ଜଗନଙ୍କ ତିନି ରାଜଧାନୀ ପ୍ରସ୍ତାବକୁ ଲାଗିଲା ଝଟ୍‌କା

Published: Jan 22, 2020, 12:34 pm IST
jagan mohan

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାରଙ୍କୁ ଝଟ୍‌କା ଲାଗିଛି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘ତିନ ରାଜଧାନୀ ଫର୍ମୁଲା’ ପ୍ରସ୍ତାବକୁ ବିରୋଧୀ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ବିଧାନପରିଷଦରେ ରୋକ୍‌ ଲଗାଇଛି। ରାଜ୍ୟ ବିଧାନପରିଷଦରେ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ପାଖରେ ବହୁମତ ରହିଛି। 58 ସଦ୍ୟସୀୟ ବିଧାନ ପରିଷଦରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାଖରେ ମାତ୍ର 9ଜଣ ରହିଛନ୍ତି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ତିନି ରାଜଧାନୀ ଫର୍ମୁଲାକୁ ଏବେ ସିଲେକ୍ଟ କମିଟି ପାଖକୁ ପଠାଇବା ନେଇ ଦାବି କରିଛି। ଏହାସହିତ ସମ୍ପୂର୍ଣ୍ଣ ମାମଲାକୁ କୋର୍ଟରେ ଚ୍ୟାଲେଞ୍ଜ କରିବା ନେଇ ପ୍ରସ୍ତୁତି ଚଳାଇଛି ଟିଡିପି।

ସୂଚନାଯୋଗ୍ୟ, ସୋମବାର ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଆନ୍ଧ୍ର ପ୍ରଦେଶର ତିନି ରାଜଧାନୀ ରହିବ। ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବରେ କର୍ଣ୍ଣୁଲ, ବିଶାଖାପାଟଣା ଓ ଅମରାବତୀକୁ ସାମିଲ କରାଯାଇଛି। (ଏଜେନ୍ସି)

Related posts