ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ : ଅଧିକରୁ ଅଧିକ ମତଦାନ କରିବାକୁ ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

Published: Feb 8, 2020, 9:09 am IST

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ପାଇଁ ସମସ୍ତ ୭୦ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅବସ୍ଥାପିତ ମତଦାନ କେନ୍ଦ୍ରଗୁଡ଼ିକରେ ଭିଡ଼ ପରିଲକ୍ଷିତ ହୋଇଛି। ମତଦାନ ଦିନ ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନର ଦିବସ। ସମସ୍ତ ମତଦାତାଙ୍କୁ ଭୋଟ୍‌ଗ୍ରହଣ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅପିଲ୍‌ କରିଛନ୍ତି ମୋଦି , ସେମାନେ ଅଧିକରୁ ଅଧିକ ସଂଖ୍ୟାରେ ଭାଗ ନିଅନ୍ତୁ। ଗଣତନ୍ତ୍ରର ଏହି ମହୋତ୍ସବରେ ଭାଗ ନେଇ ନୂତନ ରେକର୍ଡ କରନ୍ତୁ। ପ୍ରଧାନମନ୍ତ୍ରୀ ଯୁବ ଭୋଟରଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ୧ କୋଟି ୪୭ ଲକ୍ଷ ୮୬  ହଜାର ୩୮୨ ଲୋକଙ୍କୁ ମତଦାନ ଅଧିକାର ମିଳିଛି। ଏଥିରେ ୨ ଲକ୍ଷ ୩୨ ହଜାର ୮୧୫ ଜଣ ମତଦାତା ୧୮ ରୁ ୧୯ ବର୍ଷ ବୟସର ଯୁବପିଢ଼ି ସାମିଲି ଅଛନ୍ତି। ନିର୍ବାଚନ ପଡ଼ିଆରେ ୬୭୨ ଜଣ ପ୍ରାର୍ଥୀ ଅଛନ୍ତି। ଫଳାଫଳ ଫେବୃଆରୀ ୧୧ରେ ପ୍ରକାଶ ପାଇବ। (ଏଜେନ୍ସି)

Related posts