ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁ ପାଇଁ 3 ମିଲିୟନ୍‌ ଡଲାର ସହାୟତା କରିବେ ଲିଓନାର୍ଡୋ ଡିକାପ୍ରିଓ

Published: Jan 10, 2020, 1:26 pm IST

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁରେ ବ୍ୟାପକ କ୍ଷତି ଘଟିଥିବା ବେଳେ 50ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିଲା । ବିଶ୍ବ ସମୁଦାୟ ନିଆଁକୁ ଆୟତ କରିବା ପାଇଁ ସହାୟତା କରିଥିବା ବେଳେ ହଲିଉଡ୍‌ ଅଭିନେତା ଲିଓନାର୍ଡୋ ଡିକାପ୍ରିଓ 3 ମିଲିୟନ୍‌ ଡଲାରର ସହାୟତା ରାଶି ପଠାଇଛନ୍ତି । ଡିକାପ୍ରିଓଙ୍କ ସଂସ୍ଥା ଆର୍ଥ ଆଲାଏନ୍ସ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯାଇଛି । ଏହି ଅର୍ଥ ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ବ୍ୟବହୃତ ହେବ ବୋଲି ଲିଓନାର୍ଡୋ ଡିକାପ୍ରିଓ ସୂଚନା ଦେଇଛନ୍ତି । ଡିକାପ୍ରିଓଙ୍କ ଏହି ସଙ୍ଗଠନରେ କ୍ରିସ୍‌ ହେମ୍‌ସଓ୍ବର୍ଥ, କାଇଲି ଜେନର, ନିକୋଲ୍‌ କିଡମ୍ୟାନ୍‌ ଏବଂ କିଥ୍‌ ଅର୍ବାନ୍‌ ପ୍ରମୁଖ ସଦସ୍ୟ ରହିଛନ୍ତି । (ଏଜେନ୍ସୀ)

Related posts