ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନ : ପଶ୍ଚିମବଙ୍ଗ, ମହାରାଷ୍ଟ୍ର ପରେ ବାଦ୍‌ ପଡ଼ିଲା କେରଳ

Published: Jan 3, 2020, 11:13 am IST

ନୂଆଦିଲ୍ଲୀ, 3/1: ପଶ୍ଚିମବଙ୍ଗ, ମହାରାଷ୍ଟ୍ର ପରେ ଏବେ କେରଳର ପ୍ରଜ୍ଞାପନ ମେଢ ମଧ୍ୟ ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ସାମିଲ୍‌ ହୋଇପାରିବ ନାହିଁ । କେରଳ ତା’ର ପ୍ରଜ୍ଞାପନ ମେଢରେ କଳାମଣ୍ଡଳମ୍‌ର ପାରମ୍ପରିକ କଳାର ପ୍ରସ୍ତାବ ରଖିଥିଲା। କିନ୍ତୁ ଏହି ପ୍ରସ୍ତାବକୁ ରକ୍ଷା ମନ୍ତ୍ରାଳୟର ସିଲେକ୍ସନ୍‌ କମିଟି ପ୍ରତ୍ୟାଖ୍ୟାନ କରିଛନ୍ତି। ଏହ ପୂର୍ବରୁ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ମେଢକୁ ମଧ୍ୟ ବାଦ୍‌ ଦିଆଯାଇଛି । ଚଳିତ ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରେ 16 ରାଜ୍ୟ, 6ଟି ମନ୍ତ୍ରାଳୟ ବିଭାଗର ପ୍ରଜ୍ଞାପନ ମେଢକୁ ଅନୁମତି ମିଳିଛି । ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ସାମିଲ୍‌ ହେବାକୁ  ଥିବା ରାଜ୍ୟର ମେଢଗୁଡ଼ିକ ମଧ୍ୟରେ ରହିଛି – ଆନ୍ଧ୍ରପ୍ରଦେଶ, ଆସାମ, ଛତିଶ୍‌ଗଡ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମେଘାଳୟ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲ୍‌ନାଡୁ, ତେଲେଙ୍ଗନା ଓ ଉତ୍ତରପ୍ରଦେଶ । ଏତଦ୍‌ବ୍ୟତୀତ ଗୃହମନ୍ତ୍ରାଳୟସମେତ 6ଟି ମନ୍ତ୍ରାଳୟକୁ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ଲାଗି ଅନୁମତି ମିଳିଛି । (ଏଜେନ୍ସି)

Related posts