Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ : ପରିବାର ସହ ମତଦାନ କଲେ ଅରବିନ୍ଦ କେଜରୀଓ୍ବାଲ

ନୂଆଦିଲ୍ଲୀ: 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଜାରି ରହିଛି।ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସଂଯୋଜକ  ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ନିଜ ପରିବାର ସହିତ ମତଦାନ ଦେଇଛନ୍ତି । ମତଦାନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ନିଜ ପିତା-ମାତାଙ୍କୁ ପାଦ ଛୁଇଁବା ସହିତ ଆଶୀର୍ବାଦ ନେଇଥିଲେ । ଏହି ସମୟରେ ତାଙ୍କ ମା’ କେଜ୍‌ରୀଓ୍ବାଲଙ୍କୁ ତିଲକ୍‌ ଲଗାଇଥିଲେ । କେଜ୍‌ରୀଓ୍ବାଲ ମୁଖ୍ୟମନ୍ତ୍ରୀ ନିବାସର କିଛି ଦୂରରେ ରାଜପୁରା ରୋଡ୍‌ର ପରିବହନ ବିଭାଗଠାରେ ଭୋଟ ଦେଇଛନ୍ତି । ଭୋଟଦାନ କରିବା ପୂର୍ବରୁ ଅରବିନ୍ଦ କେଜରୀଓ୍ବାଲ ହନୁମାନଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ଅରବିନ୍ଦ କେଜରୀଓ୍ବାଲଙ୍କ ସ୍ତ୍ରୀ ସୁନୀତା କେଜ୍‌ରୀଓ୍ବାଲ କହିଛନ୍ତି ଯେ, ଆମର ଜିତ୍‌ ପକ୍କା । 5 ବର୍ଷ ଆମ ପାଇଁ ସବୁଠୁ ଚ୍ୟାଲେଞ୍ଜିଂ ରହିଥିଲା । ଆମେ ଏହାର କଡା ମୁକାବିଲା କରିଛୁ । ଜିତିବା ନେଇ ପୂରା ଆଶ୍ବସ୍ତ ରହିଛୁ ବୋଲି ସୁନୀତା କେଜରୀଓ୍ବାଲ କହିଛନ୍ତି ।

ମତଦାନ ଦେବା ପରେ ଅରବିନ୍ଦ କେଜରୀଓ୍ବାଲ ସମସ୍ତଙ୍କୁ ମତଦାନ କରିବା ପାଇଁ ଅପିଲ୍‌ କରିଥିଲେ । ବିଶେଷ କରି ମହିଳାଙ୍କୁ ମତଦାନ କରିବା ନେଇ କହିଥିଲେ । ଦିଲ୍ଲୀ ଲୋକ କାର୍ଯ୍ୟକୁ ଆଧାର କରି ଭୋଟ୍‌ ଦେବେ ବୋଲି କହିଛନ୍ତି କେଜରୀଓ୍ବାଲ ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ : ସକାଳ 10ଟା ସୁଦ୍ଧା 4.33 ପ୍ରତିଶତ ମତଦାନ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ସମସ୍ତ 70 ଆସନଟି ପାଇଁ ଭୋଟ୍‌ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହି ଭୋଟ୍‌ ଗ୍ରହଣ ପ୍ରକ୍ରିୟା ସକାଳ 8ଟାରୁ ଆରମ୍ଭ ହୋଇଥିବାବେଳେ ଏହାସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଚାଲିବ । ମିଳିଥିବା ସୂଚନା ଅନୁସାରେ ସକାଳ 10ଟା ସୁଦ୍ଧା 4.33 ପ୍ରତିଶତ ଭୋଟିଂ ହୋଇଛି ।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ, ବିଜେପି ସାଂସଦ ପ୍ରବେଶ ବର୍ମା ସମେତ ବହୁ ତୁଙ୍ଗ ନେତା ପ୍ରମୁଖ ନିଜ ନିଜ ପରିବାର ସହ ମତଦାନ ଦେଇଛନ୍ତି । ଦିଲ୍ଲୀର ପୋଲିଂ ବୁଥ୍‌ ନିକଟରେ ସକାଳୁ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ଦିଲ୍ଲୀରେ ମତଦାନ ପାଇଁ ତେରହଜାର ସାତଶହ ପଚାଶଟି ମତଦାନ କେନ୍ଦ୍ର ନିର୍ମାଣ କରାଯାଇଛି । 70ଟି ଆସନ ପାଇଁ 672ଜଣ ପ୍ରାର୍ଥୀ ରହିଛନ୍ତି । ଏଥିରୁ 148 ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ରହିଛନ୍ତି । ଅଭିନେତ୍ରୀ ତାପସୀ ପନ୍ନୁ ନିଜ ପରିବାର ସହିତ ଭୋଟ ଦେଇଛନ୍ତି । ନିଜ ପରିବାର ସହିତ ଭୋଟ ଦେଇ ଫଟୋକୁ ଟୁଇଟ୍‌ରରେ ସେୟାର କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ : ଅଧିକରୁ ଅଧିକ ମତଦାନ କରିବାକୁ ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ପାଇଁ ସମସ୍ତ ୭୦ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅବସ୍ଥାପିତ ମତଦାନ କେନ୍ଦ୍ରଗୁଡ଼ିକରେ ଭିଡ଼ ପରିଲକ୍ଷିତ ହୋଇଛି। ମତଦାନ ଦିନ ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନର ଦିବସ। ସମସ୍ତ ମତଦାତାଙ୍କୁ ଭୋଟ୍‌ଗ୍ରହଣ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅପିଲ୍‌ କରିଛନ୍ତି ମୋଦି , ସେମାନେ ଅଧିକରୁ ଅଧିକ ସଂଖ୍ୟାରେ ଭାଗ ନିଅନ୍ତୁ। ଗଣତନ୍ତ୍ରର ଏହି ମହୋତ୍ସବରେ ଭାଗ ନେଇ ନୂତନ ରେକର୍ଡ କରନ୍ତୁ। ପ୍ରଧାନମନ୍ତ୍ରୀ ଯୁବ ଭୋଟରଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ୧ କୋଟି ୪୭ ଲକ୍ଷ ୮୬  ହଜାର ୩୮୨ ଲୋକଙ୍କୁ ମତଦାନ ଅଧିକାର ମିଳିଛି। ଏଥିରେ ୨ ଲକ୍ଷ ୩୨ ହଜାର ୮୧୫ ଜଣ ମତଦାତା ୧୮ ରୁ ୧୯ ବର୍ଷ ବୟସର ଯୁବପିଢ଼ି ସାମିଲି ଅଛନ୍ତି। ନିର୍ବାଚନ ପଡ଼ିଆରେ ୬୭୨ ଜଣ ପ୍ରାର୍ଥୀ ଅଛନ୍ତି। ଫଳାଫଳ ଫେବୃଆରୀ ୧୧ରେ ପ୍ରକାଶ ପାଇବ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ : ଆପ୍‌ ଜାରି କଲା ଘୋଷଣାପତ୍ର

ନୂଆଦିଲ୍ଲୀ : ଦିଲ୍ଲୀ  ବିଧାନସଭା ନିର୍ବାଚନ ପାଇଁ ଆଉ ରହିଲା ହାତଗଣତି କେତୋଟି ଦିନ । ଆଜି ରାଜ୍ୟରେ କ୍ଷମତାସୀନ ସରକାର ‘ଆପ୍‌’ ନିଜର ଘୋଷଣାପତ୍ର ଜାରି କରିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ଏହି ଅବସରରେ ମନୀଷ୍‌ ସିସୋଦିଆ କହିଛନ୍ତି ଯେ, ଯେତେବେଳେ ଦେଶରେ ଉତ୍ତମ ସ୍ବାସ୍ଥ୍ୟ ସେବା, ସୁରକ୍ଷା, ସମସ୍ତଙ୍କୁ ଖାଦ୍ୟ ଓ ପାନୀୟର ସୁବିଧା ମିଳିବ, ତେବେ ଦେଶ ଆଗକୁ ବଢିବ ।

ଆମ୍‌ ଆଦ୍‌ମୀ ପାର୍ଟିର ଘୋଷଣା ପତ୍ରରେ ରହିଥିବା ଘୋଷଣାଗୁଡିକ ହେଲା –

  • ଘରେ ଘରେ ସିଧାସଳଖ ଭାବେ ରାସନ୍‌ କାର୍ଡ ପହଞ୍ଚିବ ।
  • ଦିଲ୍ଲୀକୁ ଆଧୁନିକ ସହର କରିବା ସହିତ ପ୍ରଦୂଷଣ କମ୍‌ କରାଯିବା ଉପରେ କାର୍ଯ୍ୟ କରାଯିବ ।
  • 200 ୟୁନିଟି ମାଗଣା ବିଜୁଳି ବ୍ୟବସ୍ଥା ଜାରି ରହିବ ।
  • ଗଳି କନ୍ଦିରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବ ।
  • ଦିଲ୍ଲୀର ମେଟ୍ରୋକୁ 500 କିଲୋମିଟରରୁ ଅଧିକ ବଢାଯିବ ।
  • ଯମୁନା ନଦୀକୁ ସୁନ୍ଦରୀକରଣ କରାଯିବ ।
  • ମହିଳାଙ୍କ ପାଇଁ ଓ୍ବାର୍କ ଫର୍ମ ହୋମ୍‌ର ସୁବିଧା ଉପଲବ୍ଧ ହେବ ।
  • 10 ଲକ୍ଷ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା
  • ସ୍କୁଲ ପାଠ୍ୟକ୍ରମରେ ଦେଶଭକ୍ତି
  • ଯୁବକଙ୍କ ପାଇଁ ସ୍ପୋକନ ଇଂଲିଶ୍‌ କୋର୍ସ
  • ସଫେଇକର୍ମୀଙ୍କୁ ନିଯୁକ୍ତି
  • 24 ଘଣ୍ଟା ବଜାର ଖୋଲା ରହିବ ।
  • ଦିଲ୍ଲୀ ସ୍ବରାଜ ବିଲ୍‌
  • ସେହିପରି ଜନଲୋକପାଳ ବିଲ୍‌କୁ ପାରିତ ପାଇଁ ସଂଘର୍ଷ ଜାରି ରଖିବ । (ଏଜେନ୍ସି)
Categories
ଆଜିର ଖବର ଜାତୀୟ ଖବର

ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ରାଲିକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ରହିଛି ମାତ୍ର ଚାରି ଦିନ। ସମସ୍ତ ରାଜନୈତିକ ଦଳମାନେ ଜୋରସୋର୍‌ରେ ପ୍ରଚାର ପ୍ରସାର କରୁଥିବାବେଳେ ବିଜେପିର ମଧ୍ୟ ଦଳୀୟ ତୁଙ୍ଗ ନେତୃବୃନ୍ଦମାନେ ତୁଫାନୀ ଗସ୍ତ କରି ଆକ୍ରମକ ପ୍ରଚାରରେ ଲାଗିପଡିଛନ୍ତି। ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ତରଫରୁ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି। ସେ କଡ଼କଡ଼ଡୁମାର ସିବିଡି ପଡ଼ିଆରେ ନିର୍ବାଚନ ରାଲିକୁ ସମ୍ବୋଧନ କରିବେ। ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ମୋଦୀଙ୍କ ପ୍ରଥମ ପ୍ରଚାର ରାଲି। ଦିଲ୍ଲୀ ଓ ଉତ୍ତର ପୂର୍ବ ଲୋକସଭା ଅନ୍ତର୍ଗତ ଲୋକସଭାର ପ୍ରାୟ ୨୦ଟି ବିଧାନସଭାର ପ୍ରାର୍ଥୀ ଏହି ରାଲିରେ ଉପସ୍ଥିତ ରହିବେ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ରାଲି ଫେବୃଆରୀ ୪ରେ ପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ଅନୁଷ୍ଠିତ ହେବ । ଦିଲ୍ଲୀରେ ୨୦ରୁ ଅଧିକ ଷ୍ଟାର ପ୍ରଚାରକଙ୍କୁ ନିୟୋଜିତ କରିଛି। ରବିବାର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟାନ୍ୟ ମୁଖ୍ୟ ନେତୃବୃନ୍ଦମାନେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ କରିଥିଲେ।

Categories
ବିଶେଷ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ, ଅରବିନ୍ଦ କେଜ୍ରିୱାଲ ବନାମ ଅମିତ ଶାହ

କେଦାର ମିଶ୍ର

ଦିଲ୍ଲୀ ବିଧାନସଭା ନିର୍ବାଚନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ବୋଲି କହିବାକୁ ଆମେ ବାଧ୍ୟପୂର୍ବରୁ ସବୁ ବିଧାନସଭା ନିର୍ବାଚନରେ ବିଜେପି ନିଜର ଏକମାତ୍ର ଚେହେରା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପସ୍ଥାପିତ କରି ଆସୁଥିଲାଅଳ୍ପ ଦିନ ତଳେ ଅନୁଷ୍ଠିତ ହରିୟାନା, ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ଏକମାତ୍ର ଚେହେରା ନରେନ୍ଦ୍ର ମୋଦୀ ରହିଥିଲେ। ଯଦିଓ ଏହି ତିନୋଟି ରାଜ୍ୟରେ ବିଜେପି ସରକାର ରହିଥିଲା, ତଥାପି ରାଜ୍ୟ ପ୍ରସଙ୍ଗ ତୁଳନାରେ ଏହି ସବୁ ରାଜ୍ୟରେ ବିଜେପି ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିର ଭରସାରେ ନିର୍ବାଚନ ଲଢିଥିଲା।

 ସାଧାରଣ ନିର୍ବାଚନ ପରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ର ପ୍ରତ୍ୟାହାର ଓ ନୂଆ ନାଗରିକ ସଂଶୋଧନ ଆଇନକୁ ପ୍ରସଙ୍ଗ କରି ବିଜେପି ଏହି ନିର୍ବାଚନ ଲଢିଥିଲା ଓ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ହରିୟାନାରେ ଦଳ ସଂଖ୍ୟା ଗରିଷ୍ଠତାଠୁ ଯଥେଷ୍ଟ ଦୂରରେ ରହିଥିବା ବେଳେ ମହାରାଷ୍ଟ୍ରରେ ଶିବସେନା ସହିତ ଏହାର ମେଣ୍ଟ ଭାଙ୍ଗି ଗଲା। ଝାଡଖଣ୍ଡ ନିର୍ବାଚନ ବେଳକୁ ନାଗରିକ ସଂଶୋଧନ ଆଇନକୁ ଖୋଦ ପ୍ରଧାନମନ୍ତ୍ରୀ ଏକ ପ୍ରସଙ୍ଗ ଭାବେ ଉପସ୍ଥାପନ କରିବା ସତ୍ତ୍ୱେ, ଏଠାରେ ବିଜେପିର ଶୋଚନୀୟ ପରାଜୟ ଘଟିଲା। ବିଜେପି ସଭାପତି ଭାବେ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସବୁ ନିର୍ବାଚନରେ ବିଜେପିର ପରାଜୟ ପାଇଁ ନୈତିକ ଉତ୍ତର ଦାୟିତ୍ଵ ନେଇଥିଲେ କି? କଂଗ୍ରେସର ପରାଜୟରେ ରାହୁଲ ଗାନ୍ଧୀଙ୍କୁ ଗୁଡେଇ ତୁଡେଇ ଅପଦସ୍ତ କରୁଥିବା ଆମର ଗଣମାଧ୍ୟମ ବିଜେପି ସଭାପତିଙ୍କୁ ଏହି ସବୁ ବିଧାନସଭା ନିର୍ବାଚନ ପରେ ଉତ୍ତରଦାୟୀ କରିଥିଲା କି? ଏ ସବୁ ପ୍ରଶ୍ନ ଆଜିକାଲି ପଚାରିବା ମଧ୍ୟ ସମ୍ଭବ ହେଉନାହିଁ, କାରଣ ଆମ ଜାତୀୟ ଜୀବନରେ ଏବେ ଭକ୍ତିଯୁଗ ଚାଲିଛି ଓ ଭକ୍ତିଯୁଗରେ ପ୍ରଶ୍ନ ପଚାରିବା ଏକପ୍ରକାର ପାପ!

ପୂର୍ବ ତିନୋଟି ବିଧାନସଭା ନିର୍ବାଚନର ଫଳାଫଳ ଯୋଗୁଁ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପ୍ରକାର ସତର୍କ ଦୂରତାରେ ରଖିଛି। ମୋଦୀଙ୍କ ତୁଳନାରେ ଏଥର ଦିଲ୍ଲୀରେ ବିଜେପିର ଚେହେରା ଭାବରେ ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନ ଲଢାଉଛନ୍ତି। ବେଳେ ବେଳେ ଲାଗୁଛି ବୋଧହୁଏ ଅମିତ ଶାହ ଦିଲ୍ଲୀ ନିର୍ବାଚନ ରେ ଅରବିନ୍ଦ କେଜ୍ରିୱାଲଙ୍କର ପ୍ରତ୍ୟକ୍ଷ ପ୍ରତିଦ୍ବନ୍ଦ୍ବୀ। ଅମିତ ଶାହ ଘରକୁ ଘର ବୁଲି ଦିଲ୍ଲୀର ପ୍ରଚାର କରିବା ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶ୍ନ ମଧ୍ୟ ପଚାରୁଛନ୍ତି। ନିର୍ବାଚନର ପରିବେଶକୁ ଦେଖିଲେ ଦିଲ୍ଲୀରେ ଯଦି ବିଜେପି ଜିତେ ତାହେଲେ ତାର ସବୁ ଶ୍ରେୟ ଅମିତ ଶାହଙ୍କ ପାଖକୁ ଯିବ।  ହେଲେ ଏହାର ବିପରୀତରେ ଯଦି ବିଜେପି ଦିଲ୍ଲୀରେ ପରାଜୟ ବରଣ କରେ ତାହେଲେ ଏହାର ନୈତିକ ଦାୟିତ୍ଵ ଅମିତ ଶାହ ନେବେ କି? ଆମର ସ୍ପଷ୍ଟ ମାନେ ଅଛି ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଲଜ୍ଜାଜନକ ପରାଜୟ ପରେ ସେତେବେଳେ ବିଜେପିର ଜାତୀୟ ସଭାପତି ଥିବା ଅମିତ ଶାହ ପଡେ ପ୍ରତିକ୍ରିୟା ରଖିବାକୁ ମଧ୍ୟ ଦେଖା ଦେଇ ନଥିଲେ। ସମାନ ଭାବରେ ଏହି ନିର୍ବାଚନରେ ବିଜେପିର ଚେହେରା ଭାବରେ ଅମିତ ଶାହ ବିଜେପିର ପ୍ରଦର୍ଶନ ପାଇଁ ଉତ୍ତରଦାୟୀ ରହିବା ଉଚିତ।

ଦିଲ୍ଲୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ କାମ କୁ ଆଧାର କରି ଭୋଟ ମାଗୁଥିବା ବେଳେ ବିଜେପି ନିଜର ପୁରୁଣା ହିନ୍ଦୁ-ମୁସଲମାନ ବିଭାଜନକାରୀ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢୁଛି। ଅମିତ ଶାହାଙ୍କ ନେତୃତ୍ବରେ ବିଜେପିର ନେତା ଓ କେନ୍ଦ୍ରମନ୍ତ୍ରୀମାନେ ଦିଲ୍ଲୀରେ ସବୁଠୁ ହିଂସ୍ର ଓ ବିଭାଜନାକାରୀ ଭାଷଣ ଦେଉଛନ୍ତି। ନିର୍ବାଚନ କମିଶନ ଇତି ମଧ୍ୟରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ସାଂସଦ ପ୍ରଜେଶ ସିଂ ବର୍ମାଙ୍କୁ ତାରକା ପ୍ରଚାରକ ତାଲିକାରୁ ବାଦ ଦେଇଛନ୍ତିନିର୍ବାଚନ କମିଶନଙ୍କ କାର୍ଯାନୁଷ୍ଠାନ ପରେ ମନ୍ତ୍ରୀ ଭାବରେ ରହିବାର ଅଧିକାର ଅନୁରାଗ ଠାକୁରଙ୍କର ରହିଛି କି? ବିଜେପି ତରଫରୁ ନାଗରିକ ସଂଶୋଧନ ଆଇନ ବିରୋଧରେ ଶାହିନ ବାଗଠାରେ ଚାଲିଥିବା ପ୍ରଭାବଶାଳୀ ଆନ୍ଦୋଳନ ବିରୋଧରେ ନିରନ୍ତର ବିଷୋଦ୍ଗାର କରାଯାଉଛି। ଏହି ପ୍ରସଙ୍ଗକୁ ବିଜେପି ନିଜର ମୁଖ୍ୟ ଆଧାର କରିଥିବା ବେଳେ କେଜ୍ରିୱାଲ ବିଜେପି ଜାଲରେ ଧାରା ଦେଉନାହାନ୍ତି। ସେ ସିଧାସଳଖ ଦିଲ୍ଲୀ ସରକାରର କାମକୁ ନେଇ ଭୋଟ ମାଗୁଛନ୍ତି। “ଯଦି ମୁଁ କାମ କରି ନାହିଁ ତାହେଲେ ମୋତେ ଭୋଟ ଦିଅନ୍ତୁ ନାହିଁ ବୋଲି କହିବାର ସତସାହସ ତାଙ୍କର ରହିଛିବିଜେପି କେଜ୍ରିୱାଲଙ୍କ ବିକଳ୍ପ ତିଆରି କରିବା ପରିବର୍ତ୍ତେ କେବଳ ହିନ୍ଦୁ-ମୁସଲମାନ ଓ ପାକିସ୍ତାନ ନାମରେ ଭୋଟ ମାଗିବାକୁ ଚାହୁଁଛି।

ଆସନ୍ତା ୧୦ ଦିନ ଭିତରେ ବିଜେପି ନିଜର ବିଭାଜନକାରୀ ପ୍ରସଙ୍ଗକୁ ଅଧିକ ଶାଣିତ କରିବ। ହେଲେ ଆମ ଆଦମି ପାର୍ଟି ଏଥର ବିଜେପିର କୌଣସି ପ୍ରସଙ୍ଗକୁ ଗୁରୁତ୍ଵ ନଦେବାର ଏକ ସୁଚିନ୍ତିତ ରଣନୀତି ତିଆରି କରିଛି। ଶାହିନ ବାଗକୁ ନେଇ ଅମିତ ଶାହ କେଜ୍ରିୱାଲଙ୍କୁ ଯେତିକି ଟାଣିବାକୁ ଚେଷ୍ଟା କରୁଛନ୍ତି, ଏହା ଅମିତ ଶାହାଙ୍କ ବିଫଳତା ବୋଲି କେଜ୍ରିୱାଲ କହି ଚାଲିଛନ୍ତି।

ନିର୍ବାଚନ ଫଳ ଆସନ୍ତା ଫେବ୍ରୁଆରି ୧୧ରେ ପ୍ରକାଶ ପାଇବା ପରେ ବିଜେପି ଜିତିଳେ ଶାହଙ୍କ ମୁଣ୍ଡରେ ଫୁଲ ବର୍ଷା ହେବ ନିଶ୍ଚୟ, ହେଲେ ବିଜେପି ହାରିଲେ ଏହାର ଉତ୍ତରଦାୟିତ୍ଵ ଶାହ ନେବେ ତ!!

Categories
ଆଜିର ଖବର ଜାତୀୟ ଖବର

ନାମାଙ୍କନ ପତ୍ର ଭରିବାର ଅନ୍ତିମ ଦିନରେ କେଜରୀଓ୍ବାଲ ଓ ମନୋଜ ତିଓ୍ବାରୀଙ୍କ ଟୁଇଟ୍‌ ଓ୍ବାର୍‌

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଦିଲ୍ଲୀ ରାଜନୀତି ପାଣିପାଗ ବେଶ୍‌ ଉଷ୍ଣ ରହିଛି । ଆଜି ନାମାଙ୍କନ ଭରିବାର ଅନ୍ତିମ ଦିନରେ ଆମ୍‌ ଆଦ୍‌ମୀ ଦଳ (ଆପ୍‌) ଓ ଭାରତୀୟ ଜନତା ଦଳ (ବିଜେପି) ମଧ୍ୟରେ ଟୁଇଟ୍‌ ଓ୍ବାର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜରୀଓ୍ବାଲ ଟୁଇଟ୍‌ କରି କହିଛନ୍ତି ଯେ, ବିଜେପିର ଉଦ୍ଦେଶ୍ୟ କେବଳ ମୋତେ ହରାଇବା, କିନ୍ତୁ ମୋ’ ଉଦ୍ଦେଶ୍ୟ ଭ୍ରଷ୍ଟାଚାରକୁ ହରାଇ ଦିଲ୍ଲୀକୁ ଆଗେଇ ନେବା । ଏହି ବୟାନ ଉପରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି ଯେ, ଆପ୍‌ 70 ପ୍ରତିଶ୍ରୁତିକୁ ପୂରା କରିବାରେ ଫେଲ୍‌ ହୋଇଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଟୁଇଟରେ ଲେଖିଥିଲେ ଯେ, – ଗୋଟିଏ ପଟେ, ବିଜେପି, ଜେଡେୟୁ, ଏଲ୍‌ଜେପି, ଜେଜେପି, କଂଗ୍ରେସ, ଆରଜେଡି ଅପରପକ୍ଷରେ ସ୍କୁଲ, ହସ୍ପିଟାଲ, ପାଣି, ବିଜୁଳି, ଫ୍ରି ମହିଳା ଯାତ୍ରା, ଦିଲ୍ଲୀର ଜନତା । ମୋର ଉଦ୍ଦେଶ୍ୟ –ହେଉଛି ଭ୍ରଷ୍ଟାଚାରକୁ ହରାଇ ଦିଲ୍‌ଲୀକୁ ଆଗେଇନେବା । ଆଉ ଅନ୍ୟ ସମସ୍ତଙ୍କର ଉଦ୍ଦେଶ୍ୟ ହେଉଛି ମୋତେ ହରାଇବା ।

ଅରବିନ୍ଦ କେଜରୀଓ୍ବାଲଙ୍କ ଏହି ଟୁଇଟ ଉପରେ ପ୍ରତିକ୍ରିୟା ରଖି  ମନୋଜ ତିଓ୍ବାରୀ କହିଛନ୍ତି ଯେ, ଗୋଟିଏ ପଟେ ଭଙ୍ଗାରୁଜା ସଡକ, ଅସନା ଦୂଷିତ ଜଳ, ଗୋଟିଏ ବି ନୂତନ ସ୍କୁଲ ନାହିଁ, ଗୋଟିଏ ବି ହସ୍ପିଟାଲ ନାହିଁ, ହସ୍ପିଟାଲ୍‌ରେ ଓଟି ବନ୍ଦ, ଗୋଟିଏ ବି ଇଲୋକଟ୍ରିକ ବସ୍‌ ନାହିଁ । ଦଳରୁ ଦୁର୍ନୀତି ବିରୁଦ୍ଧରେ ଲଢୁଥିବାକୁ ଦଳରୁ ବାହାର କରିବା ସହିତ  କଂଗ୍ରେସ ସହ ମେଣ୍ଟ ମଧ୍ୟ କରିଛି ଆପ୍‌ ।  70 ପ୍ରତିଶ୍ରୁତିକୁ ପୂରଣ କରିବାରେ ଆପ୍‌ ବିଫଳ ହୋଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀର ସବୁଠାରୁ ହାଇପ୍ରୋଫାଇଲ୍‌ ଆସନ ନୂଆଦିଲ୍ଲୀ ଆସନରୁ ଆପ୍‌ ମୁଖ୍ୟ ଅରବିନ୍ଦ କେଜରୀଓ୍ବାଲଙ୍କ ସହ ବିଜେପି ଓ କଂଗ୍ରେସ ଦୁଇ ଅଜ୍ଞାତ ଯୋଦ୍ଧାଙ୍କୁ ବାଜିରେ ଲଗାଇଛନ୍ତି । ବିଜେପି ଏହି ଆସନରୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ସୁନୀଲ୍‌ ଯାଦବଙ୍କୁ ଟିକେଟ ଦେଇଥିବାବେଳେ କଂଗ୍ରେସ ଏନଏସ୍‌ୟୁଆଇର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ରାମେଶ ସଭରଓ୍ବାଲଙ୍କୁ ଛିଡା କରାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ : ଆଜି ନାମାଙ୍କନ ଭରିବାର ଅନ୍ତିମ ଦିବସ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବାର ଅନ୍ତିମ ଦିବସ । ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ସମେତ ବଡ ବଡ ନେତାମାନେ ନାମାଙ୍କନ ଭରିବେ । ଗତକାଲି ରୋଡ୍‌ ଶୋ’ ରେ ଫସିଯିବା ଯୋଗୁଁ ଅରବିନ୍ଦ କେଜରୀଓ୍ବାଲ ନାମାଙ୍କନ ଭରିପାରିନଥିଲେ । ସେହିପରି ଆଜି ମୋଡେଲ୍‌ ଟାଉନ୍‌ ଆସନରୁ ବିଜେପି ପ୍ରାର୍ଥୀ କପିଲ୍‌ ମିଶ୍ରା ଆଜି ନାମାଙ୍କନ ଭରିବେ । ଇତିମଧ୍ୟରେ ଅରିବନ୍ଦ କେଜରୀଓ୍ବାଲଙ୍କ ବିପକ୍ଷରେ ନୂଆଦିଲ୍ଲୀ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଅନ୍ତିମ ସମୟରେ ବିଜେପି ସୁନୀଲ୍‌ ଯାଦବଙ୍କୁ ଛିଡା କରାଇଥିବାବେଳେ କଂଗ୍ରେସ ରମେଶ ସଓ୍ବରବାଲଙ୍କ ଠିଆ କରାଯାଇଛି । ବିଜେପି ନାମାଙ୍କନ ଭରିବାର ଅନ୍ତିମ ଦିବସରେ 10ଜଣ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି । ବିଜେପି ହରିନଗର ବିଧାନସଭା ଆସନରୁ ତେଜିନ୍ଦର ବଗ୍‌ଗାଙ୍କୁ ଟିକେଟ ଦେଇଛି । ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ସହଯୋଗୀ ଦଳ ଅକାଳୀ ଦଳ  ନିର୍ବାଚନ ଲଢିବ ନାହିଁ । ନାଗରିକତା ସଂଶୋଧନ ଆଇନକୁ ନେଇ ଦଳ ନିର୍ବାଚନ ଲଢିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ମନଜିନ୍ଦର ସିଂ ସିର୍‌ସା କହିଛନ୍ତି ଯେ, ଧର୍ମ ଆଧାରରେ ଭେଦଭାବ କରିବେ ନାହିଁ ବୋଲି କହିଛନ୍ତି । ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଟିକେଟ ଭାଗବଣ୍ଟାକୁ ନେଇ ବିଜେପି କର୍ମୀଙ୍କ ଭିତରେ ଅସନ୍ତୋଷ : ନଡ୍ଡାଙ୍କ ଘର ବାହାରେ ହଙ୍ଗାମା

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଭାରତୀୟ ଜନତା ଦଳର ଟିକେଟ ଆବଣ୍ଟନକୁ ନେଇ କିଛି ନେତା ବିଦ୍ରୋହ କରିବାର ନଜର ଆସିଛନ୍ତି । ଟିକେଟ ଭାଗବଣ୍ଟାକୁ ନେଇ କିଛି କାର୍ଯ୍ୟକର୍ତ୍ତା ନାରାଜ ରହିବା ସହିତ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘର ବାହାରେ ହଙ୍ଗାମା କରିଛନ୍ତି । ବିଜେପିର ପ୍ରଥମ ଆଶାୟୀ ପ୍ରାର୍ଥୀ ତାଲିକା ଆସିବା ପରେ କର୍ମୀଙ୍କ ମଧ୍ୟରେ ଏହାକୁ ନେଇ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ 57 ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ । ଏବେବି 13ଟି ଆସନରେ ପ୍ରାର୍ଥୀ ନାମ ଘୋଷଣା ହେବା ବାକି ରହିଛି । କିନ୍ତୁ ନିର୍ବାଚନ ପୂର୍ବରୁ ବିଜେପି ଭିତରେ ଆସନ ଭାଗବଣ୍ଟାକୁ ନେଇ ଯେଉଁଭଳି ଭାବରେ ଅସନ୍ତୋଷ ଦେଖାଦେଇଛି ଏହା ବିଜେପି ପାଇଁ ଶୁଭସୂଚନା ନୁହେଁ ।

ନିକଟରେ ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପି ନିରାଶଜନକ ଫଳାଫଲ ପ୍ରଦର୍ଶନ କରୁଥିବାବେଳେ ଏବେ କର୍ମୀଙ୍କ ଅସନ୍ତୋଷ ବିଜେପିକୁ ହରଡଘଣାରେ ପକାଇଛି । ନିକଟରେ ଝାଡଖଣ୍ଡ ବିଧାନସଭାରେ ପରାଜୟ ବରଣ କରିଥିବାବେଳେ ବିଜେପି ବୁଝିବିଚାରି ତା’ର ପାଦ ଆଗକୁ ବଢାଇବା ଦରକାର । କାରଣ ଟିକିଏ ଭୁଲ୍‌ ପାଇଁ ଦଳକୁ ବହୁତ ବଡ଼ କ୍ଷତି ସହିବାକୁ ପଡିପାରେ । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତା ଫେବୃଆରୀ 8 ତାରିଖରେ ଅନୁଷ୍ଠିତ ହେବ । (ଏଜେନ୍ସି)