ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ନୂଆବର୍ଷରେ ମିଳିଲା ସଫଳତା,ପ୍ରଶଂସକଙ୍କୁ କଲେ ଚ୍ୟାଲେଞ୍ଜ

Published: Jan 6, 2020, 9:28 pm IST

ମୁମ୍ବାଇ- ବଲିଉଡର ଅଭିନେତ୍ରୀ ଶିଳ୍ପୀ ସେଟ୍ଟୀଙ୍କୁ 2020 ମସିହାରେ ସିନେମାରେ କଣ ସଫଳତା ମିଳବ ତାହା ଭିନ୍ନ କଥା। ହେଲେ ସେ ଏହି ନୂଆ ବର୍ଷରେ ଏକ ନୂଆ କଥା କରି ଦେଖାଇଛନ୍ତି। ତାହା ହେଉଛି ଶିଳ୍ପା ଦୀର୍ଘ ବର୍ଷ ଚେଷ୍ଠା ପରେ ନୂଆବର୍ଷର ପ୍ରଥମ ସୋମବାର ଦିନ ଯୋଗାସନ କ୍ଷେତ୍ରରେ କଷ୍ଟ ଆସନ ମୟୁରାସନ କରିବାରେ ସମର୍ଥ ହୋଇଛନ୍ତି। ଏହାକୁ ନେଇ ଶିଳ୍ପୀ ବେଶ୍ ଖୁସି ପ୍ରକଟ ମଧ୍ୟ କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି ଯେ, 2019 ରେ ସେ ସବୁ ଆସନ କରିବାରେ ସକ୍ଷମ ହୋଇଥିଲେ। ହେଲେ ମୟୁରାସନ କରିବାରେ ସେ ବିଫଳ ହେଉଥିଲେ। ବାରମ୍ବାର କରିବା ସତ୍ବେ ମଧ୍ୟ ତାହା ହେଉ ନ ଥିଲା। ହେଲେ 2020 ମସିହାର ପ୍ରଥମ ସୋମବାର ଦିନ ସେଥିରେ ସଫଳତା ମିଳିଲା। ଆସନ ଜଗତର କଷ୍ଟକର ଆସନ ମୟୁରାସନ କରି ମୁଁ ବହୁତ ଖୁସି ବୋଲି ଶିଳ୍ପା କହିଛନ୍ତି। ସେତିକି ନୁହେଁ ଶିଳ୍ପା ଏହି ଆସନ କଲେ କଣ ଲଭା ହୁଏ ତାହା ମଧ୍ୟ ତାଙ୍କ ପ୍ରସଂଶକଙ୍କୁ କହିଛନ୍ତି। ମୟୁରାସନ ହେଉଛି ଏପରି ଏକ ଆସନ ଯେଉଁଥିରେ ଅଣ୍ଟା ଶକ୍ତ ରହେ ଏଥିସହିତ ଦେହରେ ରକ୍ତ ସଂଚାଳନ ବେଶ୍ ଭଲ ହୁଏ। ଏଥିସହିତ ଦୁଇ ହାତରେ ସଂପୂର୍ଣ୍ଣ ଶରୀର ଓଜନ ସନ୍ତୁଳିତ ହୋଇ ରହିଲେ ଆତ୍ମବଳ ବୃଦ୍ଧି ପାଏ ବୋଲି ଶିଳ୍ପା ଉଲ୍ଲେଖ କରିଛନ୍ତି। ସେତିକି ନୁହେଁ ଶିଳ୍ପା ତାଙ୍କ ପ୍ରସଂଶକଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, କାହିଁ ତୁମାନେ ଏପରି କରି ଦେଖାଇ ପାରିବ କି। ଶିଳ୍ପା 2020 ବର୍ଷକୁ ଫିଟନେସ ବର୍ଷ ଭାବେ ଗ୍ରହଣ କରିଛନ୍ତି।(ଏଜେନ୍ସି)

Related posts