Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିନି ତଲାକ୍‌ ଦେଲେ ବିଜେପିର ପୂର୍ବତନ କାଉନ୍‌ସିଲର୍‌
ଆଜିର ଖବର

ତିନି ତଲାକ୍‌ ଦେଲେ ବିଜେପିର ପୂର୍ବତନ କାଉନ୍‌ସିଲର୍‌

January 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ତ୍ରିପଲ୍‌ ତଲାକ୍‌କୁ ନେଇ ମୋଦି ସରକାର ଆଇନ ପ୍ରଣୟନ କରିଥିବାବେଳେ ଏହାର ଖୁଲମ୍‌ଖୁଲା ଉଲ୍ଲଂଘନ ହେଉଥିବାର ଖବର ସାମ୍ନାକୁ ଆସିଛି । ଭାରତୀୟ ଜନତା ଦଳର ଜଣେ ନେତାମାନେ ଏହି ନିୟମକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ଶିବପୁରୀ ନିକଟରେ ଏପରି ଏକ ଘଟଣା ଘଟିଛି । ବିଜେପିର ପୂର୍ବତନ କାଉନ୍‌ସିଲର୍‌ ରହୀଶ୍‌ ଖାନ୍‌ ତାଙ୍କ ପତ୍ନୀଙ୍କୁ ତିନି ତଲାକ୍‌ ଦେଇଛନ୍ତି । ଏହା ପରେ କାଉନସିଲର୍‌ ଜଣକ ଦ୍ବିତୀୟ ବିବାହ ମଧ୍ୟ କରିଛନ୍ତି । ପୀଡ଼ିତା ଜଣକ ତାଙ୍କ ସ୍ବାମୀଙ୍କ ବିରୋଧରେ ପୋଲିସ୍‌ର ଏତଲା ଦେଇଛନ୍ତି ।

ରହୀଶ୍‌ ଖାନ୍‌ଙ୍କ ପତ୍ନୀ ନୁରବାନୋ କହିଛନ୍ତି ଯେ, 2002 ମସିହାରେ ତାଙ୍କର ବିବାହ ହୋଇଥିବାବେଳେ ବିବାହର କିଛି ଦିନ ବେଶ୍‌ ଭଲରେ କଟିଥିଲା । ତା’ପରେ ତାଙ୍କ ସ୍ବାମୀ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ଏପରିକି ତାଙ୍କ ବଡ ଝିଅକୁ ମଧ୍ୟ ମାଡ ମରାମରି କରୁଥିଲେ ତଲାକ୍‌ ଦେବା ପାଇଁ । ସବୁବେଳେ ନିର୍ଯାତନା ଦେଇଆସୁଥିବା ତାଙ୍କ ସ୍ବାମୀ ପରିଶେଷରେ ତାଙ୍କୁ ତିନି ତଲାକ୍‌ ଦେଇ ଅନ୍ୟଜଣକୁ ବିବାହ କରିଛନ୍ତି ।

ଏହି ମାମଲାରେ ପୁଲିସ୍‌ ଅଧିକାରୀ ରାଜେଶ ସିଂ ଚାନ୍ଦେଲ୍‌ କହିଛନ୍ତି ଯେ, ତାଙ୍କ ବିବାହକୁ ବହୁତ ବର୍ଷ ହୋଇଯାଇଛି। ଅଭିଯୁକ୍ତଜଣକ ମାରପିଟ୍‌ ମଧ୍ୟ କରିଛନ୍ତି । ନିଜ ସ୍ତ୍ରୀଙ୍କୁ ନିର୍ଯାତନା ତଥା ତିନି ତଲାକ୍‌ ଦେବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଧାରା 498, 324 ଓ 506 ରୁଜୁ କରାଯାଇ ଗିରଫ କରାଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

April 13, 2026
Latest News

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.