Categories
ଆଜିର ଖବର ଜାତୀୟ ଖବର

କରୋନା ସନ୍ଦେହରେ ହସ୍ପିଟାଲର ଶୌଚାଳୟରେ ଆତ୍ମହତ୍ୟା କଲେ ଯୁବକ

ଅଜମେର : କରୋନା ସନ୍ଦେହରେ ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଖବର ଶୁଣିବାକୁ ମିଳିଛି । ଜେଏଲ୍‌ଏନ୍‌ ହସ୍ପିଟାଲର କରୋନା ଓ୍ବାର୍ଡରେ ଭର୍ତ୍ତି ହୋଇଥିବା ଜଣେ ଯୁବକ କରୋନା ସନ୍ଦେହର ହସ୍ପିଟାଲ ଶୌଚାଳୟରେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି ।

କରୋନା ସନ୍ଦେହରେ ଆତ୍ମହତ୍ୟା କରିଥିବା ଯୁବକ ଜଣକ  ୟୁପିର ରାୟବରେଲୀର ବୋଲି ହୋଇଥିବାବେଳେ ତାଙ୍କର ବୟସ 30 ବର୍ଷ ବୋଲି ଜଣାପଡିଛି । ସେ ରବିବାର ସକାଳୁ ଗୁଜୁରାଟରୁ ନିଜ ଘର ରାୟବରେଲୀ ଯାଉଥିଲେ ।  ବସ୍‌ରେ ଯାଉଥିବା ସମୟରେ ଯୁବକଙ୍କୁ ଥଣ୍ଡା ଓ କାଶ ହୋଇଥିଲା । ଏହାପରେ ବସ୍‌ରେ ଥିବା ଯାତ୍ରୀମାନେ ତାଙ୍କୁ କରୋନା ପଜିଟିଭ୍‌ ଭାବି ତାଙ୍କୁ ପର୍ବତପୁରା ବାଇପାସ୍‌ ନିକଟରେ ପୋଲିସ୍‌ ହାତରେ ଜିମା ଦେଇଥିଲେ ।

ଏହାପରେ ପୋଲିସ୍‌ ତାଙ୍କୁ ଜେଏଲ୍‌ଏନ୍‌ ହସ୍ପିଟାଲ ନେଇଥିଲେ । ଏଠାରେ ତାଙ୍କୁ ବାରମ୍ବାର କାଶ ଓ ଥଣ୍ଡା ଥିବା ଯୋଗୁଁ କରୋନା ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା । ଏହାପରେ ଯୁବକଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । କିନ୍ତୁ ରିପୋର୍ଟ ଆସିବା ପୂର୍ବରୁ ଯୁବକ ଜଣକ ଆତ୍ମହତ୍ୟା କରିଦେଇଛନ୍ତି । ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ଯୁବକ ଜଣକ ଆତ୍ମହତ୍ୟା କରିଥିବାର ଖବର ଏବେ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନିର୍ଭୟା ଗଣଦୁଷ୍କର୍ମ ମାମଲା : ମାର୍ଚ୍ଚ 20ରେ ଫାଶୀ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମାର୍ଚ୍ଚ 20 ତାରିଖ ଭୋର 5.30 ମିନିଟ୍‌ ସମୟରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ପଟିଆଲା ହାଉସ୍‌ କୋର୍ଟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ପଓ୍ବନ୍‌ ବର୍ମାର ରାଜକ୍ଷମା ଯାଚିକା ଖାରଜ ହେବା ପରେ ତିହାର କର୍ତ୍ତୃପକ୍ଷଙ୍କ ତରଫରୁ ନୂତନ ଫାଶୀ ତାରିଖର ଆବେଦନ କରାଯାଇଥିଲା । ଏହି ଆବେଦନ ଉପରେ ବିଚାର କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଅଭିଯୁକ୍ତକୁ ଫାଶୀ

ଲକ୍ଷ୍ନୌ : ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । ଜଣେ 6 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ହଜାରା ବାଘ କୋର୍ଟଙ୍କ ପକ୍ଷରୁ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ଅଭିଯୁକ୍ତ ବବ୍‌ଲୁ ନାବାଳିକା ଜଣକୁ ଖେଳାଇବା ପାଇଁ ନେଇ ଦୁଷ୍କର୍ମ କରିବା ସହିତ ଗଳାକାଟି ହତ୍ୟା କରିଥିଲା । ହଜାରା ବାଗ ପୋଲିସ ଅଭିଯୁକ୍ତର ଘର ତଲାସ କରି ଖଟତଳୁ ନାବାଳିକାର ମୃତଦେହ ଉଦ୍ଧାର କରିବା ସହିତ ବବ୍‌ଲୁକୁ ଗିରଫ କରିଥିଲା । ପୋକ୍ସୋ ଆଇନ୍‌ ଆଧାରରେ ଅଭିଯୁକ୍ତ ବବ୍‌ଲୁକୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ନିର୍ଭୟା ଦୋଷୀଙ୍କ ପାଇଁ ନୂଆ ଡେଥ୍‌ ଓ୍ବାରେଣ୍ଟ : ଫେବୃୟାରୀ 1 ତାରିଖରେ ଫାଶୀ

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଶୀଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା କରାଯାଇଛି । ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟଙ୍କ ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କୁ ଫେବୃୟାରୀ 1 ତାରିଖରେ ଫାଶୀ ଦଣ୍ଡାଦେଶ ପାଇଁ ନିଷ୍ପତ୍ତି ନିଆଯାଇଛି । ଫେବୃୟାରୀ 1 ସକାଳ 6ଟା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଅଭିଯୁକ୍ତ ବିନୟ ଏବଂ ମୁକେଶ ସିଂଙ୍କ ପକ୍ଷରୁ ପୁନର୍ବିଚାର ଯାଚିକା ଦାଖଲ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ କୁମାରର ନାବାଳକ ହେବା ନେଇ ଆବେଦନ କରିଥିଲେ । ପୂର୍ବରୁ ଦୁଇ ଅଭିଯୁକ୍ତ ମୁକେଶ ଏବଂ ବିନୟ ରାଜକ୍ଷମା ଆବେଦନ କରିଥିବା ବେଳେ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହାକୁ ଖାରଜ କରାଯାଇଥିଲା । (ଏଜେନ୍ସୀ)