Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରଲୋକରେ ସୁଲତାନ କାବୁସ୍‌ ବିନ୍‌ ସଇଦ : ଓମାନ୍‌ରେ ତିନିଦିନିଆ ରାଷ୍ଟ୍ରୀୟ ଶୋକ
ଆଜିର ଖବର

ପରଲୋକରେ ସୁଲତାନ କାବୁସ୍‌ ବିନ୍‌ ସଇଦ : ଓମାନ୍‌ରେ ତିନିଦିନିଆ ରାଷ୍ଟ୍ରୀୟ ଶୋକ

January 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓମାନ୍‌ : ଓମାନ୍‌ର ସୁଲତାନ୍‌ କାବୁସ୍‌ ବିନ୍‌ ସଇଦ୍‌ଙ୍କ ନିଧନ ହୋଇଯାଇଛି । ଓମାନ୍‌ ମିଡିଆ ତରଫରୁ ମିଳିଥିବା ସୂଚନା ଅନୁସାରେ ସୁଲତାନ୍‌ କାବୁସ୍‌ ଶୁକ୍ରବାର ଦିନ ମୃତ୍ୟୁବରଣ କରିଛନ୍ତି । କାବୁସ୍‌ଙ୍କ ନିଧନ ପରେ ଓମାନ୍‌ଠାରେ ଶନିବାର ଦିନ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେବାକୁ ଘୋଷଣା କରାଯାଇଛି । ତେବେ ମୃତ୍ୟର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳିପାରିନାହିଁ।

ମୃତ୍ୟୁବେଳକୁ ସୁଲତାନଙ୍କୁ 79 ବର୍ଷ ବୟସ ହୋଇଥିଲା । ସୁଲତାନ୍‌ କାବୁସ୍‌ 1970ରୁ ଲଗାତାର ଭାବେ ଏହି ପଦବୀରେ ରହିଆସିଥିଲେ । ଦୀର୍ଘ ଦିନରୁ ରୋଗରେ ପଡ଼ିଥିବା ସୁଲତାନଙ୍କ ମୃତ୍ୟ ପରେ ଏହି ସମ୍ବାଦ ରୟାଲ୍‌ କୋର୍ଟ ତରଫରୁ ଜାରି କରାଯାଇଥିଲା । କାବୁସ୍‌ ବିନ୍‌ ସଇଦ୍‌ ଓମାନଠାରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସୁଲତାନ ରୂପେ ରହିଆସିଥିଲେ । କାବୁସ୍‌ 1970ରେ ତାଙ୍କ ପିତାଙ୍କୁ ଗାଦିଚ୍ୟୁତ କରି ସୁଲତାନ ହୋଇଥିଲେ । ସୁଲତାନ କାବୁସ୍‌ ବିବାହ କରିନଥିବାବେଳେ ତାଙ୍କର କେହି ଉତ୍ତରାଧିକାରୀ ନାହାନ୍ତି । ସୁଲତାନଙ୍କ ମୃତ୍ୟ ପରେ ଶାହୀ ପରିବାର ପରିଷଦରୁ ଜଣେ ନୂତନ ସୁଲତାନ ରୂପେ ନିର୍ବାଚିତ ହେବେ ବୋଲି ସୂଚନା ରହିଛି ।

 

Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ପୋହା ଏବଂ ଉପମା

August 26, 2026

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026
Latest News

ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ପୋହା ଏବଂ ଉପମା

August 26, 2026

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.