Categories
ଆଜିର ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ନିତି ଆୟୋଗ କର୍ମଚାରୀ ପଜିଟିଭ୍‌ : ସିଲ୍‌ ହେଲା ନିତି ଆୟୋଗ କାର୍ଯ୍ୟାଳୟ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ ନିତି ଆୟୋଗର ଜନୈକ କର୍ମଚାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ନିତି ଆୟୋଗର ଜନୈକ ବରିଷ୍ଠ ଅଧିକାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ନିତି ଆୟୋଗ କାର୍ଯ୍ୟାଳୟକୁ ସିଲ୍‌ କରି ଦିଆଯାଇଛି । ଆସନ୍ତା 48 ଘଣ୍ଟା ପାଇଁ ନିତି ଆୟୋଗ କାର୍ଯ୍ୟାଳୟକୁ ସିଲ୍‌ କରି ଦିଆଯାଇଛି । ନିତି ଆୟୋଗର କର୍ମଚାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ନିତି ଆୟୋଗର ସହକାରୀ ସଚିବ ଅଜିତ୍‌ କୁମାର ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 3108 ଜଣ ଲୋକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । (ଏଜେନ୍ସି)

Categories
ବିଶେଷ ଖବର

ଫେବୃଆରୀ ଏକ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ବଦଳରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥାପନ କରିବେ କି କେନ୍ଦ୍ରୀୟ ବଜେଟ?

କେଦାର ମିଶ୍ର

ଆସନ୍ତା ଫେବୃଆରି ୧ ତାରିଖ ଦିନ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ବଦଳରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାର୍ଷିକ ବଜେଟ ଉପସ୍ଥାପନ କରିବେ କି? ଏମିତି ଏକ ପ୍ରଶ୍ନକୁ କେହି କେହି ଅବାନ୍ତର ବୋଲି  କହିପାରନ୍ତି। ଇତିମଧ୍ୟରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପାଇଁ ନୋଟିସ ଆସିଗଲାଣି। ଅର୍ଥମନ୍ତ୍ରୀ ତାଙ୍କ ବିଭାଗରେ ହାଲୁଆ ତିଆରି କରି ବଜେଟ ପ୍ରସ୍ତୁତି ଆରମ୍ଭ କଲେଣି। ତା ପରେ ବି ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ କି ନାହିଁ ବୋଲି ସନ୍ଦେହର କାରଣ କଣ? ଏହି ସନ୍ଦେହର ଏକମାତ୍ର କାରଣ ହେଉଛି, ପ୍ରଧାନମନ୍ତ୍ରୀଙ୍କ ନିଜସ୍ଵ ବାର୍ତ୍ତା। ଗତ ଦୁଇଦିନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବଡ ବଡ ଶିଲ୍ପପତି, ବ୍ୟବସାୟୀ, ଅର୍ଥନୀତିଜ୍ଞ ଓ ଶିଳ୍ପ ବିଶାରଦମାନଙ୍କ ସହିତ ଆଲୋଚନା କରୁଛନ୍ତି। ବଜେଟ ପ୍ରସ୍ତୁତି ପୂର୍ବରୁ ଅର୍ଥ ମନ୍ତ୍ରୀ ଦେଶର ବିଭିନ୍ନ ବରଗଡ଼ ଲୋକଙ୍କ ସହିତ ଏ ବିଷୟରେ ଆଲୋଚନା କରିଥାନ୍ତି। ଏଥର କିନ୍ତୁ ଅର୍ଥମନ୍ତ୍ରୀଙ୍କ ବଦଳରେ ଖୋଦ ପ୍ରଧାନମନ୍ତ୍ରୀ ସେ କାମଟି କରୁଛନ୍ତି। ତେଣୁ ଆମେ ପଚାରିଥିବା ପ୍ରଶ୍ନଟି ସ୍ଵାଭାବିକ ନୁହେଁ କି?

ଭାରତୀୟ ଅର୍ଥନୀତିର ସ୍ଥିତି ଓ ଗତି ଶୋଚନୀୟ ଭାବରେ ଦୁର୍ବଳ ବୋଲି ସ୍ପଷ୍ଟ ସଙ୍କେତ ମିଳିସାରିଛି। ଚଳିତ ବର୍ଷ ଦେଶର ଅଭିବୃଦ୍ଧି ହାର ୫% ଭିତରେ ରହିବ ବୋଲି ବିଶ୍ଵ ବ୍ୟାଙ୍କ ସ୍ପଷ୍ଟ ଭାବରେ କହିସାରିଛି। ଇତି ମଧ୍ୟରେ ଦେଶର ଅର୍ଥ ବ୍ୟବସ୍ଥା ଅଧିକରୁ ଅଧିକ ଦୁର୍ବଳ ହୋଇଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନିଜର ପାଞ୍ଚ ଟ୍ରିଲିଅନ ଡଲାରର ସ୍ଵପ୍ନ କଥା ଦୋହରାଇ ଚାଲିଛନ୍ତି। ବର୍ତ୍ତମାନର ଅଭିବୃଦ୍ଧି ହାର ଯଦି ଅବ୍ୟାହତ ରହେ ତାହେଲେ ୨୦୨୫ ସୁଦ୍ଧା ଏହା କେବଳ ଭାଷଣରେ ହିଁ ରହିବ। ଏପ୍ରିଲ-ଜୁନ-୨୦୧୮ ବେଳକୁ ଆମର ଅର୍ଥନୀତି ୮% ହାରରେ ବଢୁଥିବା ବେଳେ ସେପ୍ଟେମ୍ବର-୨୦୧୮ରୁ କମି କମି ଏହା ବର୍ତ୍ତମାନ ୪.୫% ରେ ପହଞ୍ଚିଛି। ଖୋଦ ବିଜେପିରେ ଥିବା ଅର୍ଥନୀତିଜ୍ଞ ସୁବ୍ରମନ୍ୟମ ସ୍ବାମୀଙ୍କ ମତରେ ଏହା ବାସ୍ତବରେ ୨.୫ ରୁ ୩% ଭିତରେ ହିଁ ସୀମିତ। ଏହି ପୃଷ୍ଠଭୂମିରେ ଅର୍ଥମନ୍ତ୍ରୀଙ୍କ ପାଇଁ ବଜେଟ ପ୍ରସ୍ତୁତି ଭୟଙ୍କର ଚିନ୍ତାର ବିଷୟ।

ଅର୍ଥନୀତିର ଜଟିଳ ଗଣିତକୁ ନଯାଇ ଆମେ ଯଦି ଏହାର ରାଜନୈତିକ ଦିଗକୁ ଦେଖିବା ତାହେଲେ, ଜଣେ ସଚେତନ ନାଗରିକର ମୁଣ୍ଡ ଘୂରିଯିବ। ଦେଶର ବଜେଟ ଓ ଅର୍ଥନୀତି ବିଷୟରେ ନୀତି ଆୟୋଗରେ ବୈଠକ ହେଉଛି ଯେଉଁଠି ଅର୍ଥମନ୍ତ୍ରୀ ନାହାନ୍ତି। ଏହା କି ପ୍ରକାର ସନ୍ଦେଶ ଦେଉଛି। ନିର୍ମଲା ସୀତାରମଣଙ୍କର ଏହା ଦ୍ଵିତୀୟ ବଜେଟ। ପ୍ରଥମ ବଜେଟ ପୂର୍ବରୁ ମଧ୍ୟ ଯେଉଁ ମନ୍ଥନ ପ୍ରକ୍ରିୟା ଚାଲିଥିଲା ସେଥିରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ସମୟରେ ଅର୍ଥମନ୍ତ୍ରୀଙ୍କୁ ସାମିଲ କରାଯାଇନଥିଲା। ଗତକାଲି ନୀତି ଆୟୋଗରେ ବସିଥିବା ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ପରିବହନ ମନ୍ତ୍ରୀ ନୀତିନ ଗଦକରୀ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉପସ୍ଥିତ ଥିଲେ। ହେଲେ ଏମାନେ ତ କେହି ବଜେଟ ଉପସ୍ଥାପନ କରିବେ ନାହିଁ। ଅର୍ଥନୀତି ଦାୟିତ୍ବରେ ଥିବା  ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏ ପ୍ରକାର ବୈଠକର ଅର୍ଥ କଣ?

ଏହି ବୈଠକର  ଦୁଇ ଦିନ ଆଗରୁ ପ୍ରଧାନମନ୍ତ୍ରୀ ଦେଶର ବଡ ବଡ ଶିଳ୍ପପତିଙ୍କୁ ମଧ୍ୟ ଭେଟିଥିଲେ। ସେଥିରେ ମଧ୍ୟ ଅର୍ଥମନ୍ତ୍ରୀଙ୍କୁ ସାମିଲ କରାଯାଇନଥିଲା। ତାହେଲେ ଅର୍ଥମନ୍ତ୍ରୀ ଅଛନ୍ତି କାହିଁକି? ପ୍ରଧାନମନ୍ତ୍ରୀ ନିଜେ ଅର୍ଥମନ୍ତ୍ରୀ ଭାବରେ ବଜେଟ ଉପସ୍ଥାପନା କରିବାରେ କୌଣସି ଅସୁବିଧା ନାହିଁ। କେବଳ ନାମକୁ ମାତ୍ର ଅର୍ଥମନ୍ତ୍ରୀଙ୍କୁ ବହିଖାତା ଧରାଇ ବଜେଟ ପଢିବାକୁ କହିବା ତାଙ୍କ ପ୍ରତି ଅପମାନ ନୁହେଁ କି? ଅବଶ୍ୟ ଅର୍ଥମନ୍ତ୍ରୀଙ୍କୁ କୁହାଯାଇଛି, ଭାରତୀୟ ଜନତା ପାର୍ଟି ଅଫିସରେ ବସି ବଜେଟ ସମ୍ପର୍କରେ ଦଳୀୟ କର୍ମୀଙ୍କ ମତାମତ ନେବା ପାଇଁ? ବଜେଟ ଉପସ୍ଥାପନ ସରକାରଙ୍କର ଦାୟିତ୍ଵ। ଏଥିରେ ଶାସକ ଦଳର ଭୂମିକା କଣ? ଯଦି ଅର୍ଥମନ୍ତ୍ରୀ କେବଳ ନିଜ ଦଳର ପରାମର୍ଶରେ ବଜେଟ କରିବାକୁ ଚ୍ଚିନତା କରୁଛନ୍ତି ତାହେଲେ ସେ ଏକ ଗଣତାନ୍ତ୍ରିକ ସରକାରୀ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛନ୍ତି। ସରକାର ଯଦିଓ ସଂଖ୍ୟାଗରିଷ୍ଠ ଦଳ ଗଢିଥାଏ, ହେଲେ ସରକାର ନିର୍ଦ୍ଦିଷ୍ଟ ଦଳର ସ୍ଵାର୍ଥରେ କାମ କରିବା ଅନୈତିକ। ଅର୍ଥମନ୍ତ୍ରୀ ସବୁ ରାଜନୈତିକ ଦଳ ଓ ପୂର୍ବତନ ଅର୍ଥମନ୍ତ୍ରୀମାନଙ୍କ  ସହ ଏ ବିଷୟରେ ଆଲୋଚନା କରିବା ନିତାନ୍ତ ଜରୁରୀ।

ଛାଡନ୍ତୁ, ଅର୍ଥମନ୍ତ୍ରୀଙ୍କର ଆବଶ୍ୟକତା ବା କଣ? ମୋଦୀ ସରକାରର ସବୁକିଛି କ୍ଷମତା ପ୍ରଧାନମନ୍ତ୍ରୀଙ୍କ ପାଖରେ ଠୁଳ ହୋଇ ରହିଛି। ଅର୍ଥମନ୍ତ୍ରୀ କେବଳ ପ୍ରଧାନମନ୍ତ୍ରୀ ଅଫିସ ତିଆରି କରିଥିବା ବଜେଟକୁ ସଂସଦରେ ପଢିବେ। ଏହା ବ୍ୟତୀତ ତାଙ୍କର ଅଧିକ କିଛି କାମ ଥିବା ଭଳି କାହିଁ ଦିଶୁନାହିଁ ତ! ଅରୁଣ ଜେଟଲି ଅର୍ଥମନ୍ତ୍ରୀ ଥିବା ସମୟରେ ତାଙ୍କୁ ମୋଦୀ ଏପ୍ରକାର ଅଣଦେଖା କରି ପାରୁନଥିଲେ। ଏବେ କିନ୍ତୁ ନିର୍ମଲା ସୀତାରମଣ କେବଳ ରବର ଷ୍ଟାମ୍ପ ଅର୍ଥମନ୍ତ୍ରୀ ଦାୟିତ୍ଵ ତୁଲାଉଛନ୍ତି। ଏ ପ୍ରସଙ୍ଗରେ ପୂର୍ବତନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ ଆମକୁ ସତର୍କ କରାଇ ଦେଇ କହିଥିଲେ, ଅର୍ଥନୀତିର ମୂଳ ସଙ୍କଟ ହେଉଛି କ୍ଷମତାର କେନ୍ଦ୍ରୀକରଣ। ଜଣେ ବ୍ୟକ୍ତି ପାଖରେ ସବୁ ନିଷ୍ପତ୍ତି ନେବାର କ୍ଷମତା ଠୁଳ ହୋଇ ରହିଲେ, ଏହାର ପ୍ରଭାବ ଅର୍ଥନୀତିର ସ୍ୱାସ୍ଥ୍ୟ ଉପରେ ପଡିଥାଏ। ଆଜି ତାହା ହିଁ ହେଉଛି। ଅର୍ଥମନ୍ତ୍ରୀଙ୍କୁ ନଡାକି ଅର୍ଥନୀତିର ଆଲୋଚନାରୁ ଆମେ ବୁଝିଯିବା ଉଚିତ ଜେ ଆମର ଭବିଷ୍ୟତ ବାସ୍ତବରେ କଣ ହେବାକୁ ଯାଉଛି!!

Categories
ଆଜିର ଖବର ଜାତୀୟ ଖବର

ବଜେଟ୍‌ ପୂର୍ବରୁ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ : ବଜେଟ୍‌ ପୂର୍ବରୁ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଛନ୍ତି । ନିତି ଆୟୋଗ ସିଇଓ ଅମିତାଭ କାନ୍ତ ଏବଂ ଉପମୁଖ୍ୟ ରାଜୀବ କୁମାରଙ୍କ ସହିତ ପ୍ରଧାନମନ୍ତ୍ରୀ ଗୁରୁବାର ଆଲୋଚନା କରିଛନ୍ତି । ଫେବୃୟାରୀ 1 ତାରିଖରେ ବଜେଟ୍‌ ଆଗତ ହେବାକୁ ଥିବାରୁ ଏହି ବୈଠକରେ ଅର୍ଥନୀତି ସୁଧାରିବା ନେଇ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି । ପ୍ରଥମେ ଶିଳ୍ପ ଜଗତର ଟାଇକୁନ୍‌ ମାନଙ୍କ ସହିତ ଆଲୋଚନାର ଦୁଇ ଦିନ ମଧ୍ୟରେ ମୋଦି ନିତି ଆୟୋଗ ସଦସ୍ୟଙ୍କୁ ଭେଟିଥିବାରୁ ଶିଳ୍ପ ବ୍ୟବସ୍ଥାରେ ସୁଧାର ଆଣିବା ସମ୍ପର୍କରେ ଆଲୋଚନା ହେବା ନେଇ ଅନୁମାନ କରାଯାଉଛି । (ଏଜେନ୍ସୀ)

Categories
ଆଜିର ଖବର

ମମତା ଏବଂ କେସିଆରଙ୍କ ରାସ୍ତାରେ ଅମରିନ୍ଦର : ନିତି ଆୟୋଗ ବୈଠକକୁ ବର୍ଜନ

ପଞ୍ଚମ ଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ନିତି ଆୟୋଗ ବୈଠକକୁ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ। ପ୍ରାରମ୍ଭରୁ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବା ନେଇ ମମତା ମନା କରିଥିବା ବେଳେ ଆଜି ସକାଳୁ ଏକ କୃଷି ଜଳଯୋଗାଣ ପ୍ରକଳ୍ପର ଉଦ୍‌ଘାଟନ ନିମନ୍ତେ ବ୍ୟସ୍ତ ରହିଥିବାରୁ ଯୋଗ ନଦେବା ନେଇ କେସିଆର ସ୍ପଷ୍ଟ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ଏହି ବୈଠକକୁ ବର୍ଜନ କରିଛନ୍ତି। ଏହି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଅନ୍ୟ ୪ ଜଣ କଂଗ୍ରେସ ନେତାଙ୍କ ସହିତ ଏକ ଆଲୋଚନାରେ ଭାଗ ନେବେ ବୋଲି ଜଣାପଡିଛି। ଚାଷୀ ମାନଙ୍କ ଋଣ ଛାଡ କରିବା ନେଇ ଏହି ଆଲୋଚନା କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର

ଆଜି ନିତି ଆୟୋଗ ବୈଠକ : ଯୋଗ ଦେବେନି କେସିଆର୍‌ ଏବଂ ମମତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନିତି ଆୟୋଗ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତି ଭବନରେ ଅନୁ୍ଷ୍ଠିତ ହେବାକୁ ଯାଉଥିବା ଏହି ବୈଠକ ନିତି ଆୟୋଗର ପଞ୍ଚମ ବୈଠକ। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରର ଦ୍ବିତୀୟ ପାଳିର ଏହା ପ୍ରଥମ ବୈଠକ। ଏହି ବୈଠକରେ ଚାଷ ଏବଂ ଚାଷୀ ସମସ୍ୟା, ମରୁଡି ଏବଂ ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେବ। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଲ୍ୟୁଟନାଣ୍ଟ ଗଭର୍ଣ୍ଣରଙ୍କୁ ଏହି ବୈଠକକୁ ଆମନ୍ତ୍ରଣ କରାଯାଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି। ମମତା ଏହି ବୈଠକକୁ ନିରର୍ଥକ ବୋଲି କହି ଯୋଗ ଦେଉନଥିବା ବେଳେ କେସିଆର ଏକ କୃଷି ଜଳଯୋଗାଣ ପ୍ରକଳ୍ପର ଉଦ୍‌ଘାଟନ ନିମନ୍ତେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି।