ଭବାନୀପାଟଣାର ପୂର୍ବତ୍ତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କଲା ଭିଜିଲାନସ ଟିମ, 3 କୋଟିରୁ ଉର୍ଦ୍ଦ ସଂପତି ହେଲା ଠାବ

Published: Jan 23, 2020, 8:25 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର- ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ଆଜି ଭବନୀପାଟଣାରୁ ଭିଜିଲାନସ ଟିମ୍ ଗିରଫ କରିଛି। ପୂର୍ବରୁ ଜୟପୁର ଭିଜିଲାନସ ଟିମ ତାଙ୍କର ସମସ୍ତ ରେକର୍ଡ ପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ଗୁପ୍ତ ଭାବେ ଯାଞ୍ଚ କରୁଥିଲେ। ପରବର୍ତ୍ତି ସମୟରେ ସେସବୁ ଆୟ ବର୍ହିଭୂତ ସଂପତ୍ତି ବୋଲି ଜାଣିବା ପରେ ଆଜି ତାଙ୍କ ଘରେ ଚଢାଉ କରିଥିଲେ। ଏହି ଚଢାଉ ବେଳେ ସେସବୁର ପ୍ରମାଣ ମିଳିବା ପରେ ତାଙ୍କୁ ଭିଜିଲାନସ ଟିମ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ତାଙ୍କ ପାଖରେ ପ୍ରାୟ 3 କୋଟିରୁ ଅଧିକ ସଂପତ୍ତି ରହିଛି ବୋଲି ଜଣାପଡିଛି। ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଏକକାଳୀନ 45 ଲକ୍ଷ ଟଙ୍କା ଜମା ହେବା ପରେ ଭିଜିଲାନସ ଟିମର ସନ୍ଦେହ ଦେଖାଦେଇଥିଲା। ତାଙ୍କୁ ଗିରଫ କରିବା ପରେ ମଧ୍ୟ ଏହି ଟଙ୍କାର ସେ କୌଣସି ହିସାବ ଦେଇପାରୁ ନାହାଁନ୍ତି। ଗତ 17 ତାରିଖରେ ଅନାମଙ୍କ ଘର ଏବଂ ହୋଟେଲ ଉପରେ ଭିଜିଲାନସ ଚଢାଉ କରି କେତେକ କାଗଜ ପତ୍ର ଜବତ କରିଥିଲା। ଏଥିରେ ଅନାମଙ୍କ କେତେକ ପ୍ଲଟ, ଗାଡି ପ୍ରଭୁତି ଥିବାର ଜଣାପଡିଥିଲେ। ହେଲେ ସେତେବେଳେ ତାଙ୍କୁ ଗିରଫ କରାଯାଇ ନ ଥିଲା। ପରବର୍ତ୍ତି ସମୟରେ ସେସବୁ ଯାଞ୍ଚ ପରେ ଭିଜିଲାନସ ଟିମ ଆଜି ତାଙ୍କୁ ଗିରଫ କରିଛି।  ଅନାମ 2014 ମସିହାରେ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ହେଲେ ଗତ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନ ଥିଲା।

Related posts