ନିର୍ଭୟା ଫାଶୀ ମାମଲା : ରାଜନୀତି କରୁଥିବାରୁ ଆପ୍‌ ଓ ବିଜେପିକୁ ଆଶାଦେବୀଙ୍କ ସମାଲୋଚନା

Published: Jan 17, 2020, 1:49 pm IST

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ରାଜନୀତିକରଣ କରାଯାଉଥିବାରୁ ଆଶାଦେବୀ ବିଜେପି ଏବଂ ଆପ୍‌କୁ ସମାଲୋଚନା କରିଛନ୍ତି । ଯେଉଁମାନେ, 2012 ମସିହାରେ ନିର୍ଭୟାକୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ସେମାନେ ଆଜି ରାଜନୀତି କରୁଛନ୍ତି ବୋଲି କହି ଆଶାଦେବୀ ଉଭୟ ଆପ୍‌ ଏବଂ ବିଜେପିକୁ ସମାଲୋଚନା କରିଛନ୍ତି । ଉଭୟ ବିଜେପି ଏବଂ ଆପ୍‌ ଫାଶୀ ମାମଲାକୁ ନେଇ ପରସ୍ପର ପ୍ରତି କାଦୁଅ ଫିଙ୍ଗା ରାଜନୀତି କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ସରକାରଙ୍କ ଅସହଯୋଗ କାରଣରୁ ଫାଶୀ ଦେବାରେ ବିଳମ୍ବ ହେଉଥିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଥିବା ବେଳେ ମନୀଷ ସିସୋଦିଆ ଏହାକୁ ଖଣ୍ଡନ କରିଛନ୍ତି । ଉଭୟ ପୋଲିସ୍‌ ଏବଂ ନ୍ୟାୟ ବିଭାଗ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରକାଶ କରିଛନ୍ତି । ଏପରି ସମ୍ବେଦନଶୀଳ ମାମଲାରରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବେପରୁଆ ବୟାନ ଗ୍ରହଣୀୟ ନୁହେଁ ବୋଲି ସିସୋଦିଆ ଏବଂ ସଞ୍ଜୟ ସିଂ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Related posts