ବୁର୍ଖା ଉପରେ କଟକଣାକୁ ନେଇ ଛାତ୍ରୀ ଆନ୍ଦୋଳନ

Published: Jan 25, 2020, 2:22 pm IST

ପାଟନା :  କଲେଜରେ ବୁର୍ଖା ପିନ୍ଧିବା ନେଇ କଟକଣା ଜାରିକୁ ଛାତ୍ରୀଙ୍କ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଛାତ୍ରୀଙ୍କ ଆନ୍ଦୋଳନ ପରେ ବୁର୍ଖା ଉପରେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଶୁକ୍ରବାର ଦିନ ପାଟନାର ଜେଡି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଅଜବ ନିୟମ ପ୍ରଣୟନ କରାଯାଇଥିଲା । ଏହି ନିୟମ ଅନୁଯାୟୀ ଶନିବାର ବ୍ୟତିତ ଅନ୍ୟ କୌଣସି ଦିନ ଛାତ୍ରୀ ମାନେ ବୁର୍ଖା ପିନ୍ଧି ଶ୍ରେଣୀଗୃହରେ ପ୍ରବେଶ କରିପାରିବେ ନାହିଁ । ଏହି ନିୟମକୁ ଛାତ୍ରୀଙ୍କ ପକ୍ଷରୁ ବିରୋଧ କରାଯିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିୟମ ହଟାଯାଇଛି । ଜବରଦସ୍ତି ଭାବରେ ଛାତ୍ରୀଙ୍କ ଉପରେ ଏହାକୁ ଲଦି ଦିଆଯାଉଥିବାର ଅଭିଯୋଗ କରି ବିରୋଧ ପ୍ରଦର୍ଶନ କରାଯାଇଥିଲା ।  ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନତା ଆଣିବା ପାଇଁ ଏହି ନିୟମ ପ୍ରଣୟନ କରାଯାଇଥିଲା ବୋଲି କଲେଜ କର୍ତ୍ତୃପକ୍ଷ ମତ ଦେଇଛନ୍ତି ।

Related posts