ବଜେଟ୍‌ ପୂର୍ବରୁ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଲେ ମୋଦି

Published: Jan 9, 2020, 1:07 pm IST

ନୂଆଦିଲ୍ଲୀ : ବଜେଟ୍‌ ପୂର୍ବରୁ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଛନ୍ତି । ନିତି ଆୟୋଗ ସିଇଓ ଅମିତାଭ କାନ୍ତ ଏବଂ ଉପମୁଖ୍ୟ ରାଜୀବ କୁମାରଙ୍କ ସହିତ ପ୍ରଧାନମନ୍ତ୍ରୀ ଗୁରୁବାର ଆଲୋଚନା କରିଛନ୍ତି । ଫେବୃୟାରୀ 1 ତାରିଖରେ ବଜେଟ୍‌ ଆଗତ ହେବାକୁ ଥିବାରୁ ଏହି ବୈଠକରେ ଅର୍ଥନୀତି ସୁଧାରିବା ନେଇ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି । ପ୍ରଥମେ ଶିଳ୍ପ ଜଗତର ଟାଇକୁନ୍‌ ମାନଙ୍କ ସହିତ ଆଲୋଚନାର ଦୁଇ ଦିନ ମଧ୍ୟରେ ମୋଦି ନିତି ଆୟୋଗ ସଦସ୍ୟଙ୍କୁ ଭେଟିଥିବାରୁ ଶିଳ୍ପ ବ୍ୟବସ୍ଥାରେ ସୁଧାର ଆଣିବା ସମ୍ପର୍କରେ ଆଲୋଚନା ହେବା ନେଇ ଅନୁମାନ କରାଯାଉଛି । (ଏଜେନ୍ସୀ)

Related posts