Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଅର ବାହାଘର ଦିନ ବାପର ମୃତ୍ୟୁ ଘଟଣା: ମୃତକଙ୍କ ପରିବାକୁ ଭେଟିଲେ ବିଧାୟକ
ଆଜିର ଖବର

ପୁଅର ବାହାଘର ଦିନ ବାପର ମୃତ୍ୟୁ ଘଟଣା: ମୃତକଙ୍କ ପରିବାକୁ ଭେଟିଲେ ବିଧାୟକ

January 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାହାଘରର ଏକ ଖୁସିର ଦିନରେ ମୃତ୍ୟୁଖବର କେବଳ ପରିବାର ନୁହେଁ, ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଏପର ଘଟଣା ଘଟିଯାଇଛି ବାଲୁଗାଁ ନିକଟସ୍ଥ ସରଳାପଦା ଗ୍ରାମରେ। ଗତ ୨୦ତାରିଖରେ ବାହାଘର ପାଇଁ ବରଯାତ୍ରୀ ସହ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା। କନ୍ୟା ଘର ଆଗରେ ବାଣ, ରୋଶଣି ସହ ଡିଜେ ସାଉଣ୍ଡରେ ଗାଁ ଉଠପଡ ହେଉଥିବାବେଳେ ଏଭଳି ଶବ୍ଦକୁ ସହ୍ୟ କରିପାରିନଥିଲେ ବରର ପିତା। ଘଟଣାସ୍ଥଳରେ ତଳେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଖ ସମୟରେ ଏପରି ଦୁଃଖଦ ଘଟଣା ଘଟିଯାଇଥିବାରୁ ସମ୍ପୃକ୍ତ ପରିବାରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଛି। ଶୋକରେ ଆତୁର ଥିବା ଏହି ପରିବାରକୁ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଭେଟିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ମୃତକ ଜଣକ ହେଉଛନ୍ତି ବାଲୁଗାଁ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବିଜୟ ସାହୁ। ତାଙ୍କ ପୁତ୍ର ଅନିଲ୍‌ଙ୍କ ବାହାଘର ସମୟରେ ଏପରି ଅଘଟଣ ଘଟିଯାଇଛି। ବାଲୁଗାଁ ଗାନ୍ଧି ଛକ ନିକଟରେ ବିଜୟା ହୋଟେଲ୍‌ ରହିଥିବାବେଳେ ଏହି ହୋଟେଲଟି ସମଗ୍ର ଅଞ୍ଚଳରେ ବେଶ୍‌ ଲୋକପ୍ରିୟ। ବିଜୟଙ୍କ ଅକାଳ ମୃତ୍ୟୁ ଯୋଗୁଁ ସ୍ଥାନୀୟ ହୋଟେଲ୍‌ ସଂଘ ତରଫରୁ ଶୋକ ପାଳନ କରାଯିବା ସହ ସେହି ଅଞ୍ଚଳରେ ସମସ୍ତ ହୋଟେଲ୍‌କୁ ବନ୍ଦ ରଖିଥିଲେ।  ପରିବାରର ଏପରି ଦୁଃଖଦ ସମୟରେ ଖୋର୍ଦ୍ଧାଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ତଥା ବାଲୁଗାଁ ବିଜେପି ନଗରମଣ୍ଡଳର ସଭାପତି ସତ୍ୟ ନାରାୟଣ ସେନାପତି, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

balugaon heart attack
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.