Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ୍‌: ଯୋଗ ଦେବେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ
ଆଜିର ଖବର

ଆଜି ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ୍‌: ଯୋଗ ଦେବେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ

December 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଞ୍ଚି, 29/12: ଝାରଖଣ୍ଡରେ କଂଗ୍ରେସ-ଜେଏମ୍‌ଏମ୍‌-ଆରଜେଡି ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ଆଜି ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଦିନ 2ଟାରେ ମୋରବଡି ଗ୍ରାଉଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଝାରଖଣ୍ଡର 11 ତମ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସଙ୍କଳ୍ପ ଦିବସ ନାମରେ ନାମିତ କରାଯାଇଥିବା ବେଳେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଯାଉଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ପି ଚିଦାମ୍ବରମ୍‌, ଏନ୍‌ସିପି ନେତା ଶରଦ ପଓ୍ବାର, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ଆରଜେଡି ନେତା ତେଜସ୍ବୀ ଯାଦବ ପ୍ରମୁଖ ଯୋଗ ଦେବେ ବୋଲି ଜଣାପଡିଛି।

ସେହିପରି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା 6 ଜଣ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିଓ୍ବାଲ, ଉଦ୍ଧବ ଠାକ୍‌ରେ, ଅଶୋକ ଗେହଲଟ, କମଲ ନାଥ ଏବଂ ଭୂପେଶ ବାଘେଲ। ଅନ୍ୟ ମାନଙ୍କ ମଧ୍ୟରେ ଏଚ୍‌ଡି କୁମାରସ୍ବାମୀ, ହରିଶ ରାଓ୍ବତ, ଚନ୍ଦ୍ରବାବୁ ନାଇଡୁ, କେ କାନିମୋଝି, କେସି ଭେନୁଗୋପାଳ, ଅହମ୍ମଦ ପଟେଲ ଏବଂ ଶରଦ ଯାଦବ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି।  (ଏଜେନ୍ସୀ)

draupadimurmu hemantsoren soniagandhi
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ଅଗଷ୍ଟ ୧୪ ଯାଏଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

July 15, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 15, 2026

କୋଭିଡ-୧୯ ର କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ

July 15, 2026

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026
Latest News

ଆଜିଠାରୁ ଅଗଷ୍ଟ ୧୪ ଯାଏଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

July 15, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 15, 2026

କୋଭିଡ-୧୯ ର କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ

July 15, 2026

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026

ଶିକ୍ଷକ ପ୍ରମୋଦ କୁମାର ସାହୁ ପାଇଲେ ଶିକ୍ଷା ରତ୍ନ ସମ୍ମାନ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.