ସିଏଏ ଲାଗୁ ନେଇ ପ୍ରକ୍ରିୟା ଆରମ୍ଭ କଲା ୟୁପି

Published: Jan 5, 2020, 4:25 pm IST

ଉତ୍ତରପ୍ରଦେଶ, 5/1: ନାଗରିକତା ଆଇନକୁ ରାଜ୍ୟରେ ଲାଗୁ କରିବା ନେଇ ଉତ୍ତର ପ୍ରଦେଶର ଯୋଗୀ ସରକାର ପଦକ୍ଷେପ ନେଇଛନ୍ତି । ସିଏଏ ଲାଗୁ କରିବାରେ ୟୁପି ଦେଶର ପ୍ରଥମ ରାଜ୍ୟ ଭାବେ ସର୍ବପ୍ରଥମେ ପ୍ରକ୍ରିୟା ଆରମ୍ଭ କରିଛି। ୟୁପି ସରକାର ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ସମସ୍ତ ସଂଖ୍ୟାଲଘୁଙ୍କ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ବେଆଇନ ଭାବେ ୟୁପିରେ ରହୁଥିବା ଲୋକଙ୍କ ତଥ୍ୟ  ମଧ୍ୟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ମୁଖ୍ୟ ସଚିବ(ଗୃହ) ଅବନିଶ ଅବସ୍ତି କହିଛନ୍ତି ଯେ, ପ୍ରଥମ ଥର ସିଏଏକୁ ନେଇ ତାଲିକା ପ୍ରସ୍ତୁତ କରାଯାଉଛି। ନୂତନ ଆଇନ ଅନୁଯାୟୀ ସଂଖ୍ୟାଲଘୁ(ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ) ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ। ଏହି ସମସ୍ତ ସୂଚନା ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ଦିଆଯିବ। ସମସ୍ତ ଜିଲ୍ଲାପାଳଙ୍କୁ ତିନି ଦେଶରେ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଆସିଥିବା ସଂଖ୍ୟାଲଘୁଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଫଗାନିସ୍ତାନରୁ ୟୁପିକୁ ଆସିଥିବା ଶରଣାର୍ଥୀଙ୍କ ସଂଖ୍ୟା ସବୁଠୁ କମ୍‌ ରହିଥିବାର ଜଣାପଡିଛି । (ଏଜେନ୍ସି)

Related posts