ଅଫଜଲ୍‌ ଗୁରୁଙ୍କ ଫାଶୀକୁ ନେଇ ପ୍ରଶ୍ନ ଉଠାଇଲେ ସୋନି ରାଜଦାନ

Published: Jan 21, 2020, 2:35 pm IST

ମୁମ୍ବାଇ : ମହେଶ ଭଟ୍ଟଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମା’ ତଥା ଅଭିନେତ୍ରୀ ସୋନି ରାଜଦାନ ଏକ ବିବାଦୀୟ ବୟାନ ଦେଇଛନ୍ତି। ସୋନି ସଂସଦ ଆକ୍ରମଣର ଦୋଷୀ ଆଫଜଲ୍‌ ଗୁରୁଙ୍କ ଫାଶୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୋନି ଟୁଇଟରରେ ଡିଏସ୍‌ପି ଦେବେନ୍ଦ୍ର ସିଂହ ଓ ଅଫଜଲ୍‌ ଗୁରୁଙ୍କ ସମ୍ବନ୍ଧିତ ଏକ ଖବର ସେୟାର କରି ବିବାଦୀୟ ହୋଇଛନ୍ତି। ସୋନି ରାଜଦାନ ଟୁଇଟ୍‌ କରି କହିଛନ୍ତି ଯେ, ‘ଏହା ଆମ ନ୍ୟାୟ ବ୍ୟବସ୍ଥା ପ୍ରତି ଅତ୍ୟନ୍ତ ହାସ୍ପ୍ୟାସ୍ପଦ। କିଏ ସେଇ ମରିଯାଇଥିବା ଲୋକଙ୍କୁ ଫେରାଇ ଆଣିପାରିବ, ଯଦି ପରେ ଜଣାପଡିବ ଯେ, ସେ ନିର୍ଦ୍ଦୋଷ ଥିଲା। ଏଥିପାଇଁ କେବେ ବି ମୃତ୍ୟଦଣ୍ଡ ଦେବା ଉଚିତ୍‌ ନୁହେଁ। ଏହି ଘଟଣାରେ ସଠିକ୍‌ ତଦନ୍ତ କରାଯିବା ଦରକାର ଯେ, ଅଫଜଲ୍‌ ଗୁରୁଙ୍କୁ ବଳିର ବୋଦା କ’ଣ ପାଇଁ କରାଯାଇଥିଲା । ସୋନି ଅଫଜଲ୍‌ ଗୁରୁଙ୍କ ଚିଠିର ଏକ ବୟାନକୁ ସେୟାର ମଧ୍ୟ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ, ଡିଏସ୍‌ପି ଦେବେନ୍ଦ୍ର ସିଂହ ତାଙ୍କୁ ନିର୍ଯାତନା ଦେବା ସହ ତାଙ୍କ ପାଇଁ ଏକ ଛୋଟ କାମ କରିବାକୁ କହିଥିଲେ । ସୋନିଙ୍କ ଏହି ଟୁଇଟ୍‌ ପରେ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।  (ଏଜେନ୍ସି)

Related posts