ନନକାନା ସାହିବ ଆକ୍ରମଣକୁ ନେଇ ଶିଖ୍‌ ସମ୍ପ୍ରଦାୟଙ୍କ ବିରୋଧ ପ୍ରଦର୍ଶନ

Published: Jan 5, 2020, 2:14 pm IST

ଜମ୍ମୁ, 5/1: ପାକିସ୍ତାନରେ ଶୁକ୍ରବାର ଦିନ ହୋଇଥିବା ନନକାନା ସାହିବ ଗୁରୁଦ୍ବାରରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଭାରତର ଶିଖ୍‌ ସମୁଦାୟଙ୍କ ରାଗ ଶାନ୍ତ ହେବାର ନାଁ ଧରୁନାହିଁ । ରବିବାର ଦିନ ଜମ୍ମୁଠାରେ ଶିଖ୍‌ ସମ୍ପ୍ରଦାୟ ଜମ୍ମୁ-ପଠାନ୍‌କୋଟ୍‌  ହାଇଓ୍ବେ ଉପରେ ଜୋରସୋର୍‌ରେ ପ୍ରଦର୍ଶନ ଜାରି କରିଛନ୍ତି । ପାକିସ୍ତାନ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ନାରାବାଜି କରିବା ସହିତ ଏହି ମାମଲାର ଅପରାଧୀଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି । ପ୍ରଦର୍ଶନକାରୀମାନେ କହିଛନ୍ତି ଯେ, ଯେତେବେଳେ କରତାରପୁର ସାହିବ ଓ ନନକାନା ସାହିବର ତୁଳନାର ମକ୍କା ସହିତ କରିଥିଲେ । ଯେତେବେଳେ ନନକାନା ସାହିବ ଏପରି ଆକ୍ରମଣ ହେଉଛି, ଏହା ଉପରେ ପାକିସ୍ତାନ ସରକାର ଯଥାଶୀଘ୍ର ଆକ୍ସନ ନେବା ଜରୁରୀ । ଦୋଷୀଙ୍କୁ ଗିରଫ କରି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ନିତାନ୍ତ ଆବଶ୍ୟକ । ଶିଖ୍‌ ସମ୍ପ୍ରଦାୟ କହିଛନ୍ତି ଯେ, ଯଦି ପାକିସ୍ତାନ ସରକାର ଏହା ଉପରେ କିଛି କରୁନାହିଁ, ତେବେ ଭାରତ ସରକାର କ’ଣ ପାଇଁ ଚୁପ୍‌ ରହିଛି । (ଏଜେନ୍ସି)

Related posts