Categories
ଆଜିର ଖବର ଜାତୀୟ ଖବର ସିନେମା

ରାଜନୀତିରେ ପ୍ରବେଶ କରିବେ ଉର୍ବଶୀ ରୌତେଲା!, ଟିକେଟ ମିଳିବା ବିଷୟ ପ୍ରକାଶ କଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କ ଆଗାମୀ ଚଳଚ୍ଚିତ୍ର ଜେଏନୟୁ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କ ରାଜନୀତିରେ ପ୍ରବେଶ କରିବାର ଖବର ସାମ୍ନାକୁ ଆସିଛି। ଏହି ଅଭିନେତ୍ରୀ ଖୁବ୍ ଶୀଘ୍ର ଏକ ରାଜନୈତିକ ଦଳରେ ଯୋଗ ଦେଇପାରନ୍ତି ଏବଂ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ​​ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଏକ ସାକ୍ଷାତକାର ସମୟରେ ଉର୍ବଶୀ ରୌତେଲା ନିଜେ ଏହି ସୂଚନା ଦେଇଛନ୍ତି।

ଇନଷ୍ଟାଣ୍ଟ ବଲିଉଡ ରେ ଅଭିନେତ୍ରୀଙ୍କୁ ପଚରାଯାଇଥିଲା ଯେ, ସେ ରାଜନୀତିରେ କେତେ ଆଗ୍ରହୀ? ସେତେବେଳେ ଅଭିନେତ୍ରୀ ଜଣକ ପ୍ରକାଶ କରିଛନ୍ତି ଯେ ତାଙ୍କୁ ପୂର୍ବରୁ ନିର୍ବାଚନ ଟିକେଟ୍ ଦିଆଯାଇଥିଲା। କିନ୍ତୁ ଏହାର ନିଷ୍ପତ୍ତି ନେବାକୁ ପଡିବ କି ମୁଁ ଏହାର ଅଂଶ ହେବାକୁ ଚାହୁଁଛି କି ନାହିଁ। ଉର୍ବଶୀ ଆହୁରି କହିଛନ୍ତି ଯେ, ପ୍ରଶଂସକମାନେ ତାଙ୍କୁ ବାର୍ତ୍ତା ମାଧ୍ୟମରେ ଜଣାନ୍ତୁ କି ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଜେଏନୟୁରେ ହେବ ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର, ସ୍ବାକ୍ଷରିତ ହେଲା ବୁଝାମଣା

ଭୁବନେଶ୍ବର: ନୂଆ ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର ଓ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆ ଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି।

ଆଜି ଲୋକସେବା ଭବନ ଠାରେ ଆୟୋଜିତ ବୁଝାମଣା ପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ୱାଲ ଏବଂ ଜେ.ଏନ୍‌.ୟୁର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି।

ଓଡିଆ ଭାଷାରେ ପ୍ରଗତିଶୀଳ ଗବେଷଣା ନିମନ୍ତେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଭାଗିତା ଓ ସହଯୋଗିତା , ଆମର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ତଥା ପ୍ରୋତ୍ସାହନ ନିମନ୍ତେ ଉଲ୍ଲେଖନୀୟ ଭିତ୍ତି ନିର୍ମାଣ ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦ୍ୟେଶ୍ୟ।

ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ସମୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା , ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦେଶଦ୍ରୋହ ମାମଲା ସହିତ ଜେଏନ୍‌ୟୁ ଛାତ୍ରଙ୍କ ଘର ଉପରେ ରେଡ୍‌

ଜେହାନାବାଦ : ଜେଏନ୍‌ୟୁର ଜଣେ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ସହିତ ତାଙ୍କ ଘର ଉପରେ ପୋଲିସ୍‌ର ଚଢାଉ କରାଯାଇଛି । ଜେଏନ୍‌ୟୁ ଛାତ୍ର ସର୍ଜିଲ୍‌ ଇମାମ୍‌ ଦେଶ ବିରୋଧୀ ବୟାନ ଦେଇଥିବା କାରଣରୁ ତାଙ୍କ ଘର ଉପରେ ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇଛି । ନର୍ଥଇଷ୍ଟ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବା ସହିତ ଭାରତକୁ ଖଣ୍ଡ ବିଖଣ୍ଡିତ କରିବା ନେଇ ସର୍ଜିଲ ଶାହିନବାଗରେ ନିଜ ଭାଷଣରେ ପ୍ରକାଶ କରିଥିଲେ । ଆଇଆଇଟି ମୁମ୍ବାଇର କମ୍ପ୍ୟୁଟର ସାଇନ୍ସ ସ୍ନାତକ ସର୍ଜିଲ୍‌ଙ୍କ ଘର ଉପରେ ଜେହାନାବାଦ କମିଶନରେଟ ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇଥିଲା । ସର୍ଜିଲ୍‌ ମିଳିନଥିବା ବେଳେ ତାଙ୍କର ଡ୍ରାଇଭର ଏବଂ ଦୁଇ ଜଣ ସମ୍ପର୍କୀୟଙ୍କୁ ପୋଲିସ୍‌ ଅଟକ ରଖି ପଚରା ଉଚୁରା କରିଥିଲା । ପରେ ତିନି ଜଣଙ୍କୁ ଛାଡି ଦିଆଯାଇଥିବା ନେଇ ଜେହାନାବାଦ କମିଶନର ମନୀଷ କୁମାର ସୂଚନା ଦେଇଛନ୍ତି ।(ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜେଏନ୍‌ୟୁ ଛାତ୍ରଙ୍କୁ ଆଶ୍ବସ୍ତି : ପୁରୁଣା ମାନୁଆଲ ଅନୁଯାୟୀ ପଞ୍ଜୀକରଣ

ନୂଆଦିଲ୍ଲୀ : ଜେଏନ୍‌ୟୁ ଛାତ୍ରଙ୍କୁ ବର୍ଦ୍ଧିତ ଫି ମାମଲାରେ ଆଶ୍ବସ୍ତି ମିଳିଛି । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ରାୟ ଅନୁଯାୟୀ ଛାତ୍ରଛାତ୍ରୀ ମାନେ ପୁରୁଣା ମାନୁଆଲ ଅନୁଯାୟୀ ପଞ୍ଜୀକରଣ କରିପାରିବେ । ଉଲ୍ଳେଖଯୋଗ୍ୟ ଯେ, ଯେଉଁ ଛାତ୍ର ମାନେ ପଞ୍ଜୀକରଣ କରିନାହାନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ ବିନା କୌଣସି ବର୍ଦ୍ଧିତ ଦେୟରେ ନିଜର ପଞ୍ଜୀକରଣ କରିପାରିବେ । ଜଷ୍ଟିସ୍‌ ରାଜୀବ ସକ୍‌ଦାର ଏହି ମାମଲାର ବିଚାର କରିଥିଲେ । ଫେବୃୟାରୀ 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବର୍ଦ୍ଧିତ ଫି ବିପକ୍ଷରେ ଜେଏନ୍‌ୟୁ ସଭାନେତ୍ରୀ ଆଇସି ଘୋଷ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ କୋର୍ଟରେ ମାମଲା ରୁଜୁ କରାଯାଇଥିଲା ।

Categories
ଭିଡ଼ିଓ

Sunny Leone breaks her silence on JNU violence || ଜେଏନୟୁ ହିଂସାକୁ ନେଇ ମୁହଁ ଖୋଲିଲେ ସନି |

Categories
ଆଜିର ଖବର ଜାତୀୟ ଖବର

ଜେଏନ୍‌ୟୁ ଆକ୍ରମଣକୁ ନେଇ ଉମା ଭାରତୀଙ୍କ ସାପ ଉପାଖ୍ୟାନ

ନୂଆଦିଲ୍ଲୀ : ଜେଏନ୍‌ୟୁ ଆକ୍ରମଣକୁ ନେଇ ବିଜେପି ନେତ୍ରୀ ଉଭା ଭାରତୀ ସାପ ଉପାଖ୍ୟାନ ଶୁଣାଇଛନ୍ତି । ରବିବାର ଜେଏନ୍‌ୟୁ ପରିସର ମଧ୍ୟରେ କିଛି ମୁଖାପିନ୍ଧା ଆକ୍ରମଣକାରୀ ଛାତଛାତ୍ରୀଙ୍କ ସହିତ 30ରୁ ଅଧିକ ଅଧ୍ୟାପକଙ୍କ ଉପରେ ଆକ୍ରମଣ ହୋଇଥିଲା । ବୁଧବାର ରାତିରେ ଏକ ସାକ୍ଷାତକାରରେ ଉମା ଭାରତୀ ଆକ୍ରମଣକାରୀଙ୍କୁ ସାପ ସହିତ ତୁଳନା କରିଛନ୍ତି । ସମାଜର କିଛି ଗୋଷ୍ଠୀ ଦେଶ ମଧ୍ୟରେ ବିଭେଦ ସୃଷ୍ଟି କରିବାର ଚେଷ୍ଟା କରୁଛନ୍ତି । ଏହି ସାପ ମାନଙ୍କର ସଂଖ୍ୟା ତୁଳନାତ୍ମକ ଭାବରେ କମ୍‌ ମାତ୍ର ଏମାନେ ଅଧିକ ବିଷାକ୍ତ । ଏମାନେ ଦେଶର ବାତାବରଣ ଏବଂ ଶାନ୍ତି ଭଙ୍ଗ କରିବାର ପ୍ରୟାସ କରିଛନ୍ତି । ଏମାନଙ୍କୁ ଦେଶରୁ ହଟାଇବା ପାଇଁ ସରକାରଙ୍କୁ କଡା ପଦକ୍ଷେପ ନେବା ଉଚିତ୍‌ ବୋଲି ଉମା ଭାରତୀ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ବିଶେଷ ଖବର

ଦିଲ୍ଲୀ ପୋଲିସର ରାଜନୈତିକ ଚାପଲୁସି, ଯିଏ ମାଡ ଖାଇ ରକ୍ତାକ୍ତ ହେଉଛି, ତା ନାଁରେ କେସ!!

କେଦାର ମିଶ୍ର

ଦିଲ୍ଲୀ ପୋଲିସ ର ସତ୍ୟନିଷ୍ଠା ଓ ନ୍ୟାୟପରାୟଣତା ବିଷୟରେ ଜାଣିବାକୁ ହେଲେ, ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ ରେ ହୋଇଥିବା ଗୁଣ୍ଡାରାଜ ଘଟଣାକୁ ଏକ କାଳଜୟୀ ଉଦାହରଣ ଭାବରେ ଦେଖାଯାଇପାରିବ। ଗତ ରବିବାର ସନ୍ଧ୍ୟାରେ ଯେତେବେଳେ ବିଶ୍ଵ ବିଦ୍ୟାଳୟ ଛାତ୍ର ସଂଘର ସଭାନେତ୍ରୀ ଆଇଶି ଘୋଷଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ମୁଖାପିନ୍ଧା ଗୁଣ୍ଡାମାନେ ବର୍ବର ଆକ୍ରମଣ କରୁଛନ୍ତି, ଠିକ ସେହି ସମୟରେ ଦିଲ୍ଲୀ ପୋଲିସ ଆଇଶିଙ୍କ ନାମରେ ଦୁଇଟି ମାମଲା ରୁଜୁ କରୁଛି। ଏହି ମାମଲାର ସମୟକ୍ରମ ଜାଣିବା ଅତ୍ୟନ୍ତ ଜରୁରୀ। ଜାନୁଆରୀ ୫ ତାରିଖ ରବିବାର, ଅପରାହ୍ନ ୪ଟା ପରଠୁ ବିଶ୍ଵ ବିଦ୍ୟାଳୟ ପରିସରରେ ମୁଖାପିନ୍ଧା ଗୁଣ୍ଡାମାନେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରୁଛନ୍ତି। ଏହା ପ୍ରାୟ ରାତି ୯ ଟା ପର୍ୟନ୍ତ ଚାଲୁଥିଲେ ହେଁ, ପୋଲିସ ଓ ବିଶ୍ଵ ବିଦ୍ୟାଳୟର ସୁରକ୍ଷା କର୍ମୀ ନୀରବ ହୋଇ ତାମସା ଦେଖୁଛନ୍ତି।

ବିଶ୍ଵ ବିଦ୍ୟାଳୟ ପରିସରରେ କେବଳ ଛାତ୍ରଛାତ୍ରୀ ବା ଅଧ୍ୟାପକ ନୁହନ୍ତି, ସାମ୍ବାଦିକ ଓ କ୍ୟାମେରାମ୍ୟାନମାନଙ୍କ ଉପରେ ମଧ୍ୟ ଆକ୍ରମଣ ହେଉଛି। ସାରା ଦେଶ ଦେଖୁଛି, କେମିତି ଅଧ୍ୟାପକ ଓ ଛାତ୍ରମାନେ ଲହୁଲୁହାଣ ହୋଇ ପଡିଛନ୍ତି। ହେଲେ ପୋଲିସ ଆଖିକୁ ସେକଥା ଦିଶୁନାହିଁ। ଆଇଶି ଘୋଷ ମାଡ ଖାଇ ରକ୍ତାକ୍ତ ହେଲାପରେ ତାଙ୍କୁ ଏମ୍ସ ରେ ଚିକିତ୍ସା କରାଯାଉଥିବା ସମୟରେ ଭାରତର ସବୁଠୁ ସୁଦକ୍ଷ ଅନୁଷ୍ଠାନ ଭାବେ ନାଁ କରିଥିବା ଦିଲ୍ଲୀ ପୋଲିସ ତାଙ୍କ ବିରୋଧରେ ସନ୍ଧ୍ୟା ୮.୩୯ ଓ ୮.୪୩ରେ ଏତାଲା ରେଜିଷ୍ଟର କରୁଛି। ଏହି ସମଗ୍ର ଘଟଣାକ୍ରମରେ ସମୟକୁ ଜାଣିବା ଆଜି ଗୁରୁତ୍ୱପୂର୍ଣ୍ଣ।

ପ୍ରଥମେ କ୍ୟାମ୍ପସରେ ଜାଣିଶୁଣି ହିଂସା କରାଯାଉଛି। ତାକୁ ଯେତେବେଳେ ଜାତୀୟ ଗଣମାଧ୍ୟମରେ ଲୋକ ଦେଖୁଛନ୍ତି ଓ ତା ବିରୋଧରେ ପ୍ରତିବାଦ ବଢୁଛି, ତାକୁ ତୁରନ୍ତ ମୋଦୀ ସରକାରର ମନ୍ତ୍ରୀମାନେ ନିନ୍ଦା କରୁଛନ୍ତି। ବିଶ୍ଵ ବିଦ୍ୟାଳୟକୁ ଯାଉଥିବା ସବୁ ରାସ୍ତା ବନ୍ଦ କରି ଦିଆଯାଉଛି ଓ ଗଣମାଧ୍ୟମକୁ କ୍ୟାମ୍ପସ ଭିତରକୁ ଛଡା ଯାଉନାହିଁ। ପୋଲିସ ଘଟନା ଘଟିବାର ୫୦ ଘଣ୍ଟା ପରେ ମଧ୍ୟ କୌଣସି ଦୁର୍ବୃତ୍ତଙ୍କୁ ଗିରଫ କରିନାହିଁ। ହେଲେ ଏହି ଘଟଣାରେ ମାଡ ଖାଇ ରକ୍ତାକ୍ତ ହୋଇଥିବା ଛାତ୍ରସଙ୍ଘ ସଭାପତିଙ୍କ ବିରୋଧରେ ମାମଲା ଆରମ୍ଭ କରୁଛି। ଏହାକୁ ଆମେ କଣ କହିବା- ନ୍ୟାୟ ନା ରାଜନୈତିକ ଚାମଚାଗିରି?

ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟରେ ଯେତେବେଳେ ଛାତ୍ର ଓ ଅଧ୍ୟାପକ ମାଡ ଖାଉଛନ୍ତି, ଠିକ ସେହି ସମୟରେ ମୁମ୍ବାଇର ହୟାତ ହୋଟେଲରେ ବସି ବିଜେପିର ବଡ ନେତାମାନେ ଛାତ୍ରନେତାଙ୍କୁ ବଦନାମ କରିବାର ଷଡଯନ୍ତ୍ର ଆରମ୍ଭ କରୁଛନ୍ତି। ଆଇଶି ଘୋଷ ଚାଲି ଚାଲି ଯାଉଥିବାର ଏକ ଭିଡିଓକୁ ବିଜେପି ତରଫରୁ ଭାଇରାଲ କରାଯାଉଛି। ବିଜେପିର ଉପ ସଭାପତି ଥିବା ବୈଜୟନ୍ତ ପଣ୍ଡାଙ୍କ ଭଳି ବରିଷ୍ଠ ନେତା ମଧ୍ୟ ଛାତ୍ରନେତାମାନଙ୍କ  ବିରୋଧରେ ଏ ପ୍ରକାର କୁତ୍ସାରଟନାରେ ସାମିଲ ହେଉଛନ୍ତି। ବିଜେପି ଆଇଟି ସେଲ ତରଫରୁ ଏହାକୁ ବାମ ବନାମ ଦକ୍ଷିଣ ରାଜନୀତିର ଝଗଡା ଭାବେ ଦେଖାଇବାର ଉଦ୍ୟମ କରା ହୋଇଛି। ହେଲେ ଅସଲ ସତ୍ୟ ହେଉଛି, ଏହା କୌଣସି ରାଜନୈତିକ ବା ବୈଚାରିକ ସଂଘର୍ଷ ନୁହେଁ। ଏହା ସିଧା ସଳଖ ସନ୍ତ୍ରାସବାଦୀ କାମ ଓ ଶାସକ ଦଳର ଗୁଣ୍ଡାଙ୍କ ମାଧ୍ୟମରେ ଏହା କରାଯାଇଛି। ତାରି ଭିତରେ କିଛି ଲୋକ ଟିଭି ଆଗରେ ଛତି ଫୁଲେଇ କହୁଛନ୍ତି-ହଁ, ଆମେ ହିଁ ସେମାନଙ୍କୁ ମାରିଛୁ ଓ ଆଗକୁ ମଧ୍ୟ ମାରିବୁ। ସେମାନଙ୍କ ପାଖକୁ ପୋଲିସ ପହଞ୍ଚି ପାରୁନାହିଁ। ଅନ୍ୟ ଏକ ଘଟଣାକ୍ରମରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ପଷ୍ଟ କହିଦେଇଛନ୍ତି ଯେ, ଏଥିରେ ବିଜେପି ବା ଏବିଭିପି ର ସମ୍ପର୍କ ନାହିଁ। ବିନା ତଦନ୍ତରେ ମନ୍ତ୍ରୀ ସିଦ୍ଧାନ୍ତରେ ପହଞ୍ଚି ସାରିଛନ୍ତି। ତେଣୁ ଆଗକୁ ପୋଲିସ ଏଥିରେ କେବଳ ସୁଆଙ୍ଗ ହିଁ କରିବ।

ଏଠି ଆଉ ଗୋଟେ କଥା ମଧ୍ୟ ଆମକୁ ଚିନ୍ତା କରିବାକୁ ପଡିବ। ଏ ପ୍ରକାର ହିଂସାକାଣ୍ଡର ସମର୍ଥନରେ  “ଭଲ ହୋଇଛି” “ଆହୁରି ହେବାର ଥିଲା” “ସେମାନେ ପାଠ ନ ପଢି ରାଜନୀତି କାଇଁ କରୁଛନ୍ତି” “ଟୁକଡେ ଟୁକଡେ ଗ୍ୟାଙ୍ଗକୁ ମାର” ବୋଲି ବିଚିତ୍ର ଯୁକ୍ତିମାନ ବିଜେପି ସମର୍ଥକମାନେ ପ୍ରଚାର କରିଚାଲିଛନ୍ତି। ଏମାନେ ମାତ୍ର ଅଳ୍ପଦିନ ତଳେ ନାଗରିକ ସଂଶୋଧନ ଆଇନ ବିରୋଧରେ ହିଂସା କାହିଁକି ବୋଲି ପ୍ରଶ୍ନ ଉଠାଉଥିଲେ। ସାରା ଦେଶରେ ହିଂସା ଏବେ ଶାସକଦଳର ସମ୍ପତ୍ତି ବୋଲି ଏହି ଦଳର ସମର୍ଥକମାନେ ବୋଧେ ବିଶ୍ଵାସ କରୁଛନ୍ତି।

ଜେଏନୟୁରେ ଏହି ହିଂସାକାଣ୍ଡ ଯେ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ଏକଥା ଆଜି ସ୍ପଷ୍ଟ ଜଣାପଡୁଛି। ମୁଖାପିନ୍ଧା ଗୁଣ୍ଡାମାନଙ୍କ ପ୍ରତି ଶାସକଦଳର ସମର୍ଥନ ଅତ୍ୟନ୍ତ ସ୍ପଷ୍ଟ। ସେହି ଗୁଣ୍ଡାଙ୍କୁ ପୋଲିସ ଛୁଇଁପାରିବ ନାହିଁ। ଏହି ସମାନ କଥା କହ୍ନେୟା କୁମାରଙ୍କ ବେଳକୁ ମଧ୍ୟ ଆମେ ଦେଖିଥିଲୁ। ସେତେବେଳେ ମଧ୍ୟ କ୍ୟାମ୍ପସ ଭିତରେ କିଛି ମୁଖାପିନ୍ଧା ଲୋକ ଭାରତ ବିରୋଧୀ ସ୍ଲୋଗାନ ଦେଇ କୁଆଡେ ଉଭାଇ ଗଲେ, ହେଲେ ସେଇ ମାମଲାରେ ଛାତ୍ରସଙ୍ଘ ଛାତ୍ରସଙ୍ଘ ସଭାପତିଙ୍କୁ ଫସାଇ ଦିଆଗଲା। ଯେଉଁମାନେ ଅଦାଲତ ଭିତରେ କହ୍ନେୟା କୁମାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ, ସେମାନଙ୍କୁ ଦିଲ୍ଲୀ ପୋଲିସ ଧରି ନଥିଲା। ଆଜି ମଧ୍ୟ ସେହି ସମାନ କାମ ପୋଲିସ କରୁଛି।

ଗୋଟେ ପକ୍ଷରେ ଶାସକ ଦଳ ତରଫରୁ ଛାତ୍ରଛାତ୍ରୀଙ୍କ ବିରୋଧରେ କୁତ୍ସାରଟନା ଚାଲିଛି ଓ ଅପର ପକ୍ଷରେ ପୋଲିସ ଜୁଲମର ନକ୍ସା ତିଆରି ହେଉଛି। ଏହାହିଁ ବୋଧେ ଭାରତର ନୂଆ ରାଜନୀତି। ଏଠି ଯିଏ ସରକାରକୁ ବିରୋଧ କରିବା ତାକୁ ଏମିତି ତଳିତଳାନ୍ତ କରିଦିଆଯିବ। ସରକାର ବିରୋଧରେ ପ୍ରତିବାଦ କରୁଥିବା ଦେଶର ଛାତ୍ର ଓ ଯୁବକମାନଙ୍କୁ ଗାଳି କରି ଶାସକ ଦଳର ଚାମଚାମାନେ ସୋସିଆଲ ମିଡିଆରେ ଯାବତୀୟ ଅଶ୍ଳୀଳ ଭାଷା କହୁଥିବେ। ସେମାନଙ୍କ ବିରୋଧରେ କୌଣସି ଆଇନ କାନୁନ ନଥିବ। ତେବେ ଏହି ଚାମଚାମନେ ବୁଝିବା ଦରକାର, ଆଜି ଯାହା ଅନ୍ୟର ଛୁଆଙ୍କ ସାଙ୍ଗରେ ଘଟୁଛି, କାଲି ତାହା ତାଙ୍କ ନିଜ ଛୁଆଙ୍କ ପ୍ରତି ମଧ୍ୟ ଘଟିବ। ସେତେବେଳେ ସେମାନେ ମୁହଁ ଲୁଚାଇ କାନ୍ଦିବାକୁ ଜାଗା ପାଇବେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଜେ.ଏନ୍.ୟୁ. ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ଭୁବନେଶ୍ବର ରିସର୍ଚ୍ଚ ସ୍କଲାରଙ୍କ ବିକ୍ଷୋଭ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ଜେ.ଏନ୍.ୟୁ.ରେ ଛାତ୍ର ଓ ଅଧ୍ୟାପକମାନଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣକୁ ତୀବ୍ର ନିନ୍ଦା କରି ଭୁବନେଶ୍ୱରରେ ବିଭିନ୍ନ ଗବେଷଣା କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ସ୍କଲାରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଆଇ.ଏମ୍.ଏମ୍.ଟି ରେ ଶାନ୍ତିିପୂର୍ଣ୍ଣ ଶୋଭଯାତ୍ରା କରାଯାଇଛି । ଗତ କିଛିଦିନ ହେବ ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ଜେ.ଏନ୍.ୟୁ, ଯାଦବପୁର ବିଶ୍ୱବିଦ୍ୟାଳୟ, ଆଲିଗଡ଼ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟ, ଜାମିଆ ମିଲିଆ ଇସ୍ଲାମିଆ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ଉପରେ ହିଂସା ଓ ଅତ୍ୟାଚାର ବଢି ଚାଲିଛି । ବହୁ ହିଂସାକାରୀ ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ନିଷ୍ଠୁରଭାବେ ଆକ୍ରମଣ କରୁଛନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ, ଆଜି ଗବେଷଣାରତ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି । ଏହି ପରିସ୍ଥିତିତରେ ଜେ.ଏନ୍.ୟୁରେ ଯେଉଁମାନେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଆକ୍ରମଣ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏମାନେ ଦାବୀ କରିଛନ୍ତି। ଏଥିସହ କ୍ୟାମ୍ପସରେ ଆଇନ୍ ଶୃଙ୍ଖଳା ବଜାୟ ରଖିବାକୁ ରିସର୍ଚ୍ଚ ସ୍କଲାରମାନେ ଦାବି କରିଛନ୍ତି । ଆଇଓପି ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦରେ ରିସର୍ଚ୍ଚ ସ୍କଲାର ଗଣେଶ ପାଲ୍, ଅତନୁ ମାଇତି, ଅମରେନ୍ଦ୍ର ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Categories
ଭିଡ଼ିଓ

Bollywood celebs condemn JNU attack || ଜେଏନୟୁ ଆକ୍ରମଣକୁ ବଲିଉଡ କଳାକାରଙ୍କ ନିନ୍ଦା |

Categories
ଆଜିର ଖବର ରାଜ୍ୟ ଖବର

ଜେଏନ୍‌ୟୁ ଆକ୍ରମଣକୁ ବିଜୁ ଛାତ୍ର ଜନତା ଦଳର ନିନ୍ଦା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,06/01: ଗତକାଲି ଦିଲ୍ଲୀର ଜେଏନୟୁରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପରେ ହେଇଥିବା ଅମାନୁଷିକ ଆକ୍ରମଣକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ଶିକ୍ଷା ଓ ବୁଦ୍ଧିଜୀବୀଙ୍କ ଗନ୍ତାଘର କୁହାଯାଉଥିବା ଜେନୟୁରେ ଘଟିଥିବା ହିଂସାକାଣ୍ଡ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦାବି କରାଯାଇଛି। ଜେଏନୟୁ ଦେଶର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ଭାବେ ପରିଚିତ। ଶୈକ୍ଷିକ ବାତାବରଣରେ ଯେଉଁଭଳି ହିଂସାକାଣ୍ଡ ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଗ୍ରହଣଯୋଗ୍ୟ ନୁହେଁ। ଛାତ୍ର ସମାଜ ଉପରେ ହୋଇଥିବା ଏପରି ଘୃଣ୍ୟ କାର୍ଯ୍ୟକୁ ସାରା ଦେଶରେ ଛାତ୍ର ସମାଜ ବିରୋଧ କରିଛି। ଶିକ୍ଷାର ମନ୍ଦିରରେ ହିଂସାର ସ୍ଥାନ ନାହିଁ ବୋଲି ବିଜୁ ଜନତା ଦଳର ଛାତ୍ର ଉପଦେଷ୍ଟା ଚିନ୍ମୟ ସାହୁ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି। ଏଭଳି ଘଟଣାକୁ ନିନ୍ଦାକରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ମାନଙ୍କରେ ହିଂସାରେ ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଅନ୍ୟପକ୍ଷରେ ଏଭଳି ହିଂସାକାଣ୍ଡଙ୍କୁ ନିନ୍ଦା କରି ସମଗ୍ର ରାଜ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କ୍ୟାଣ୍ଡେଲ ରାଲି କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବିଶ୍ବବିଦ୍ୟାଳୟକୁ ରାଜନୈତିକ ପରୀକ୍ଷାଗାର ଭାବରେ ବ୍ୟବହାର କରାନଯାଉ : ସ୍ମୃତି ଇରାନୀ

ନୂଆଦିଲ୍ଲୀ,06/01: ଜଓ୍ବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ହିଂସାକୁ ନେଇ ନିଜର ମତ ରଖିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ । ବିଶ୍ବ ବିଦ୍ୟାଳୟକୁ ରାଜନୈତିକ ପରୀକ୍ଷାଗାର ଭାବରେ ବ୍ୟବହାର କରାନଯାଉ ଏବଂ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ମୋହରା ବନାନଯାଉ ବୋଲି ବିଜେପି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରକାଶ କରିଛନ୍ତି । ସେହିପରି ଜେଏନ୍‌ୟୁ ଆକ୍ରମଣର ତଦନ୍ତ ଜାରି ରହିଥିବାରୁ ଏହା ଉପରେ ମତ ଦେବାକୁ ମନା କରିଛନ୍ତି ଇରାନୀ । ଉଲ୍ଲେଖଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ ଜେଏନ୍‌ୟୁ କ୍ୟାମ୍ପସରେ ଆକ୍ରମଣକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଲ୍ୟୁଟନାଣ୍ଟ ଜେନେରାଲ ଅନୀଲ ବୈଜାଲଙ୍କୁ ଜେଏନ୍‌ୟୁ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । (ଏଜେନ୍ସୀ)

Categories
ଫଟୋ ଖବର

ଫି ବୃଦ୍ଧି ପ୍ରତିବାଦରେ ଜେଏନୟୁ ଛାତ୍ରଛାତ୍ରୀଙ୍କ ରାଷ୍ଟ୍ରପତି ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ

New Delhi: Police resorts to baton charge to disperse the protesting Jawaharlal Nehru University (JNU) students who were marching towards Rashtrapati Bhawan to meet President over fee hike issue, in New Delhi on Dec 9, 2019. (Photo: IANS)

Categories
ଆଜିର ଖବର

ଜେଏନ୍‌ୟୁ ଛାତ୍ର ନିଖୋଜ ଘଟଣା : ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ

ଜେଏନ୍‌ୟୁର ନିଖୋଜ ଛାତ୍ର ନଜୀବ ଅହମ୍ମଦଙ୍କ ନିଖୋଜ ହେବା ପ୍ରସଙ୍ଗରେ ସିବିଆଇକୁ ଚୂଡାନ୍ତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ। ନିଖୋଜ ଛାତ୍ରଙ୍କ ମା‘ ଫାତିମା ନଫିସ୍‌ଙ୍କ ଯାଚିକା ଉପରେ ବିଚାର କରି ଏହି ଆଦେଶ ଶୁଣାଇଛନ୍ତି କୋର୍ଟ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦୁଇ ସପ୍ତାହ ମଧ୍ୟରେ ନିଜର ଚୂଡାନ୍ତ ରିପୋର୍ଟ ଦାଖଲ କରିବା ନେଇ ଆଦେଶ ଦେଇଛନ୍ତି ଦିଲ୍ଲୀର ଏକ କୋର୍ଟ। ସମସ୍ତ ସାକ୍ଷୀଙ୍କ ବୟାନ ଏବଂ ମାମଲା ସମ୍ପର୍କିତ ସମସ୍ତ ତଥ୍ୟର ଏକ ନକଲ ଦୁଇ ସପ୍ତାହ ମଧ୍ୟକରେ ଫାତିମା ନଫିସ୍‌ଙ୍କୁ ପ୍ରଦାନ କରିବାକୁ କୋର୍ଟ ରାୟ ଦେଇଛନ୍ତି। ମାଜିଷ୍ଟ୍ରେଟ୍‌ ନବୀନ କୁମାର କଶ୍ୟପ ଏହି ମାମଲାର ଶୁଣାଣି କରି ଏହି ଆଦେଶ ଶୁଣାଇଛନ୍ତି। ମେ ୭ ତାରିଖରେ ଆସନ୍ତା ଶୁଣାଣିରେ ତଦନ୍ତକାରୀ ଅଫିସର ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବା ପାଇଁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି।

Categories
ଆଜିର ଖବର

ଜେଏନୟୁ ଦେଶଦ୍ରୋହ ମାମଲା : ଦିଲ୍ଲୀ ସରକାର ଅନୁମତି ନଦେଲେ ଆମେ ନେବୁ କାର୍ଯ୍ୟାନୁଷ୍ଠାନ : କୋର୍ଟ

ଜେଏନୟୁ ଦେଶଦ୍ରୋହ ମାମଲାରେ ଦିଲ୍ଲୀ ପୁଲିସ ଦ୍ୱାରା ଦାୟର କରାଯାଇଥିବା ମାମଲାରେ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଛି । ଯଦି ସରକାର ଅନୁମତି ନ ଦିଅନ୍ତି ତେବେ ଭିଡିଓ ଦେଖି ମାର୍ଚ୍ଚ ୧୧ରେ ନିଷ୍ପତ୍ତି ନିଆଯିବ ବୋଲି ଅଦାଲତ କହିଛନ୍ତି । ଏହା ପୂର୍ବ ଶୁଣାଣୀରେ ପଟିଆଲା ହାଉସ କୋର୍ଟ ଦିଲ୍ଲୀ ସରକାରଙ୍କ ଦ୍ୱାରା ଯାଚିକା ନମିଳିବା ଦ୍ୱାରା କ୍ଷୁବ୍ଧ ଅଛନ୍ତି । ସରକାର ଏହାକୁ ନେଇ ନିଜର ମତ ସ୍ପଷ୍ଟ କରନ୍ତୁ ବୋଲି ଅଦାଲତ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୬ ଫେବୃଆରୀ ୯ରେ ଜେଏନୟୁ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁଲିସ ଭାରତ ବିରୋଧୀ ନାରା ଦେଇଥିବା ଜଣେ ଛାତ୍ର ଉମର ଖାଲିଦ ଏବଂ ଅନିର୍ବାଣ ଭଟାଚାର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପୁଲସ ଜେଏନୟୁ ଛାତ୍ରସଙ୍ଘର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର ଏବଂ ଅନ୍ୟ ଛାତ୍ରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଥିଲା କି, ସେମାନେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଏବଂ ଦେଶ ବିରୋଧୀ ନାରାକୁ ସମର୍ଥନ କରିଥିଲେ ।