
ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପିର ଜାତି ଓ ଧର୍ମର ରାଜନୀତି ବିଫଳ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ବିଜେପି ପକ୍ଷରୁ ସର୍ବଦା ଜାତିବାଦ ରାଜନୀତି କରାଯାଇଥାଏ ମାତ୍ର ଦିଲ୍ଲୀରେ ଜାତି ଓ ଧର୍ମ ଆଧାରରେ ଭୋଟ ହାସଲ ଅସମ୍ଭବ ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । ମହାରାଷ୍ଟ୍ରରେ ମରାଠା-ଅଣ ମରାଠା ରାଜନୀତି କରି ବିଜେପି ଭୋଟ ହାସଲ ସମ୍ଭବ ମାତ୍ର ଦିଲ୍ଲୀରେ ଜାଟ-ଅଣଜାଟ ରାଜନୀତିରେ ଭୋଟ ହାସଲ ଅସମ୍ଭବ । ଦିଲ୍ଲୀରେ ଜନସାଧାରଣ ବିକାଶକୁ ପ୍ରାଧାନ୍ୟ ଦେଇଥାନ୍ତି । ଆପ୍ ସରକାର ବିକାଶ ଆଧାରରେ ନିର୍ବାଚନ ଲଢୁଥିବା କାରଣରୁ ନିଶ୍ଚିତ ଭାବରେ ସଫଳ ହେବ ବୋଲି ଜନକପୁରୀରେ ରୋଡ ଶୋ ସମୟରେ କେଜ୍ରିଓ୍ବାଲ ମତ ଦେଇଛନ୍ତି । (ଏଜେନ୍ସୀ)