ନିର୍ଭୟା ଅଭିଯୁକ୍ତଙ୍କ ପିଟିସନ୍‌ ଖାରଜ : ଫେବୃୟାରୀ 1ରେ ଫାଶୀ

Published: Jan 25, 2020, 12:17 pm IST

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଓକିଲଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାକୁ ଖାରଜ କରି ଦେଇଛନ୍ତି ପଟିଆଲା ହାଉସ୍‌ କୋର୍ଟ । ରାଜକ୍ଷମା ଆବେଦନ ପାଇଁ ନିର୍ଭୟା ଅଭିଯୁକ୍ତଙ୍କ ଓକିଲ ଏ ପି ସିଂଙ୍କ ପକ୍ଷରୁ ତିନି ଅଭିଯୁକ୍ତଙ୍କ ସମସ୍ତ ତଥ୍ୟ (ସ୍ବାସ୍ଥ୍ୟ ପରୀକ୍ଷା, ବ୍ୟବହାର ସମ୍ପର୍କିତ ରିପୋର୍ଟ) ଦାବି କରିଥିଲେ । ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରୁ ଏହି ସମସ୍ତ ତଥ୍ୟ ହାସଲ କରିବା ପାଇଁ ଏପି ସିଂଙ୍କ ପକ୍ଷରୁ ପଟିଆଲା ହାଉସ କୋର୍ଟରେ ଆବେଦନ କରାଯାଇଥିଲା । ମାମଲାକୁ ବିଳମ୍ବିତ କରିବା ପାଇଁ ପ୍ରୟାସ କରାଯାଉଥିବା ନେଇ ଓକିଲଙ୍କୁ ସମାଲୋଚନା କରିବା ସହିତ ମାମଲା ସମ୍ପର୍କିତ କୌଣସି ତଥ୍ୟ ପ୍ରଦାନ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାମଲାକୁ ନେଇ ଅନ୍ୟ କୌଣସି ବିଚାର କରିବାକୁ ବିଚାରପତି ମନା କରିବା ପରେ ପୂର୍ବ ନିର୍ଦ୍ଧାରିତ ତାରିଖ ଫେବୃୟାରୀ 1ରେ ଫାଶୀ ଦଣ୍ଡାଦେଶ ଆପାତତଃ ସ୍ପଷ୍ଟ ହୋଇଛି । (ଏଜେନ୍ସି)

Related posts