କରୋନା ସନ୍ଦେହରେ ହସ୍ପିଟାଲର ଶୌଚାଳୟରେ ଆତ୍ମହତ୍ୟା କଲେ ଯୁବକ

Published: May 12, 2020, 9:53 am IST

ଅଜମେର : କରୋନା ସନ୍ଦେହରେ ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଖବର ଶୁଣିବାକୁ ମିଳିଛି । ଜେଏଲ୍‌ଏନ୍‌ ହସ୍ପିଟାଲର କରୋନା ଓ୍ବାର୍ଡରେ ଭର୍ତ୍ତି ହୋଇଥିବା ଜଣେ ଯୁବକ କରୋନା ସନ୍ଦେହର ହସ୍ପିଟାଲ ଶୌଚାଳୟରେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି ।

କରୋନା ସନ୍ଦେହରେ ଆତ୍ମହତ୍ୟା କରିଥିବା ଯୁବକ ଜଣକ  ୟୁପିର ରାୟବରେଲୀର ବୋଲି ହୋଇଥିବାବେଳେ ତାଙ୍କର ବୟସ 30 ବର୍ଷ ବୋଲି ଜଣାପଡିଛି । ସେ ରବିବାର ସକାଳୁ ଗୁଜୁରାଟରୁ ନିଜ ଘର ରାୟବରେଲୀ ଯାଉଥିଲେ ।  ବସ୍‌ରେ ଯାଉଥିବା ସମୟରେ ଯୁବକଙ୍କୁ ଥଣ୍ଡା ଓ କାଶ ହୋଇଥିଲା । ଏହାପରେ ବସ୍‌ରେ ଥିବା ଯାତ୍ରୀମାନେ ତାଙ୍କୁ କରୋନା ପଜିଟିଭ୍‌ ଭାବି ତାଙ୍କୁ ପର୍ବତପୁରା ବାଇପାସ୍‌ ନିକଟରେ ପୋଲିସ୍‌ ହାତରେ ଜିମା ଦେଇଥିଲେ ।

ଏହାପରେ ପୋଲିସ୍‌ ତାଙ୍କୁ ଜେଏଲ୍‌ଏନ୍‌ ହସ୍ପିଟାଲ ନେଇଥିଲେ । ଏଠାରେ ତାଙ୍କୁ ବାରମ୍ବାର କାଶ ଓ ଥଣ୍ଡା ଥିବା ଯୋଗୁଁ କରୋନା ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା । ଏହାପରେ ଯୁବକଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । କିନ୍ତୁ ରିପୋର୍ଟ ଆସିବା ପୂର୍ବରୁ ଯୁବକ ଜଣକ ଆତ୍ମହତ୍ୟା କରିଦେଇଛନ୍ତି । ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ଯୁବକ ଜଣକ ଆତ୍ମହତ୍ୟା କରିଥିବାର ଖବର ଏବେ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

Related posts