ଦିଲ୍ଲୀ ବିଧାନସଭା ନିର୍ବାଚନ : ଆପ୍‌ ଜାରି କଲା ଘୋଷଣାପତ୍ର

Published: Feb 4, 2020, 1:31 pm IST

ନୂଆଦିଲ୍ଲୀ : ଦିଲ୍ଲୀ  ବିଧାନସଭା ନିର୍ବାଚନ ପାଇଁ ଆଉ ରହିଲା ହାତଗଣତି କେତୋଟି ଦିନ । ଆଜି ରାଜ୍ୟରେ କ୍ଷମତାସୀନ ସରକାର ‘ଆପ୍‌’ ନିଜର ଘୋଷଣାପତ୍ର ଜାରି କରିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ଏହି ଅବସରରେ ମନୀଷ୍‌ ସିସୋଦିଆ କହିଛନ୍ତି ଯେ, ଯେତେବେଳେ ଦେଶରେ ଉତ୍ତମ ସ୍ବାସ୍ଥ୍ୟ ସେବା, ସୁରକ୍ଷା, ସମସ୍ତଙ୍କୁ ଖାଦ୍ୟ ଓ ପାନୀୟର ସୁବିଧା ମିଳିବ, ତେବେ ଦେଶ ଆଗକୁ ବଢିବ ।

ଆମ୍‌ ଆଦ୍‌ମୀ ପାର୍ଟିର ଘୋଷଣା ପତ୍ରରେ ରହିଥିବା ଘୋଷଣାଗୁଡିକ ହେଲା –

  • ଘରେ ଘରେ ସିଧାସଳଖ ଭାବେ ରାସନ୍‌ କାର୍ଡ ପହଞ୍ଚିବ ।
  • ଦିଲ୍ଲୀକୁ ଆଧୁନିକ ସହର କରିବା ସହିତ ପ୍ରଦୂଷଣ କମ୍‌ କରାଯିବା ଉପରେ କାର୍ଯ୍ୟ କରାଯିବ ।
  • 200 ୟୁନିଟି ମାଗଣା ବିଜୁଳି ବ୍ୟବସ୍ଥା ଜାରି ରହିବ ।
  • ଗଳି କନ୍ଦିରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବ ।
  • ଦିଲ୍ଲୀର ମେଟ୍ରୋକୁ 500 କିଲୋମିଟରରୁ ଅଧିକ ବଢାଯିବ ।
  • ଯମୁନା ନଦୀକୁ ସୁନ୍ଦରୀକରଣ କରାଯିବ ।
  • ମହିଳାଙ୍କ ପାଇଁ ଓ୍ବାର୍କ ଫର୍ମ ହୋମ୍‌ର ସୁବିଧା ଉପଲବ୍ଧ ହେବ ।
  • 10 ଲକ୍ଷ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା
  • ସ୍କୁଲ ପାଠ୍ୟକ୍ରମରେ ଦେଶଭକ୍ତି
  • ଯୁବକଙ୍କ ପାଇଁ ସ୍ପୋକନ ଇଂଲିଶ୍‌ କୋର୍ସ
  • ସଫେଇକର୍ମୀଙ୍କୁ ନିଯୁକ୍ତି
  • 24 ଘଣ୍ଟା ବଜାର ଖୋଲା ରହିବ ।
  • ଦିଲ୍ଲୀ ସ୍ବରାଜ ବିଲ୍‌
  • ସେହିପରି ଜନଲୋକପାଳ ବିଲ୍‌କୁ ପାରିତ ପାଇଁ ସଂଘର୍ଷ ଜାରି ରଖିବ । (ଏଜେନ୍ସି)

Related posts