Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩୩ତମ ସ୍ବାଧୀନତା ସଂଗ୍ରାମୀ ମହୋତ୍ସବରେ ଅହିଂସାକୁ ମୂଳମନ୍ତ୍ର କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

୩୩ତମ ସ୍ବାଧୀନତା ସଂଗ୍ରାମୀ ମହୋତ୍ସବରେ ଅହିଂସାକୁ ମୂଳମନ୍ତ୍ର କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

January 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
naveen pattanaik declares sarojini hembram as a candidate of baripada assembly seat
naveen pattanaik declares sarojini hembram as a candidate of baripada assembly seat

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 2/1:

୩୩ତମ ସ୍ବାଧୀନତା ସଂଗ୍ରାମୀ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମହୋତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଅହିଂସା ମହାତ୍ମା ଗାନ୍ଧିଙ୍କ ବିଶ୍ବକୁ ଶ୍ରେଷ୍ଠ ଦାନ। ଅହିଂସା ମାଧ୍ୟମରେ ହିଁ ବିଶ୍ବର ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ମତ ଦେଇ ଅହିଂସାକୁ ଜୀବନର ମୂଳମନ୍ତ୍ର କରିବାକୁ ଆହ୍ବାନ ଜଣାଇଥିଲେ। ସାରା ବିଶ୍ବ ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି।  ଶୋଷଣମୁକ୍ତ ସୁସ୍ଥ ସମାଜ ଓ ସ୍ବାବଲମ୍ବୀ ଅର୍ଥନୀତି ହୋଇପାରିଲେ ହିଁ ଏହା ଗାନ୍ଧିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଛନ୍ତି ନବୀନ ପଟ୍ଟନାୟକ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ସ୍ବାଧୀନତା ସଂଗ୍ରାମୀ ସଦନର ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ, ରମେଶ ଚନ୍ଦ୍ର ମାଝୀ, ସୁରେଶ କୁମାର ରାଉତରାୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସ୍ବାଧୀନତା ସଂଗ୍ରାମୀ ସର୍ବଭାରତୀୟ ସଭାପତି କୁଲକର୍ଣ୍ଣୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ. ହରେକୃଷ୍ଣ ମହତାବଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଡ. ମହତାବଙ୍କ 120ତମ ଜନ୍ମବାର୍ଷିକୀ ଜାତୀୟ ଉତ୍ସବର ଲୋଗୋ ଓ ମହୋତ୍ସବର ସ୍ମରଣିକା ଉନେ୍ମାଚନ କରିଥିଲେ। ସେହିପରି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ. ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଅବସରରେ ଆୟୋଜିତ ଫଟୋଚିତ୍ର  ପ୍ରଦର୍ଶନୀକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ।

freedom fighter naveen pattanaik
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.