ଆମ୍ମା ଭୋଡି ଯୋଜନାରେ ଛାତ୍ରୀଙ୍କୁ ମିଳିବ ବାର୍ଷିକ 15 ହଜାର ଟଙ୍କା

Published: Jan 10, 2020, 9:52 am IST

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଛାତ୍ରୀଙ୍କ ପାଇଁ ଏକ ନୂତନ ଯୋଜନା ଆଣିଛନ୍ତି । ଏହି ଯୋଜନାରେ ସ୍କୁଲ ଯାଉଥିବା ଛାତ୍ରୀଙ୍କ ପରିବାରକୁ ବାର୍ଷିକ 15 ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଝିଅ ଏବଂ ମାଙ୍କୁ ଏହି ଯୋଜନାର ସୁବିଧା ମିଳିବ । ଆମ୍ମା ଭୋଡି ଯୋଜନାରେ ମିଳିବାକୁ ଥିବା ଏହି ସୁବିଧାରେ ପ୍ରତ୍ୟୋକ ବର୍ଷର ଜାନୁୟାରୀ ମାସ ଶେଷ ସୁଦ୍ଧା ଅର୍ଥ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହି ଯୋଜନାରେ 43 ଲକ୍ଷ ପରିବାର ଉପକୃତ ହେବେ ବୋଲି ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି ଛାତ୍ରୀଙ୍କ ସ୍କୁଲ ଉପସ୍ଥାନ ସର୍ବନିମ୍ନ 75 ପ୍ରତିଶତ ଉପସ୍ଥାନ ରହିବା ଆବଶ୍ୟକ ବୋଲି ଜଣାପଡିଛି । (ଏଜେନ୍ସୀ)

Related posts