Categories
ଆଜିର ଖବର ଜାତୀୟ ଖବର

ଜଗନଙ୍କ ତିନି ରାଜଧାନୀ ପ୍ରସ୍ତାବକୁ ଲାଗିଲା ଝଟ୍‌କା

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାରଙ୍କୁ ଝଟ୍‌କା ଲାଗିଛି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘ତିନ ରାଜଧାନୀ ଫର୍ମୁଲା’ ପ୍ରସ୍ତାବକୁ ବିରୋଧୀ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ବିଧାନପରିଷଦରେ ରୋକ୍‌ ଲଗାଇଛି। ରାଜ୍ୟ ବିଧାନପରିଷଦରେ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ପାଖରେ ବହୁମତ ରହିଛି। 58 ସଦ୍ୟସୀୟ ବିଧାନ ପରିଷଦରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାଖରେ ମାତ୍ର 9ଜଣ ରହିଛନ୍ତି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ତିନି ରାଜଧାନୀ ଫର୍ମୁଲାକୁ ଏବେ ସିଲେକ୍ଟ କମିଟି ପାଖକୁ ପଠାଇବା ନେଇ ଦାବି କରିଛି। ଏହାସହିତ ସମ୍ପୂର୍ଣ୍ଣ ମାମଲାକୁ କୋର୍ଟରେ ଚ୍ୟାଲେଞ୍ଜ କରିବା ନେଇ ପ୍ରସ୍ତୁତି ଚଳାଇଛି ଟିଡିପି।

ସୂଚନାଯୋଗ୍ୟ, ସୋମବାର ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଆନ୍ଧ୍ର ପ୍ରଦେଶର ତିନି ରାଜଧାନୀ ରହିବ। ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବରେ କର୍ଣ୍ଣୁଲ, ବିଶାଖାପାଟଣା ଓ ଅମରାବତୀକୁ ସାମିଲ କରାଯାଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ତିନି ରାଜଧାନୀ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ମଞ୍ଜୁରୀ

ଅମରାବତୀ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ତିନି ରାଜଧାନୀ ପ୍ରସ୍ତାବକୁ କ୍ୟାବିନେଟ୍‌ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସୋମବାର ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଆନ୍ଧ୍ର ପ୍ରଦେଶର ତିନି ରାଜଧାନୀ ରହିବ । ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବରେ କର୍ଣ୍ଣୁଲ, ବିଶାଖାପାଟଣା ଓ ଅମରାବତୀକୁ ସାମିଲ କରାଯାଇଛି । ଜଗନଙ୍କ ଏହି ପ୍ରସ୍ତାବକୁ ଅମରାବତୀରେ ଦୃଢ ବିରୋଧ କରାଯାଇଛି । କର୍ଣ୍ଣୁଲକୁ ନ୍ୟାୟିକ ରାଜଧାନୀ କରିବା ସହିତ ଏଠାରେ ହାଇକୋର୍ଟ ସ୍ଥାପନ କରାଯିବ । ପ୍ରଶାସନିକ ରାଜଧାନୀ ଭାବରେ ଅମରାବତୀ ରଖାଯାଇଥିବା ବେଳେ ସେଠାରେ ବିଧାନସଭା ପରିଚାଳିତ ହେବ । ଅପର ପକ୍ଷରେ ବିଶାଖାପାଟଣାକୁ କାର୍ଯ୍ୟକାରୀ ରାଜଧାନୀ ଭାବରେ ଘୋଷଣା କରାଯାଇଛି । ଦିନ 11ଟାରେ ଅନୁଷ୍ଠିତ ଅସ୍ଥାୟୀ କ୍ୟାବିନେଟ୍‌ ବୈଠକରେ ଏକହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଆମ୍ମା ଭୋଡି ଯୋଜନାରେ ଛାତ୍ରୀଙ୍କୁ ମିଳିବ ବାର୍ଷିକ 15 ହଜାର ଟଙ୍କା

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଛାତ୍ରୀଙ୍କ ପାଇଁ ଏକ ନୂତନ ଯୋଜନା ଆଣିଛନ୍ତି । ଏହି ଯୋଜନାରେ ସ୍କୁଲ ଯାଉଥିବା ଛାତ୍ରୀଙ୍କ ପରିବାରକୁ ବାର୍ଷିକ 15 ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଝିଅ ଏବଂ ମାଙ୍କୁ ଏହି ଯୋଜନାର ସୁବିଧା ମିଳିବ । ଆମ୍ମା ଭୋଡି ଯୋଜନାରେ ମିଳିବାକୁ ଥିବା ଏହି ସୁବିଧାରେ ପ୍ରତ୍ୟୋକ ବର୍ଷର ଜାନୁୟାରୀ ମାସ ଶେଷ ସୁଦ୍ଧା ଅର୍ଥ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହି ଯୋଜନାରେ 43 ଲକ୍ଷ ପରିବାର ଉପକୃତ ହେବେ ବୋଲି ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି ଛାତ୍ରୀଙ୍କ ସ୍କୁଲ ଉପସ୍ଥାନ ସର୍ବନିମ୍ନ 75 ପ୍ରତିଶତ ଉପସ୍ଥାନ ରହିବା ଆବଶ୍ୟକ ବୋଲି ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

ଆନ୍ଧ୍ରପ୍ରଦେଶରେ ଲାଗୁ ହେବ ନାହିଁ ଏନ୍‌ଆରସି : ଜଗନମୋହନ ରେଡ୍ଡି

ଆନ୍ଧ୍ରପ୍ରଦେଶ, 23/12: ଏନ୍‌ଆରସିକୁ ନେଇ ବିରୋଧୀମାନେ ସରକାରକୁ ଘେରିଥିବାବେଳେ ଅନେକ ରାଜ୍ୟ ଏହାକୁ ଲାଗୁ ନ କରିବା ନେଇ ଘୋଷଣା କରିସାରିଛନ୍ତି। ଇତିମଧ୍ୟରେ ଆନ୍ଧ୍ରପ୍ରଦେଶ ଏନ୍‌ଆରସି ରାଜ୍ୟରେ ଲାଗୁ ନ କରିବା ନେଇ ଘୋଷଣା କରିଛି। ଆନ୍ଧ୍ରପ୍ରଦେଶରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍‌ଟାର୍‌ (ଏନ୍‌ଆରସି) ଲାଗୁ ହେବ ନାହିଁ। ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ରେଡ୍ଡି କହିଛନ୍ତି ଯେ, ପ୍ରଦେଶରେ ଏନ୍‌ଆରସି ଲାଗୁ ହେବ ନାହିଁ। ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପ୍ରଥମରୁ କହିଥିଲେ ଯେ, ରାଜ୍ୟରେ ରହିଥିବା ସଂଖ୍ୟାଲଘୁକୁ ଏନେଇ ଡରିବାର ଆବଶ୍ୟକତା ନାହିଁ। ଆନ୍ଧ୍ରପ୍ରଦେଶରେ ଏନ୍‌ଆରସିକୁ ଲାଗୁ ହେବ ନାହିଁ। ଜଗନମୋହନ ରେଡ୍ଡି କହିଛନ୍ତି ଯେ, ତାଙ୍କ ସରକାର ପୂରା ଦେଶରେ ଏନ୍‌ଆରସିର ବିରୋଧ କରିବେ। ଏନ୍‌ଆରସିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜେଡିୟୁର ନୀତିଶ କୁମାର ରାଜ୍ୟରେ ଲାଗୁ କରିବା ପାଇଁ ମନା କରିସାରିଛନ୍ତି।(ଏଜେନ୍ସି)

Categories
Uncategorized

ମୁଖ୍ୟମନ୍ତ୍ରୀ ହେବା ପରେ ଆଶାକର୍ମୀଙ୍କୁ ଭେଟି ଦେଲେ ଜଗନମୋହନ : ଦରମା ୧୦,୦୦୦ଟଙ୍କା ବୃଦ୍ଧି କଲେ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଓ୍ବାଇଏସ୍‌ ଜଗନ ମୋନହ ରେଡ୍ଡି ପ୍ରଥମ ପର୍ଯ୍ୟାୟରେ ଆଶା କର୍ମୀଙ୍କୁ ଦେଇଛନ୍ତି ଭେଟି। ମେଡିକାଲ ଓ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବା ଆଶାକର୍ମୀଙ୍କ ଦରମାକୁ ତିନିଗୁଣା ବଢାଇଛନ୍ତି। ଆଶା କର୍ମୀଙ୍କ ଦରମା ୩ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ଜଗନ ମୋହନ। ୩୦ ମଇରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଜଗନମୋହନ ଶପଥ ଗ୍ରହଣ କରିଥିଲେ। ଚଳିତ ନିର୍ବାଚନରେ ଜଗନ ମୋହନଙ୍କ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ୧୭୫ ସଂସଦୀୟ ବିଧାନସଭା ଆସନରୁ ୧୫୧ଟି ଆସନରେ ବାଜିମାତ୍‌ କରିଛନ୍ତି।