Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗାଡ଼ି ମନା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡ୍‌ ଲାଇନ ଜାରି
ଆଜିର ଖବର

ଏଣିକି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗାଡ଼ି ମନା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡ୍‌ ଲାଇନ ଜାରି

December 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 25/12: ଏଣିକି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଗାଡ଼ି ଆସିବା ନେଇ ଜାରି ହୋଇଛି କଟକଣା। କମ ବୟସର ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଗାଡ଼ି ନେଇ ଆସିବା ଉପରେ ବାରଣ କରି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏନେଇ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ନିଦ୍ଦେଶାଳୟର ଉପନିର୍ଦ୍ଦେଶକ। ୧୮ ବର୍ଷରୁ କମ୍ ବୟସ ପିଲାମାନେ ଯେପରି ମୋଟର ସାଇକଲ ଆଣି ବିଦ୍ୟାଳୟକୁ ନ ଆସନ୍ତି ସେନେଇ ସ୍କୁଲ ଅଧ୍ୟକ୍ଷମାନେ ନଜର ରଖିବେ । ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଲାଇବା ସମୟରେ ଧରାପଡ଼ନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି। ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଏହି ନୟମକୁ କଡ଼ାକଡ଼ି ମାନିବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଦିଗରେ ସଚେତନ କରାଇବାକୁ ଏହି ଚିଠିରେ ଉଲ୍ଲେଖ ରହିଛି। ସରକାରୀ ସମେତ ବେସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ ନିୟମ ପାଳନ କରିବା ନେଇ ଏହି ନିର୍ଦ୍ଦେଶନାମାରେ ସୂଚନା ରହିଛି । ସେହିପରି ପିଲା ଓ ଅଭିଭାବକଙ୍କ ମଧ୍ୟରେ ସଡକ ସଚେତନତା ସୃଷ୍ଟି କରିବାକୁ ଧ୍ୟାନ ଦିଆଯାଉଛି । କେତେକ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ଗାଡ଼ି ଚଲାଉଥିବା ଜଣାପଡ଼ିଛି। ଏହା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏହି ଗାଇଡ୍‌ଲାଇନ୍ ଜାରି କରାଯାଇଛି। ୧୮ ବର୍ଷରୁ କମ୍ ତଥା ଯୁକ୍ତ୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଗାଡ଼ି ଚଲାଇବେ ନାହିଁ। ଏହା ସହ ସ୍କୁଲ ବସ୍ ନୀତିକୁ ସଠିକ୍‌ ରୂପେ ପାଳନ ନେଇ ମଧ୍ୟ ନିର୍ଦ୍ଦେଶ ଜାରି ରହିଛି। ଏହାଛଡ଼ା ସ୍କୁଲକୁ ଛାତ୍ରଛାତ୍ରୀଙ୍କୁ ଆଣି ଆସୁଥିବା ୩ ଚକିଆ ଗାଡି ଯେଭଳି କ୍ଷମତାଠାରୁ ଅଧିକ ପରିବହନ କରିବେ ନାହିଁ ତଥା ସଡକ ସୁରକ୍ଷା ନିୟମକୁ କଡାକଡି ପାଳନ କରିବେ ସେ ଦିଗରେ ଦୃଷ୍ଟି ଦେବାକୁ ଚିଠିରେ କୁହାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026
Latest News

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.