ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା ପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Published: Jan 23, 2020, 5:14 pm IST

ନୂଆଦିଲ୍ଲୀ : ନିଜର ପତ୍ନୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଦିଲ୍ଲୀର ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ଯୁବକ ଜଣକ ଟ୍ରେନ୍‌ରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଭାବରେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ସଞ୍ଜୟ ଅରୋରା । ସଞ୍ଜୟ ଏକ ଧାରୁଆ ଛୁରୀରେ ପତ୍ନୀ ସରିତା(45), ଝିଅ ସାଞ୍ଚି(20) ଏବଂ 15 ବର୍ଷୀୟ ପୁଅ ଅର୍ଜୁନ୍‌କୁ ହତ୍ୟା କରିଥିଲେ । ପଞ୍ଚକୁଲାର ସେକ୍ଟର 9ରେ ସଞ୍ଜୟ ଏକ ବେକରୀ ଚଳାନ୍ତି । ଋଣ ଭାରରେ ବୁଡି ରହିଥିବା କାରଣରୁ ସଞ୍ଜୟ ପରିବାର ସଦସ୍ୟଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ପୋଲିସ୍‌ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Related posts