ଦିଲ୍ଲୀ ବିଧାନସଭା ନିର୍ବାଚନ : ପରିବାର ସହ ମତଦାନ କଲେ ଅରବିନ୍ଦ କେଜରୀଓ୍ବାଲ

Published: Feb 8, 2020, 11:04 am IST

ନୂଆଦିଲ୍ଲୀ: 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଜାରି ରହିଛି।ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସଂଯୋଜକ  ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ନିଜ ପରିବାର ସହିତ ମତଦାନ ଦେଇଛନ୍ତି । ମତଦାନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ନିଜ ପିତା-ମାତାଙ୍କୁ ପାଦ ଛୁଇଁବା ସହିତ ଆଶୀର୍ବାଦ ନେଇଥିଲେ । ଏହି ସମୟରେ ତାଙ୍କ ମା’ କେଜ୍‌ରୀଓ୍ବାଲଙ୍କୁ ତିଲକ୍‌ ଲଗାଇଥିଲେ । କେଜ୍‌ରୀଓ୍ବାଲ ମୁଖ୍ୟମନ୍ତ୍ରୀ ନିବାସର କିଛି ଦୂରରେ ରାଜପୁରା ରୋଡ୍‌ର ପରିବହନ ବିଭାଗଠାରେ ଭୋଟ ଦେଇଛନ୍ତି । ଭୋଟଦାନ କରିବା ପୂର୍ବରୁ ଅରବିନ୍ଦ କେଜରୀଓ୍ବାଲ ହନୁମାନଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ଅରବିନ୍ଦ କେଜରୀଓ୍ବାଲଙ୍କ ସ୍ତ୍ରୀ ସୁନୀତା କେଜ୍‌ରୀଓ୍ବାଲ କହିଛନ୍ତି ଯେ, ଆମର ଜିତ୍‌ ପକ୍କା । 5 ବର୍ଷ ଆମ ପାଇଁ ସବୁଠୁ ଚ୍ୟାଲେଞ୍ଜିଂ ରହିଥିଲା । ଆମେ ଏହାର କଡା ମୁକାବିଲା କରିଛୁ । ଜିତିବା ନେଇ ପୂରା ଆଶ୍ବସ୍ତ ରହିଛୁ ବୋଲି ସୁନୀତା କେଜରୀଓ୍ବାଲ କହିଛନ୍ତି ।

ମତଦାନ ଦେବା ପରେ ଅରବିନ୍ଦ କେଜରୀଓ୍ବାଲ ସମସ୍ତଙ୍କୁ ମତଦାନ କରିବା ପାଇଁ ଅପିଲ୍‌ କରିଥିଲେ । ବିଶେଷ କରି ମହିଳାଙ୍କୁ ମତଦାନ କରିବା ନେଇ କହିଥିଲେ । ଦିଲ୍ଲୀ ଲୋକ କାର୍ଯ୍ୟକୁ ଆଧାର କରି ଭୋଟ୍‌ ଦେବେ ବୋଲି କହିଛନ୍ତି କେଜରୀଓ୍ବାଲ ।

Related posts