ନିଷିଦ୍ଧ ଡ୍ରଗ୍ସ ସେବନ : ଭାରୋତ୍ତଳିକା ସୀମା ଚାରିବର୍ଷ ବାସନ୍ଦ

Published: Dec 28, 2019, 1:25 pm IST

ନୂଆଦିଲ୍ଲୀ,28/12 : ନିଷିଦ୍ଧ ଡ୍ରଗ୍ସ ସେବନ କାରଣରୁ ଭାରତୀୟ ଭାରୋତ୍ତଳିକା ସୀମାଙ୍କୁ 4 ବର୍ଷ ପାଇଁ ବାସନ୍ଦ କରାଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ବିଜୟିନୀ ସୀମାଙ୍କୁ ନାଡା ପକ୍ଷରୁ 4 ବର୍ଷ ପାଇଁ ବାସନ୍ଦ କରାଯାଇଛି । 34 ତମ ଜାତୀୟ ଚାମ୍ପିୟନ୍‌ସିପ୍‌ ସମୟରେ ସୀମାଙ୍କ ନମୂନା ପଜିଟିଭ୍‌ ସାବ୍ୟସ୍ତ ହୋଇଛି । ସୀମାଙ୍କ ନମୂନାରୁ ହାଇଡ୍ରୋକ୍ସି-4, ମିଥୋକ୍ସି ଟେମୋକ୍ସିଫେନ୍‌, ଏଷ୍ଟ୍ରୋଜେନ୍‌ ମଡ୍ୟୁଲାର(ଏସ୍‌ଇଆର୍‌ଏମ୍‌), ମେଟେନୋଲୋନ୍‌, ଏନୋବୋସ୍ରାମ୍‌ ଏବଂ ଆର୍ଡ୍ରୋଜେନ୍‌ ରିସେପ୍ଟର ମଡ୍ୟୁଲାର ମିଳିଥିବା ନେଇ ନାଡା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ସମସ୍ତ ଔଷଧକୁ ଓ୍ବାଡା ପକ୍ଷରୁ 2019ରେ ନିଷିଦ୍ଧ ଘୋଷଣା କରାଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ବିଜୟିନୀ ସୀମା ଗୋଲ୍ଡକୋଷ୍ଟ ସିଡବ୍ଲ୍ୟୁଜିର 75 କିଗ୍ରା ବର୍ଗରେ ଷଷ୍ଠ ସ୍ଥାନରେ ରହିଥିଲେ । (ଏଜେନ୍ସୀ)

Related posts