Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ଛାତ୍ର ସୁରକ୍ଷିତ ନାହାଁନ୍ତି, କିନ୍ତୁ ସରକାର ସିଏଏରେ ବ୍ୟସ୍ତ ରହିଛନ୍ତି : ସଞ୍ଜୟ ରାଉତ
ଆଜିର ଖବର

ଦେଶରେ ଛାତ୍ର ସୁରକ୍ଷିତ ନାହାଁନ୍ତି, କିନ୍ତୁ ସରକାର ସିଏଏରେ ବ୍ୟସ୍ତ ରହିଛନ୍ତି : ସଞ୍ଜୟ ରାଉତ

January 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଜେଏନ୍‌ୟୁରେ ହୋଇଥିବା ହିଂସା ଆକ୍ରମଣକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଗଲାଣି । ଏହି ଘଟଣାରେ ମୋଦି ସରକାରକୁ ଟାର୍ଗେଟ୍‌ କରିଛନ୍ତି ଶିବସେନା ନେତା ସଂଜୟ ରାଉତ। ଛାତ୍ର ଆଜି ନିଜ ଦେଶରେ ସୁରକ୍ଷିତ ନଥିବାବେଳେ ମୋଦି ସରକାର ସିଏଏକୁ ନେଇ ବ୍ୟସ୍ତ ରହିଛନ୍ତି । ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ଦେଶର ରାଜଧାନୀ ଦିଲ୍ଲୀରେ ପୋଲିସ୍‌ କେବେ ବିଶ୍ବବିଦ୍ୟାଳୟରେ ପସି ଫାୟାରିଂ କରୁଛନ୍ତି ତ କେତେବେଳେ ଦୁର୍ବୃର୍ତ୍ତମାନେ ପସି ଛାତ୍ରଙ୍କ ଉପରେ ଆକ୍ରଣମ କରୁଛନ୍ତି । ସମ୍ପୂର୍ଣ୍ଣ ଭାବରେ ଆଇନର ଊଲ୍ଲଂଘନ ହେଉଛି, ଏହା ଠିକ୍‌ ନୁହେଁ । ଏହି ସମୟରେ ଗୃହମନ୍ତ୍ରୀ ଯାଞ୍ଚ ବୈଠକ କରିବା ଦରକାର। ଆକ୍ରମଣକାରୀ କିଏ, ଓ ଏହି ହିଂସା ପଛରେ କାରଣ କ’ଣ ରହିଛି, ତାହାର ଯାଞ୍ଚ ହେବା ନିତାନ୍ତ ଆବଶ୍ୟକ ବୋଲି ସଞ୍ଜୟ ରାଉତ କହିଛନ୍ତି । ସୂଚନାଯୋଗ୍ୟ ରବିବାର ରାତିରେ ଜେଏନ୍‌ୟୁରେ ହୋଇଥିବା ହିଂସା ଆକ୍ରମଣରେ 25 ଜଣ ଛାତ୍ର ଆହତ ହୋଇଛନ୍ତି । ଏହି ଘଟଣା ପାଇଁ ଏବିଭିପି ଓ ଏଆଇଏସ୍‌ଏ ଉଭୟ ଉଭୟଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଲଗାଇଛନ୍ତି । ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ଚିହ୍ନଟ ହୋଇପାରିନାହିଁ । (ଏଜେନ୍ସି)

JNU Violence
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026
Latest News

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.