ଜେଏନ୍‌ୟୁ ଆକ୍ରମଣକୁ ନେଇ ଉମା ଭାରତୀଙ୍କ ସାପ ଉପାଖ୍ୟାନ

Published: Jan 9, 2020, 9:54 am IST

ନୂଆଦିଲ୍ଲୀ : ଜେଏନ୍‌ୟୁ ଆକ୍ରମଣକୁ ନେଇ ବିଜେପି ନେତ୍ରୀ ଉଭା ଭାରତୀ ସାପ ଉପାଖ୍ୟାନ ଶୁଣାଇଛନ୍ତି । ରବିବାର ଜେଏନ୍‌ୟୁ ପରିସର ମଧ୍ୟରେ କିଛି ମୁଖାପିନ୍ଧା ଆକ୍ରମଣକାରୀ ଛାତଛାତ୍ରୀଙ୍କ ସହିତ 30ରୁ ଅଧିକ ଅଧ୍ୟାପକଙ୍କ ଉପରେ ଆକ୍ରମଣ ହୋଇଥିଲା । ବୁଧବାର ରାତିରେ ଏକ ସାକ୍ଷାତକାରରେ ଉମା ଭାରତୀ ଆକ୍ରମଣକାରୀଙ୍କୁ ସାପ ସହିତ ତୁଳନା କରିଛନ୍ତି । ସମାଜର କିଛି ଗୋଷ୍ଠୀ ଦେଶ ମଧ୍ୟରେ ବିଭେଦ ସୃଷ୍ଟି କରିବାର ଚେଷ୍ଟା କରୁଛନ୍ତି । ଏହି ସାପ ମାନଙ୍କର ସଂଖ୍ୟା ତୁଳନାତ୍ମକ ଭାବରେ କମ୍‌ ମାତ୍ର ଏମାନେ ଅଧିକ ବିଷାକ୍ତ । ଏମାନେ ଦେଶର ବାତାବରଣ ଏବଂ ଶାନ୍ତି ଭଙ୍ଗ କରିବାର ପ୍ରୟାସ କରିଛନ୍ତି । ଏମାନଙ୍କୁ ଦେଶରୁ ହଟାଇବା ପାଇଁ ସରକାରଙ୍କୁ କଡା ପଦକ୍ଷେପ ନେବା ଉଚିତ୍‌ ବୋଲି ଉମା ଭାରତୀ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Related posts