ସିଏଏ ଏବଂ ଏନ୍‌ଆରସିକୁ ବିରୋଧ କଲେ ନନ୍ଦିତା ଦାସ

Published: Jan 23, 2020, 5:48 pm IST

ଜୟପୁର : ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରିଛନ୍ତି ନନ୍ଦିତା ଦାସ । ଜୟପୁର ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ନନ୍ଦିତା ଦାସ ଏହି ମତ ଦେଇଛନ୍ତି । ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ନନ୍ଦିତା ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆରସି)କୁ ସମାଲୋଚନା କରିଛନ୍ତି ଅଭିନେତ୍ରୀ ଏବଂ ନିର୍ଦ୍ଦେଶିକା ନନ୍ଦିତା ଦାସ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ମାତ୍ର ବର୍ତ୍ତମାନ ଦେଶରେ ଘଟୁଥିବା ଘଟଣା ଦେଶର ଧର୍ମନିରପେକ୍ଷତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ନନ୍ଦିତା କହିଛନ୍ତି । ପ୍ରଥମ ଥର ପାଇଁ ଦେଶରେ ସାମ୍ପ୍ରଦାୟିକତାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ନନ୍ଦିତା କହିଛନ୍ତି । ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ ଭୁଷୁଡି ପଡିଥିବା ବେଳେ କେନ୍ଦ୍ର ସରକାର ଧର୍ମ ନାମରେ ଦେଶରେ ଅଶାନ୍ତ ପରସ୍ଥିତି ସୃଷ୍ଟି କରିବା ଗ୍ରହଣୀୟ ନୁହେଁ । ଏହି ଆଇନ ବିପକ୍ଷରେ ଦେଶବାସୀ ଏକତ୍ର ହୋଇ ପ୍ରତିରୋଧ କରିବା ପାଇଁ ନନ୍ଦିତା ଆହ୍ବାନ ଦେଇଛନ୍ତି । ଏହି ଘଟଣାରେ ନାସିରୁଦ୍ଦିନ ଶାହ ଏବଂ ଅନୁପମ ଖେରଙ୍କ ମଧ୍ୟରେ ଜାରି ରହିଥିବା ବାକ୍‌ଯୁଦ୍ଧ ସମ୍ପର୍କରେ ମତ ଦେବାକୁ ମନା କରିଥିଲେ ନନ୍ଦିତା ।(ଏଜେନ୍ସୀ)

Related posts