Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାତ ମହଲା ବିଶିଷ୍ଟ ହେବ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ଶଯ୍ୟା ସଂଖ୍ୟା 300କୁ ବୃଦ୍ଧି ନିଷ୍ପତ୍ତି
ଆଜିର ଖବର

ସାତ ମହଲା ବିଶିଷ୍ଟ ହେବ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ଶଯ୍ୟା ସଂଖ୍ୟା 300କୁ ବୃଦ୍ଧି ନିଷ୍ପତ୍ତି

January 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,06/01: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ 7 ମହଲା ବିଶିଷ୍ଟ ଏବଂ ଶଯ୍ୟା ସଂଖ୍ୟା 300କୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଘୋଷଣା କରିଛନ୍ତି । ମୋ ସରକାର ଟିମ୍‌ ପକ୍ଷରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ପରେ ସୋମବାର ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ନୂତନ ଭାବରେ ପ୍ରସ୍ତୁତ ହେବାକୁ ଥିବା ମୁଖ୍ୟ ଚିକିତ୍ସାଳୟଟି 7 ମହଲା ବିଶିଷ୍ଟ ରହିବ ଏବଂ ଏଥିରେ 300 ଶଯ୍ୟା ରହିବ । ବର୍ତ୍ତମାନର ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା 191 ରହିଛି । ସେହିପରି 20 ଲକ୍ଷ ଟଙ୍କା ବିନିମୟରେ ରୋଗୀଙ୍କ ସହଯୋଗୀଙ୍କ ପାଇଁ ଏକ ଆଶ୍ରୟସ୍ଥଳ ନିର୍ମାଣ କରାଯିବ । ଓପିଡି ପଞ୍ଜୀକରଣ ପାଇଁ ଅଧିକ କାଉଣ୍ଟର ଖୋଲାଯିବ ବୋଲି ଜଣାପଡିଛି । ଏହା ସହିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ପାର୍କିଂ ଏରିଆର ବିକାଶ କରାଯିବ ବୋଲି କୁହାଯାଇଛି । ଭଦ୍ରକ ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟକୁ ରୋଗୀ କଲ୍ୟାଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ 15 ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡିଛି ।

naveenpattanaik
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ବାଇକ ଚାଳକଙ୍କୁ ଗାଡ଼ି ଚଢ଼ାଇବା ମାମଲା: ରାଜସ୍ଥାନରୁ କାର୍ ଡ୍ରାଇଭର ଗିରଫ

September 15, 2026

କର୍ଣ୍ଣାଟକରେ ଫ୍ରିଜ୍ ବିସ୍ଫୋରଣ ନେଲା ଗୋଟିଏ ପରିବାରର ୪ ଜୀବନ, ୨ ଗୁରୁତର

September 15, 2026

ନିଯୁକ୍ତି ପରୀକ୍ଷାକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ବାଂଶୁରୀ ସ୍ୱରାଜ: ରାହୁଲ ଗାନ୍ଧୀଙ୍କୁ କଲେ ପ୍ରଶ୍ନ

September 15, 2026

ଓରାକଲରେ ପୁଣି ବଡ଼ ଛଟେଇ, ଚାକିରି ହରାଇଲେ ହଜାର ହଜାର କର୍ମଚାରୀ

September 15, 2026
Latest News

ମହିଳା ବାଇକ ଚାଳକଙ୍କୁ ଗାଡ଼ି ଚଢ଼ାଇବା ମାମଲା: ରାଜସ୍ଥାନରୁ କାର୍ ଡ୍ରାଇଭର ଗିରଫ

September 15, 2026

କର୍ଣ୍ଣାଟକରେ ଫ୍ରିଜ୍ ବିସ୍ଫୋରଣ ନେଲା ଗୋଟିଏ ପରିବାରର ୪ ଜୀବନ, ୨ ଗୁରୁତର

September 15, 2026

“ଚୁପ୍ ଚାପ୍ ଶୁଳ୍କ ଲାଗୁ କରିବାର ପ୍ରସ୍ତୁତି…”: UPIକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ 

September 15, 2026

ନିଯୁକ୍ତି ପରୀକ୍ଷାକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ବାଂଶୁରୀ ସ୍ୱରାଜ: ରାହୁଲ ଗାନ୍ଧୀଙ୍କୁ କଲେ ପ୍ରଶ୍ନ

September 15, 2026

ଓରାକଲରେ ପୁଣି ବଡ଼ ଛଟେଇ, ଚାକିରି ହରାଇଲେ ହଜାର ହଜାର କର୍ମଚାରୀ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.