ବିହାରରେ ଏନ୍‌ଆରସି ଲାଗୁ କରିବାର ପ୍ରଶ୍ନ ହିଁ ଉଠୁନାହିଁ : ନୀତିଶ୍‌ କୁମାର

Published: Jan 13, 2020, 2:46 pm IST

ବିହାର : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାର ଏନ୍‌ଆରସିକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ନୀତିଶ୍‌ କୁମାର ବିହାର ବିଧାନସଭାରେ କହିଛନ୍ତି ଯେ, ବିହାରରେ ଏନ୍‌ଆରସି ଲାଗୁ କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହି ଚର୍ଚ୍ଚା କେବଳ ଆସାମ ପାଇଁ। ଆଜି ବିହାର ବିଧାନସଭାରେ ଏନ୍‌ଆରସି ଓ ସିଏଏ ଓ ଏନ୍‌ପିଆରକୁ ନେଇ ଚର୍ଚ୍ଚା ହୋଇଥିଲା।

ନୀତିଶ୍‌ କହିଛନ୍ତି ଯେ, ବିହାରରେ ଏନ୍‌ଆରସିକର କିଛି ପ୍ରଶ୍ନ ନାହିଁ। ଏନ୍‌ଆରସିର କିଛି ଆବଶ୍ୟକତା ନାହିଁ। ନରେନ୍ଦ୍ର ମୋଦି ମଧ୍ୟ ଏନ୍‌ଆରସିକୁ ନେଇ ସ୍ପଷ୍ଟ କରିଛନ୍ତି। ଏନ୍‌ପିଆରକୁ ନେଇ ନୀତିଶ୍‌ କହିଛନ୍ତି ଯେ, ଚଳିତ ଥର ଜାତିଗତ ଜନଗଣନା ହେଉ। ଜନଗଣନା କାଷ୍ଟ ଆଧାରିତ ହେବା ଆବଶ୍ୟକ । 1930 ପରେ ପୁଣିଥରେ ଜାତିଗତ ଜନଗଣନା ହେବା ଆବଶ୍ୟକ ।

ତେବେ ଚର୍ଚ୍ଚାର ବିଷୟ ହେଉଛି ଯେ, ଏନ୍‌ଆରସିର ବିରୋଧ କରୁଥିବା ନୀତିଶ୍‌କୁମାର ସିଏଏକୁ ନେଇ ମୋଦି ସରକାରଙ୍କୁ ସମର୍ଥନ କରିଥିଲେ। ସଂସଦର ଦୁଇ ଗୃହରେ ଜେଡେୟୁ ସାଂସଦ ନାଗରିକତା ସଂଶୋଧନ ବିଲ୍‌ ସମର୍ଥନରେ ଭୋଟ ଦେଇଥିଲେ । ନୀତିଶ୍‌ ସରକାର ବିହାରରେ ଏନ୍‌ପିଆର ଆରମ୍ଭ କରିବା ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଥିଲେ। ନିୟମ ଅନୁସାରେ ଏନ୍‌ପିଆର, ଏନ୍‌ଆରସିର ପ୍ରଥମ ପାହାଚ, ଏଥିରେ କିଛି ତଥ୍ୟ ଏନ୍‌ଆରସିରେ ବ୍ୟବହାର କରାଯିବ। ସାରାଦେଶରେ ସିଏଏ, ଏନ୍‌ଆରସିକୁ ନେଇ ତର୍କ ଜାରି ରହିଛି। ବିରୋଧୀ ଏହାର ଜୋର୍‌ସୋରରେ ବିରୋଧ କରୁଛନ୍ତି। (ଏଜେନ୍ସି)

Related posts