ନିର୍ଭୟା ଦୋଷୀଙ୍କ ପାଇଁ ନୂଆ ଡେଥ୍‌ ଓ୍ବାରେଣ୍ଟ : ଫେବୃୟାରୀ 1 ତାରିଖରେ ଫାଶୀ

Published: Jan 17, 2020, 5:20 pm IST

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଶୀଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା କରାଯାଇଛି । ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟଙ୍କ ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କୁ ଫେବୃୟାରୀ 1 ତାରିଖରେ ଫାଶୀ ଦଣ୍ଡାଦେଶ ପାଇଁ ନିଷ୍ପତ୍ତି ନିଆଯାଇଛି । ଫେବୃୟାରୀ 1 ସକାଳ 6ଟା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଅଭିଯୁକ୍ତ ବିନୟ ଏବଂ ମୁକେଶ ସିଂଙ୍କ ପକ୍ଷରୁ ପୁନର୍ବିଚାର ଯାଚିକା ଦାଖଲ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ କୁମାରର ନାବାଳକ ହେବା ନେଇ ଆବେଦନ କରିଥିଲେ । ପୂର୍ବରୁ ଦୁଇ ଅଭିଯୁକ୍ତ ମୁକେଶ ଏବଂ ବିନୟ ରାଜକ୍ଷମା ଆବେଦନ କରିଥିବା ବେଳେ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହାକୁ ଖାରଜ କରାଯାଇଥିଲା । (ଏଜେନ୍ସୀ)

Related posts