ଗୀତା ଗୋପୀନାଥଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ ବିଜେପି କର୍ମୀ : ଚିଦାମ୍ବରମ୍‌

Published: Jan 21, 2020, 2:22 pm IST

ନୂଆଦିଲ୍ଲୀ : ବିଜେପି କର୍ମୀ ମାନେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟ ପରାମର୍ଶଦାତା ଗୀତା ଗୋପୀନାଥଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇଏମ୍‌ଏଫ୍‌ ପକ୍ଷରୁ ଭାରତୀୟ ଅଭିବୃଦ୍ଧି ହାର ହ୍ରାସ ନେଇ ସଂଶୋଧିତ ତାଲିକା ପ୍ରକାଶ ପାଇଥିଲା । ସୋମବାର ଆଇଏମ୍‌ଏଫ୍‌ ପକ୍ଷରୁ ଭାରତୀୟ ଅଭିବୃଦ୍ଧି ହାର 4.8 ପ୍ରତିଶତକୁ ହ୍ରାସ ପାଇବା ନେଇ ଆକଳନ କରାଯାଇଥିଲା । ଦେଶର ଅର୍ଥନୀତିକୁ ନେଇ ଯିଏବି ସଠିକ୍‌ ତଥ୍ୟ ପ୍ରକାଶ କରେ ମୋଦି-ଶାହାଙ୍କ ଅନୁଗତଙ୍କ ପକ୍ଷରୁ ତାଙ୍କୁ ଆକ୍ରମଣ କରାଯାଇଥାଏ । ଭାରତରେ ବର୍ତ୍ତମାନରେ ନିବେଶ କରିବା ଜରୁରୀ ହୋଇ ପଡିଛି । ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ଙ୍କ ଗସ୍ତକୁ ନେଇ କୌଣସି ପ୍ରତିକ୍ରିୟା ନ ମିଳିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଗୋପୀନାଥ ପ୍ରକାଶ କରିଥିଲେ । ଏହା ଭାରତୀୟ ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇବ ବୋଲି ଗୋପୀନାଥ କହିଛନ୍ତି । (ଏଜେନ୍ସୀ)

Related posts