Categories
ଆଜିର ଖବର ଜାତୀୟ ଖବର

ନିର୍ଭୟା ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣିଥରେ ନ୍ୟାୟ ବିଳମ୍ବିତ ହୋଇଛି । ଆସନ୍ତା କାଲି ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ କୋର୍ଟ ଏହା ଉପରେ ରୋକ୍‌ ଲଗାଇଛନ୍ତି । ମାମଲାର ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଆସନ୍ତା କାଲି ଫାଶୀ ନହେବା ସମ୍ଭାବନା ସ୍ପଷ୍ଟ ହୋଇଛି । ଦୁଇ ଅଭିଯୁକ୍ତଙ୍କ ରାଜକ୍ଷମା ଆବେଦନ ବାକି ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ରାଜକ୍ଷମା ପାଇଁ ଆବେଦନ କରିଛନ୍ତି । ତେଣୁ ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯିବ ବୋଲି ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ନିର୍ଭୟା ଅଭିଯୁକ୍ତଙ୍କ ପିଟିସନ୍‌ ଖାରଜ : ଫେବୃୟାରୀ 1ରେ ଫାଶୀ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଓକିଲଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାକୁ ଖାରଜ କରି ଦେଇଛନ୍ତି ପଟିଆଲା ହାଉସ୍‌ କୋର୍ଟ । ରାଜକ୍ଷମା ଆବେଦନ ପାଇଁ ନିର୍ଭୟା ଅଭିଯୁକ୍ତଙ୍କ ଓକିଲ ଏ ପି ସିଂଙ୍କ ପକ୍ଷରୁ ତିନି ଅଭିଯୁକ୍ତଙ୍କ ସମସ୍ତ ତଥ୍ୟ (ସ୍ବାସ୍ଥ୍ୟ ପରୀକ୍ଷା, ବ୍ୟବହାର ସମ୍ପର୍କିତ ରିପୋର୍ଟ) ଦାବି କରିଥିଲେ । ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରୁ ଏହି ସମସ୍ତ ତଥ୍ୟ ହାସଲ କରିବା ପାଇଁ ଏପି ସିଂଙ୍କ ପକ୍ଷରୁ ପଟିଆଲା ହାଉସ କୋର୍ଟରେ ଆବେଦନ କରାଯାଇଥିଲା । ମାମଲାକୁ ବିଳମ୍ବିତ କରିବା ପାଇଁ ପ୍ରୟାସ କରାଯାଉଥିବା ନେଇ ଓକିଲଙ୍କୁ ସମାଲୋଚନା କରିବା ସହିତ ମାମଲା ସମ୍ପର୍କିତ କୌଣସି ତଥ୍ୟ ପ୍ରଦାନ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାମଲାକୁ ନେଇ ଅନ୍ୟ କୌଣସି ବିଚାର କରିବାକୁ ବିଚାରପତି ମନା କରିବା ପରେ ପୂର୍ବ ନିର୍ଦ୍ଧାରିତ ତାରିଖ ଫେବୃୟାରୀ 1ରେ ଫାଶୀ ଦଣ୍ଡାଦେଶ ଆପାତତଃ ସ୍ପଷ୍ଟ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନିର୍ଭୟା ଦୋଷୀଙ୍କ ପାଇଁ ନୂଆ ଡେଥ୍‌ ଓ୍ବାରେଣ୍ଟ : ଫେବୃୟାରୀ 1 ତାରିଖରେ ଫାଶୀ

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଶୀଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା କରାଯାଇଛି । ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟଙ୍କ ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କୁ ଫେବୃୟାରୀ 1 ତାରିଖରେ ଫାଶୀ ଦଣ୍ଡାଦେଶ ପାଇଁ ନିଷ୍ପତ୍ତି ନିଆଯାଇଛି । ଫେବୃୟାରୀ 1 ସକାଳ 6ଟା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଅଭିଯୁକ୍ତ ବିନୟ ଏବଂ ମୁକେଶ ସିଂଙ୍କ ପକ୍ଷରୁ ପୁନର୍ବିଚାର ଯାଚିକା ଦାଖଲ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ କୁମାରର ନାବାଳକ ହେବା ନେଇ ଆବେଦନ କରିଥିଲେ । ପୂର୍ବରୁ ଦୁଇ ଅଭିଯୁକ୍ତ ମୁକେଶ ଏବଂ ବିନୟ ରାଜକ୍ଷମା ଆବେଦନ କରିଥିବା ବେଳେ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହାକୁ ଖାରଜ କରାଯାଇଥିଲା । (ଏଜେନ୍ସୀ)