
ରାଞ୍ଚି : ବିଷାକ୍ତ ଖାଦ୍ୟ ଖାଇ 40 ଯବାନ ଅସୁସ୍ଥ ହୋଇଥିବା ଜଣାପଡିଛି । ଝାରଖଣ୍ଡରେ ଏହି ଘଟଣା ଘଟିଥିବା ଜଣାପଡିଛି । ହଜାରିବାଘର ପଦ୍ମାରେ ରହିଥିବା ପୋଲିସ୍ ପ୍ରଶିକ୍ଷଣ କ୍ୟାମ୍ପରେ ବିଷାକ୍ତ ଖାଦ୍ୟ ପ୍ରଭାବରେ ଯବାନ ମାନେ ଆହତ ହୋଇଥିବା ଜଣାପଡିଛି । ଗୁରୁବାର ରାତ୍ରଭୋଜନ ପରେ ଯବାନ ମାନେ ଅସୁସ୍ଥ ହୋଇ ପଡିଥିଲେ । ଖାଇ ସାରିବା ପରେ ଯବାନ ମାନେ ବାନ୍ତି କରିବା ସହିତ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଜଣକ ପରେ ଜଣେ ଯବାନ ଅସୁସ୍ଥ ହେବାରୁ ସମସ୍ତ ଯବାନଙ୍କୁ ହଜାରିବାଘ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । (ଏଜେନ୍ସୀ)