ୍କ କାର୍ଯ୍ୟ ଏବଂ ନୀତିକୁ ଆମେ ସମର୍ଥନ କରିବା ଉଚିତ। କିନ୍ତୁ କଂଗ୍ରେସରେ ଥାଇ ମୁଁ ତାହା କରିପାରିନଥାନ୍ତି। ତେଣୁ ମୁଁ ଇସ୍ତଫା ଦେଇଦେଲି।

ଚାୱଡାଙ୍କ ବିଦାୟ ପରେ ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ କଂଗ୍ରେସ ଦଳର ସଂଖ୍ୟା ଏବେ ୧୫ରେ ପହଞ୍ଚିଛି। ସେ ବିଜେପିରେ ଯୋଗ ଦେବେ ବୋଲି ଆଶା କରାଯାଉଛି। ତେବେ ଏନେଇ କୌଣସି ସୂଚନା ମିଳିନାହିଁ। ଏହା ପୂର୍ବରୁ ଆନନ୍ଦ ଜିଲ୍ଲା ଖମ୍ଭହାଟର କଂଗ୍ରେସ ବିଧାୟକ ଚିରାଗ ପଟେଲ ମଧ୍ୟ ବିଧାନସଭାରୁ ଇସ୍ତଫା ଦେଇଥିଲେ।
ସେପଟେ ଜାନୁଆରୀ ୨୨ରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ପରଦିନ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର

ଶିବସେନା ଆଇଟି ସେଲ୍‌ ସଦସ୍ୟ ପଦରୁ ଇସ୍ତଫା ଦେଲେ ରମେଶ ସୋଲଙ୍କୀ

ମୁମ୍ବାଇ, ୨୭/୧୧: ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡ୍‌ନଭାସୀ ଇସ୍ତଫା ଦେବା ପରେ ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଡ୍ରାମାରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ଭାବରେ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି ।  ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରେ ଶିବସେନା ଏନ୍‌ସିପି ଓ କଂଗ୍ରେସ ସହିତ ହାତ ମିଳାଇଛି । ଏହି ତିନି ଦଳଙ୍କ ବିଚାରାଧାରା ଭିନ୍ନ ରହିଥିବାବେଳେ ତିନିହେଁ ଏକାଠି ସରକାର ଗଢିବା ନେଇ ପ୍ରଥମରୁ ପ୍ରଶ୍ନ ଉଠିସାରିଛି । କିନ୍ତୁ ଏବେ ବିରୋଧର ସ୍ବର ଶୁଣିବାକୁ ମିଳିଲାଣି । ଶିବସେନାର ଆଇଟି ସେଲ୍‌ରେ ସଦସ୍ୟ ରମେଶ ସୋଲୋଙ୍କୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେବାର କାରଣ ସେ କଂଗ୍ରେସ ସହ ମେଣ୍ଟ ହେବାକୁ ଦର୍ଶାଇଛନ୍ତି । ସାଲୋଙ୍କୀ ନିଜ ଟୁଇଟର୍‌ ଆକାଉଣ୍ଟରେ ଲେଖିଛନ୍ତି ଯେ, ତାଙ୍କ ଅନ୍ତରାତ୍ମା କଂଗ୍ରେସ ସହିତ କାମ କରିବାକୁ ଅନୁମତି ଦେଉନାହିଁ। ସେ ବିବିଏସ୍‌/ ଯୁବସେନା ସହିତ ସମ୍ମାନିତ ପଦରୁ ଇସ୍ତଫା ଦେବା ସହିତ ଉଦ୍ଧବ ଠାକ୍‌ରେ ଓ ଆଦିତ୍ୟ ଠାକ୍‌ରେଙ୍କୁ ଧନ୍ୟବାଦ ଜଣାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ତଥ୍ୟ ଲୁଚାଇବା ନେଇ ପ୍ରତିରକ୍ଷା ସଚିବ ଏବଂ ପୋଲିସ ମୁଖ୍ୟଙ୍କୁ ଇସ୍ତଫା ଦେବାକୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

ଶ୍ରୀଲଙ୍କାର କଲୋମ୍ବୋରେ ଗତ ରବିବାର ଦିନ ଘଟି ଯାଇଥିବା ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈଥ୍ରିପାଲା ସିରିସେନା ଦେଶର ସୁରକ୍ଷା ଦାୟିତ୍ବରେ ଥିବା ଦୁଇ ଶୀର୍ଷ ଅଧିକାରୀଙ୍କୁ ଇସ୍ତଫା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେ ଶ୍ରୀଲଙ୍କାର ପୁଲିସ ବିଭାଗର ମୁଖ୍ୟ ଓ ପ୍ରତିରକ୍ଷା ସଚିବଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନ ସୂତ୍ରରୁ ପ୍ରକାଶ ଏହି ଦୁଇ ଅଧିକାରୀ ବିଦେଶୀ ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ଆକ୍ରମଣ ସଂପର୍କିତ ସୂଚନାକୁ ରାଷ୍ଟ୍ରପତି ସିରିସେନାଙ୍କୁ ଜଣାଇ ନ ଥିଲେ। ଏଥିସହ ରାଷ୍ଟ୍ରପତି ଶ୍ରୀଲଙ୍କାର ପୁଲିସ ଓ ସେନାର ଶୀର୍ଷ ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ କରିବେ ବୋଲି ସୂଚନା ମିଳିଛି।
ଅନ୍ୟ ପକ୍ଷରେ ଗତ ରବିବାର ଦିନ ଘଟି ଯାଇଥିବା ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ସର୍ବମୋଟ ୯ ଜଣ ଆତଙ୍କବାଦୀ ସାମିଲ ଥିଲେ। ଆଉ ଏଇ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ଆତଙ୍କବାଦୀ ରହିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩୫୯ ଜଣଙ୍କର ମୁତ୍ୟୁ ଘଟି ସାରିଥିବା ବେଳେ ୬୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ଜୀବନ ମୁତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି। ଏହି ଆତ୍ମଘାତୀ ବିସ୍ଫୋରଣ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଏସ୍‌ ଘଟାଇଛି ବୋଲି ଦାବୀ କରୁଥିବା ବେଳେ ଶ୍ରୀଲଙ୍କାର ପୁଲିସ୍‌ ପ୍ରବକ୍ତା ରୁଓ୍ଵାନ ଗୁଣଶେଖର କହିଛନ୍ତି ଯେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଆମେ  ୫୮ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛୁ; ତଦନ୍ତ ପରେ ହିଁ ଯାହା କିଛି ସ୍ପଷ୍ଟ ହେବ।

 

Categories
ଆଜିର ଖବର

ବିଜେଡିରୁ ପ୍ରତ୍ୟୁଷାଙ୍କ ଇସ୍ତଫା

ବିଜେଡିରୁ ଇସ୍ତଫା ଦେଇଛନ୍ତି ପ୍ରତ୍ୟୁଷା ସିଂଦେଓ। କନ୍ଧମାଳରୁ ସାଂସଦ ରହିଥିବା ପ୍ରତ୍ୟୁଷାଙ୍କୁ ଟିକେଟ୍‌ ନମିଳିବାରୁ ଦଳ ଛାଡିଥିବା ପ୍ରତ୍ୟୁଷା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳପ୍ରତି ମୋର ଆନୁଗତ୍ୟକୁ ଅଣଦେଖା କରାଯାଇଛି ବୋଲି କହିବା ସହିତ  ପ୍ରତ୍ୟୁଷା କହିଛନ୍ତି ଯେ, ବିଜେଡି  ୩୩ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାର ନାରା ଲଗାଇଥିଲେ ମଧ୍ୟ ଦଳ ତାଙ୍କୁ ଟିକଟ ନଦେବାରୁ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫାପତ୍ରରେ ଅରୁଣ ସାହୁ ଏବଂ ବିକ୍ରମ ଆରୁଖଙ୍କୁ ଦୋଷାରୋପ କରିଛନ୍ତି ପ୍ରତ୍ୟୁଷା। ସ୍ବାମୀଙ୍କ ମୃତ୍ୟୁ ପରେ ଅରୁଣ ସାହୁ ହଇରାଣ କରୁଥିବାର ଅଭିଯୋଗ ଆଣିବା ସହିତ ବିକ୍ରମ ଆରୁଖଙ୍କ ପାଇଁ ଟିକଟ କାଟି ଦିଆଗଲା ବୋଲି ରାଜେଶ୍ବରୀ ଅଭିଯୋଗ ବାଢିଛନ୍ତି।