ଦିଲ୍ଲୀ ବିଧାନସଭା ନିର୍ବାଚନ : ଆଜି ନାମାଙ୍କନ ଭରିବାର ଅନ୍ତିମ ଦିବସ

Published: Jan 21, 2020, 9:07 am IST

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବାର ଅନ୍ତିମ ଦିବସ । ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ସମେତ ବଡ ବଡ ନେତାମାନେ ନାମାଙ୍କନ ଭରିବେ । ଗତକାଲି ରୋଡ୍‌ ଶୋ’ ରେ ଫସିଯିବା ଯୋଗୁଁ ଅରବିନ୍ଦ କେଜରୀଓ୍ବାଲ ନାମାଙ୍କନ ଭରିପାରିନଥିଲେ । ସେହିପରି ଆଜି ମୋଡେଲ୍‌ ଟାଉନ୍‌ ଆସନରୁ ବିଜେପି ପ୍ରାର୍ଥୀ କପିଲ୍‌ ମିଶ୍ରା ଆଜି ନାମାଙ୍କନ ଭରିବେ । ଇତିମଧ୍ୟରେ ଅରିବନ୍ଦ କେଜରୀଓ୍ବାଲଙ୍କ ବିପକ୍ଷରେ ନୂଆଦିଲ୍ଲୀ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଅନ୍ତିମ ସମୟରେ ବିଜେପି ସୁନୀଲ୍‌ ଯାଦବଙ୍କୁ ଛିଡା କରାଇଥିବାବେଳେ କଂଗ୍ରେସ ରମେଶ ସଓ୍ବରବାଲଙ୍କ ଠିଆ କରାଯାଇଛି । ବିଜେପି ନାମାଙ୍କନ ଭରିବାର ଅନ୍ତିମ ଦିବସରେ 10ଜଣ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି । ବିଜେପି ହରିନଗର ବିଧାନସଭା ଆସନରୁ ତେଜିନ୍ଦର ବଗ୍‌ଗାଙ୍କୁ ଟିକେଟ ଦେଇଛି । ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ସହଯୋଗୀ ଦଳ ଅକାଳୀ ଦଳ  ନିର୍ବାଚନ ଲଢିବ ନାହିଁ । ନାଗରିକତା ସଂଶୋଧନ ଆଇନକୁ ନେଇ ଦଳ ନିର୍ବାଚନ ଲଢିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ମନଜିନ୍ଦର ସିଂ ସିର୍‌ସା କହିଛନ୍ତି ଯେ, ଧର୍ମ ଆଧାରରେ ଭେଦଭାବ କରିବେ ନାହିଁ ବୋଲି କହିଛନ୍ତି । ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । (ଏଜେନ୍ସି)

Related posts