ପରଲୋକରେ ସୁଲତାନ କାବୁସ୍‌ ବିନ୍‌ ସଇଦ : ଓମାନ୍‌ରେ ତିନିଦିନିଆ ରାଷ୍ଟ୍ରୀୟ ଶୋକ

Published: Jan 11, 2020, 9:23 am IST

ଓମାନ୍‌ : ଓମାନ୍‌ର ସୁଲତାନ୍‌ କାବୁସ୍‌ ବିନ୍‌ ସଇଦ୍‌ଙ୍କ ନିଧନ ହୋଇଯାଇଛି । ଓମାନ୍‌ ମିଡିଆ ତରଫରୁ ମିଳିଥିବା ସୂଚନା ଅନୁସାରେ ସୁଲତାନ୍‌ କାବୁସ୍‌ ଶୁକ୍ରବାର ଦିନ ମୃତ୍ୟୁବରଣ କରିଛନ୍ତି । କାବୁସ୍‌ଙ୍କ ନିଧନ ପରେ ଓମାନ୍‌ଠାରେ ଶନିବାର ଦିନ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେବାକୁ ଘୋଷଣା କରାଯାଇଛି । ତେବେ ମୃତ୍ୟର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳିପାରିନାହିଁ।

ମୃତ୍ୟୁବେଳକୁ ସୁଲତାନଙ୍କୁ 79 ବର୍ଷ ବୟସ ହୋଇଥିଲା । ସୁଲତାନ୍‌ କାବୁସ୍‌ 1970ରୁ ଲଗାତାର ଭାବେ ଏହି ପଦବୀରେ ରହିଆସିଥିଲେ । ଦୀର୍ଘ ଦିନରୁ ରୋଗରେ ପଡ଼ିଥିବା ସୁଲତାନଙ୍କ ମୃତ୍ୟ ପରେ ଏହି ସମ୍ବାଦ ରୟାଲ୍‌ କୋର୍ଟ ତରଫରୁ ଜାରି କରାଯାଇଥିଲା । କାବୁସ୍‌ ବିନ୍‌ ସଇଦ୍‌ ଓମାନଠାରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସୁଲତାନ ରୂପେ ରହିଆସିଥିଲେ । କାବୁସ୍‌ 1970ରେ ତାଙ୍କ ପିତାଙ୍କୁ ଗାଦିଚ୍ୟୁତ କରି ସୁଲତାନ ହୋଇଥିଲେ । ସୁଲତାନ କାବୁସ୍‌ ବିବାହ କରିନଥିବାବେଳେ ତାଙ୍କର କେହି ଉତ୍ତରାଧିକାରୀ ନାହାନ୍ତି । ସୁଲତାନଙ୍କ ମୃତ୍ୟ ପରେ ଶାହୀ ପରିବାର ପରିଷଦରୁ ଜଣେ ନୂତନ ସୁଲତାନ ରୂପେ ନିର୍ବାଚିତ ହେବେ ବୋଲି ସୂଚନା ରହିଛି ।

 

Related posts