ଟ୍ରାଇର ଗ୍ରାହକଙ୍କୁ ନବବର୍ଷ ଉପହାର :ଏବେ ମାତ୍ର 130ଟଙ୍କାରେ ପାଇପାରିବେ 200ଟି ଚ୍ୟାନେଲ୍‌

Published: Jan 2, 2020, 10:02 am IST

ନୂଆଦିଲ୍ଲୀ, 2/1: ମହଙ୍ଗା କେବୁଲ୍‌ ଓ ଡିଟିଏଚ୍‌ର କନ୍‌କେସନ୍‌କୁ ନେଇ ବ୍ୟସ୍ତ ବିବ୍ରତ ଥିବା ଗ୍ରହକଙ୍କୁ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକକରଣ  (ଟ୍ରାଇ) ଅଫର ଦେଇଛି । ଏବେ ଆପଣ ମାତ୍ର 130ଟଙ୍କାରେ 200ଟି ଚ୍ୟାନେଲ୍‌ ଦେଖିପାରିବେ । ଏହି ନୂତନ ନିୟମ ଅନୁସାରେ  ଜାନୁଆରୀ 15 ଭିତରେ ଆପଣ ଆପଣଙ୍କ ଚ୍ୟାନେଲର ରେଟ୍‌ ପରିବର୍ତ୍ତନ ହେବ । 30 ଜାନୁଆରୀ ଭିତରେ  ସମସ୍ତ ଚ୍ୟାନେଲ୍‌ର ରେଟ୍‌ ନୂତନ ରେଟ୍‌ ଦିଆଯିବ । ଏହା ପରେ ମାର୍ଚ୍ଚ 1 ତାରିଖରୁ ନୂତନ ଦରରେ ଆପଣମାନେ ଚ୍ୟାନେଲ୍‌ ଦେଖିପାରିବେ ।

160 ଟଙ୍କାରେ ସମସ୍ତଙ୍କୁ ‘ଫ୍ରି ଟୁ ଏୟାର ଚ୍ୟାନେଲ୍‌’

ଟ୍ରାଇର ସୂଚନା ଅନୁସାରେ ଏହି ନିୟମ ଅନୁସାରେ ସବୁ ବର୍ଗର ଗ୍ରାହକଙ୍କୁ ରିହାତି ମିଳିବ । ଟ୍ରାଇ ବୁଧବାର ଦିନ କେବଲ ଓ ପ୍ରସାରଣ ସେବାର ନୂତନ ନିୟାମକ ରୂପରେଖ ପ୍ରସ୍ତୁତ କରୁଛି । ଏହି ଦ୍ବାରା କେବଲ ଟିଭି ଗ୍ରାହକଙ୍କୁ କମ୍‌ ପଇସାରେ ଅଧିକ ଚ୍ୟାନେଲ୍‌ ଦେଖିପାରିବେ । ଏହି ନିୟମାକ ଦ୍ବାରା ଉପଭୋକ୍ତା ସମସ୍ତ ‘ଫ୍ରି ଟୁ ଏୟାର୍‌’ ଚ୍ୟାନେଲ୍‌ର ଦେଉଥିବା ସମସ୍ତ ଶୁଳ୍କ ମାତ୍ର 160ଟଙ୍କା ରହିବ ।

ସେହିପରି ଅଫିସ୍‌ରେ ଏକ କିମ୍ବା ଏକରୁ ଅଧିକ ସଂଯୋଗ ନେବା ଦ୍ବାରା 40 ପ୍ରତିଶତ ରିହାତି ମିଳିବ । କେବଲ୍‌ କମ୍ପାନୀଗୁଡ଼ିକ ଏହି ସଂଯାଗ ଦରର ମୂଲ୍ୟକୁ କମ୍‌ କରିବେ । ଏହି ସଂଯୋଗ ଉପରେ ଏନ୍‌ସିଏଫ୍‌ର ପ୍ରଥମ ସଂଯୋଗ ମଧ୍ୟ ସମାନ ରହିବ ।

ବିଭିନ୍ନ ପ୍ରାବଧାନର ସମୀକ୍ଷା କରିବା ପରେ ଟ୍ରାଇ 200 ଚ୍ୟାନେଲ୍‌ ପାଇଁ ଅଧିକତମ ଏନ୍‌ସିଏଫ୍‌ ଶୁଳ୍କ (ଟ୍ୟାକ୍ସ ବିନା) 130ଟଙ୍କା କରାଯାଇଛି । ଏତଦ୍‌ବ୍ୟତୀତ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ବାରା ଘୋଷିତ ଅନିବାର୍ଯ୍ୟ ଚ୍ୟାନେଲ୍‌ଗୁଡ଼ିକ ଏନ୍‌ସିଏଫ୍‌ ଚ୍ୟାନେଲ୍‌ ସଂଖ୍ୟାରେ ଗଣାଯିବ ନାହିଁ ।

ଏବେ କେବୁଲ୍‌ ଟିଭି ଗ୍ରାହକଙ୍କୁ 130ଟଙ୍କାରେ 100ଟି ଫ୍ରି ଚ୍ୟାନେଲ୍‌ ମିଳୁଛି । ଏଥିରେ 26ଟି ପ୍ରସାର ଭାରତୀର ରହିଛି । ନୂତନ ନିୟମ ଅନୁସାରେ 12ଟଙ୍କାର କମ୍‌ ମୂଲ୍ୟରେ ଚ୍ୟାନେଲ୍‌ ମିଳିପାରିବ । ଏତଦ୍‌ବ୍ୟତୀତ ଡିପିଓର ଅବଧିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଥିପାଇଁ ଦୁଇପ୍ରକାରର ବିଲ୍‌ ଦେୟ କରିବାକୁ ପଡ଼ିବ । ଯେଉଁଥିରେ ଏନ୍‌ସିଏଫ୍‌ ଓ କଣ୍ଟେଣ୍ଟ ଶୁଳ୍କ ସାମିଲ୍‌ ରହିଛି । (ଏଜେନ୍ସି)

Related posts