ନବମ ଖେଳାଳି ଭାବରେ 150 ତମ ଟେଷ୍ଟ ଖେଳିଲେ ଜେମ୍‌ସ ଆଣ୍ଡରସନ୍‌

Published: Dec 26, 2019, 4:42 pm IST

ନୂଆଦିଲ୍ଲୀ,26/12 : ନବମ ଖେଳାଳି ଭାବରେ ଟେଷ୍ଟରେ 150 ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି ଇଂଲଣ୍ଡର ଜେମ୍‌ସ ଆଣ୍ଡରସନ୍‌ । ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଡେ ଟେଷ୍ଟ ଖେଳି ଆଣ୍ଡରସନ୍‌ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ମେ 22, 2003ରେ ଲର୍ଡସ୍‌ରେ ପଦାର୍ପଣ କରିଥିବା ଆଣ୍ଡରସନ୍‌ ଏହି ମ୍ୟାଚ୍‌ ପୂର୍ବରୁ 149 ଟେଷ୍ଟରୁ 29.64 ହାରରେ 575 ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ବକ୍ସିଂ ଡେ ଟେଷ୍ଟର ପ୍ରଥମ ବଲ୍‌ରେ ଆଣ୍ଡରସନ୍‌ ଡିନ୍‌ ଏଲ୍‌ଗାରଙ୍କୁ ଆଉଟ କରି ସଫଳତା ହାସଲ କରିଥିଲେ । 200 ଟେଷ୍ଟ ସହିତ ସଚିନ୍‌ ତେନ୍ଦୁଲକର ଏହି ତାଲିକାର ଏକନମ୍ବର ସ୍ଥାନରେ ରହିଛନ୍ତି । ଅନ୍ୟତମ ଇଂଲଣ୍ଡ ଖେଳାଳି ଆଲେଷ୍ଟେୟାର କୁକ୍‌ 161 ଟେଷ୍ଟ ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି । (ଏଜେନ୍ସୀ)

Related posts