Categories
ଆଜିର ଖବର ଜାତୀୟ ଖବର

ଆଉ 43ଟି ମୋବାଇଲ୍‌ ଆପ୍ସକୁ କରାଗଲା ବ୍ୟାନ୍‌

ନୂଆଦିଲ୍ଲୀ : ଭାରତ ସରକାର ପୁଣିଥରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌ କରିଛନ୍ତି ।  ଆଉ 43ଟି ମୋବାଇଲ୍‌ ଆପସ୍‌କୁ ବ୍ଲକ୍‌ କରିଛନ୍ତି ଭାରତ ସରକାର । ସୂଚନା ପ୍ରଯୁକ୍ତି ଆଇନର ଧାରା (କ) ଅନୁସାରେ 43ଟି ଆପ୍‌କୁ ବ୍ୟାନ୍‌ କରିଛନ୍ତି ଭାରତ ସରକାର । ଭାରତ ଏକତା, ଅଖଣ୍ଡତା ପ୍ରତି ବିପଦ କାରଣରୁ ଏହି ସବୁ ଆପ୍‌କୁ ବ୍ଲକ୍‌ କରାଯାଇଛି ।  ଏହି ବ୍ଲକ୍‌ ଆପ୍‌ ମଧ୍ୟରେ ସ୍ନାକ ଭିଡିଓ, କ୍ୟାମ୍‌ କାର୍ଡ, ଓ୍ବିଡେଟ୍‌, ରେଲା ଆଦି ଆପସ୍‌ ରହିଛି ।

ସୂଚନାଯୋଗ୍ୟ ପୂର୍ବରୁ ସେପ୍ଟେମ୍ବର ମାସରେ 118ଟି ମୋବାଇଲ୍‌ ଆପ୍‌କୁ ବ୍ୟାନ୍‌ କରାଯାଇଥିବାବେଳେ ଜୁନ୍‌ ଶେଷରେ ଟିକ୍‌ଟକ୍‌, ହାଲୋ ସମେତ 59ଟି ମୋବାଇଲ୍‌ ଆପ୍‌ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଥିଲେ । ସେହିପରି ଜୁଲାଇ ଶେଷରେ 47ଟି ଆପ୍‌କୁ ଭାରତରେ ନିଷେଧ କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର

ଭାରତରେ ବ୍ୟାନ୍‌ ହେଲା ‘ପବ୍‌-ଜି’

ନୂଆଦିଲ୍ଲୀ :  ବହୁଳ ବ୍ୟବହୃତ ମୋବାଇଲ୍‌ ଆପ୍‌ ‘ପବ୍‌-ଜି’ ଭାରତରେ ବ୍ୟାନ୍‌ ହୋଇଛି । ପବ୍‌-ଜି ସହ ଚୀନ ପରିଚାଳିତ 118ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ କେନ୍ଦ୍ର ସରକାର । ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ଏହାକୁ ବ୍ୟାନ୍‌ କରିଛନ୍ତି ।ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ଅଭିଯୋଗରେ ଏହି ଆପ ଗୁଡିକୁ ବ୍ୟାନ କରାଯାଇଛି । ପବ୍‌ଜୀ ସମେତ ଲୁଡୋ, ଏମ୍‌ଭି ମାଷ୍ଟର, ଓ୍ବି ଚାଟ୍‌ ଆଦି ମଧ୍ୟ ବ୍ୟାନ୍‌ ହୋଇଛି ।

ଚୀନ୍ ସହିତ ଅର୍ଥନୈତିକ ବିବାଦ କାରଣରୁ ଆଇଟି ମନ୍ତ୍ରାଳୟ ପକ୍ଷରୁ ପବଜି ସମେତ 118ଟି ଆପକୁ ବ୍ୟାନ କରାଯାଇଛି ।  କେନ୍ଦ୍ର ସରକାର ପୁଣି ଥରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଛି । ପୂର୍ବରୁ 59ଟି ଆପ୍‌କୁ ବ୍ୟାନ୍‌ କରାଯାଇଥିବାବେଳେ ଆଜି 118ଟି ଆପ୍‌କୁ ବ୍ୟାନ୍‌ କରିଛନ୍ତି ।  ପୂର୍ବରୁ ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନ୍‌ରୁ ପବ୍‌ଜୀ ସମେତ 89ଟି ଆପ୍‌ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ସୂଚନାଯୋଗ୍ୟ, ଏହି ସବୁ ଆପ୍‌ଗୁଡିକ ଯୋଗୁଁ ତଥ୍ୟ ଚୋରି ହେଉଥିବାର ଅଭିଯୋଗ ରହିଥିଲା ।

Categories
ଆଜିର ଖବର ଜାତୀୟ ଖବର

ଟିକ ଟକ ସମେତ ୫୯ ଚାଇନୀଜ ଆପ ଉପରେ କଟକଣା ଲଗାଇଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଟିକ ଟକ ସମେତ ୫୯ ଚାଇନୀଜ ଆପ ଉପରେ କଟକଣା ଲଗାଇଛି। ଭାରତ-ଚାଇନା ସୀମା ବିବାଦ ପରେ ସମଗ୍ର ଦେଶରେ ଏବେ ଚାଇନା ବିରୋଧରେ ଆକ୍ରୋଶ ଦେଖାଦେଇଛି। ଚାଇନା ସାମଗ୍ରୀ  ବ୍ୟାନ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସଂଗଠନ ପକ୍ଷରୁ ସମଗ୍ର ଦେଶରେ ଆନ୍ଦୋଳନ ବଢିଚାଲିଛି। ହେଲୋ ଆପ, କାମ ସ୍କାନର ଆପ ପରି ୫୯ ଟି ଆପ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଡାଟା ଚୋରୀ ହେବା ସନ୍ଦେହରେ ଏହି ସବୁ ଆପ ଗୁଡିକୁ ବ୍ୟାନ ଲଗାଇଛି କେନ୍ଦ୍ର ସରକାର।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚୀନ ଦ୍ୱାରା ନିୟନ୍ତ୍ରିତ ୨୦ ଟି କମ୍ପାନୀକୁ ଆମେରିକା ସମ୍ଭାବ୍ୟ ନିଷିଦ୍ଧ ତାଲିକାଭୁକ୍ତ କରିଛି

ୱାଶିଂଟନ୍: ଯୁକ୍ତରାଷ୍ଟ୍ର  ଆମେରିକା ଚୀନର ପ୍ରସିଦ୍ଧ  ହୁୱାଇ ଟେକ୍ନୋଲୋଜି ସମେତ ୨୦ ଟି ଚାଇନିଜ୍ କମ୍ପାନୀକୁ ନିଷିଦ୍ଧ କରିବା ଲାଗି ଚିହ୍ନଟ କରିଛି ଏବଂ ତାଲିକାଭୁକ୍ତ କରିଛି। ଏହି କମ୍ପାନୀ ଗୁଡିକ ମୁଖ୍ଯତଃ  ବେଜିଂରେ ସାମରିକ ଶାସନ ଦ୍ୱାରା ନିୟନ୍ତ୍ରିତ।

ଚୀନରେ ଆମେରିକାର ପୁଞ୍ଜି ବିନିଯୋଗ ତଥା ଆମେରିକାର  ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚୀନର ଅନୁ ପ୍ରବେଶକୁ ରୋକିବା ପାଇଁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ପ୍ରୟାସର ଏକ ଅଂଶ ଭାବରେ ତାଲିକାଭୁକ୍ତ କମ୍ପାନୀଗୁଡିକ ବର୍ତ୍ତମାନ ସମ୍ଭାବ୍ୟ ପ୍ରତିବନ୍ଧକ ସାମ୍ନା କରିବେ।

ମିଡିଆ ରିପୋର୍ଟରେ କୁହାଯାଇଛି ଯେ ପେଣ୍ଟାଗନ୍ “ଆମେରିକାରେ କାର୍ଯ୍ୟ କରୁଥିବା କମ୍ୟୁନିଷ୍ଟ ଚାଇନିଜ୍ ସାମରିକ କମ୍ପାନୀ” ର ଏକ ତାଲିକା ଜାରି କରିଛି ଏବଂ ଏଥିରେ ଚୀନ୍ ସରକାର, ସାମରିକ କିମ୍ବା ପ୍ରତିରକ୍ଷା ଶିଳ୍ପ ସହିତ ମାଲିକାନା, ନିୟନ୍ତ୍ରିତ କିମ୍ବା ଅନୁବନ୍ଧିତ ସଂସ୍ଥା ଅନ୍ତର୍ଭୁକ୍ତ।

ଏହି ତାଲିକାରେ ଥିବା କମ୍ପାନୀଗୁଡିକ ହେଲେ  ଚୀନ୍ ଆଭିଏସନ୍ ଇଣ୍ଡଷ୍ଟ୍ରି କର୍ପୋରେସନ୍, ଚାଇନା ଏରୋସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କର୍ପୋରେସନ୍, ଚାଇନା ଏରୋସ୍ପେସ୍ ସାଇନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି କର୍ପୋରେସନ୍, ଚାଇନା ଇଲେକ୍ଟ୍ରୋନିକ୍ସ ଟେକ୍ନୋଲୋଜି ଗ୍ରୁପ୍ କର୍ପୋରେସନ୍, ଚାଇନା ସାଉଥ୍ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ କର୍ପୋରେସନ୍, ଚାଇନା ସିପବିଲ୍ଡିଂ ଇଣ୍ଡଷ୍ଟ୍ରି କର୍ପୋରେସନ୍, ଚୀନ୍ ଷ୍ଟେଟ୍ ସିପବିଲ୍ଡିଂ କର୍ପୋରେସନ୍, ଚୀନ୍ ଉତ୍ତର ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ କର୍ପୋରେସନ୍, ହାଙ୍ଗଜୋ ହାଇଭିଜନ୍ ଡିଜିଟାଲ୍ ଟେକ୍ନୋଲୋଜି କୋ, ହୁୱାଇ, ଇନ୍ସପୁର ଗ୍ରୁପ୍, ଚାଇନାର ଏରୋ ଇଞ୍ଜିନ କର୍ପୋରେସନ୍, ଚୀନ୍ ରେଳ ନିର୍ମାଣ ନିଗମ, CRRC କର୍ପ, ପଣ୍ଡା ଇଲେକ୍ଟ୍ରୋନିକ୍ସ ଗ୍ରୁପ୍, ଡନ୍ ଇନଫରମେସନ୍ ଇଣ୍ଡଷ୍ଟ୍ରି କୋ, ଚାଇନା ମୋବାଇଲ୍ କମ୍ୟୁନିକେସନ୍ ଗ୍ରୁପ୍, ଚୀନ୍ ଜେନେରାଲ୍ ଆଣବିକ ଶକ୍ତି ଶକ୍ତି, ଚୀନ୍ ନ୍ୟାସନାଲ ଆଣବିକ କର୍ପ ଏବଂ ଚାଇନା ଟେଲିକମ୍ କର୍ପୋରେସନ୍। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବୁର୍ଖା ଉପରେ କଟକଣାକୁ ନେଇ ଛାତ୍ରୀ ଆନ୍ଦୋଳନ

ପାଟନା :  କଲେଜରେ ବୁର୍ଖା ପିନ୍ଧିବା ନେଇ କଟକଣା ଜାରିକୁ ଛାତ୍ରୀଙ୍କ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଛାତ୍ରୀଙ୍କ ଆନ୍ଦୋଳନ ପରେ ବୁର୍ଖା ଉପରେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଶୁକ୍ରବାର ଦିନ ପାଟନାର ଜେଡି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଅଜବ ନିୟମ ପ୍ରଣୟନ କରାଯାଇଥିଲା । ଏହି ନିୟମ ଅନୁଯାୟୀ ଶନିବାର ବ୍ୟତିତ ଅନ୍ୟ କୌଣସି ଦିନ ଛାତ୍ରୀ ମାନେ ବୁର୍ଖା ପିନ୍ଧି ଶ୍ରେଣୀଗୃହରେ ପ୍ରବେଶ କରିପାରିବେ ନାହିଁ । ଏହି ନିୟମକୁ ଛାତ୍ରୀଙ୍କ ପକ୍ଷରୁ ବିରୋଧ କରାଯିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିୟମ ହଟାଯାଇଛି । ଜବରଦସ୍ତି ଭାବରେ ଛାତ୍ରୀଙ୍କ ଉପରେ ଏହାକୁ ଲଦି ଦିଆଯାଉଥିବାର ଅଭିଯୋଗ କରି ବିରୋଧ ପ୍ରଦର୍ଶନ କରାଯାଇଥିଲା ।  ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନତା ଆଣିବା ପାଇଁ ଏହି ନିୟମ ପ୍ରଣୟନ କରାଯାଇଥିଲା ବୋଲି କଲେଜ କର୍ତ୍ତୃପକ୍ଷ ମତ ଦେଇଛନ୍ତି ।

Categories
ଆଜିର ଖବର ଖେଳ

ଭାରୋତ୍ତଳିକା ସର୍ବଜିତ୍‌ କୌର୍‌ ଚାରି ବର୍ଷ ବାସନ୍ଦ

ନୂଆଦିଲ୍ଲୀ : ଭାରତୀୟ ଭାରୋତ୍ତଳିକା ସର୍ବଜିତ୍‌ କୌର୍‌ ଚାରି ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ନିଷିଦ୍ଧ ଡ୍ରଗ୍ସ ସେବନ କାରଣରୁ ନାଡା ପକ୍ଷରୁ ବୁଧବାର ଏହି ବାସନ୍ଦାଦେଶ ଜାରି କରାଯାଇଛି । ଫେବୃୟାରୀ ମାସରେ ବିଶାଖାପାଟନମ୍‌ରେ ଅନୁଷ୍ଠିତ 34 ତମ ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ସର୍ବଜିତ୍‌ କୌର୍‌ଙ୍କ ନମୂନାରେ ନିଷିଦ୍ଧ ପଦାର୍ଥ ମିଳିଛି । ଏହି ପ୍ରତିଯୋଗିତାରେ 71 କିଗ୍ରା ବର୍ଗରେ ସର୍ବଜିତ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସର୍ବଜିତ୍‌ଙ୍କ ନମୂନାରେ ଡାଇ ହାଇଡ୍ରୋକ୍ସି ଏଲ୍‌ଜିଡି-4033 ସହିତ ସାର୍ମ ଏବଂ ଅଷ୍ଟ୍ରେଇନ୍‌ ପରି ନିଷିଦ୍ଧ ପଦାର୍ଥ ମିଳିଥିବା ନେଇ ନାଡା ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ 2017 ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ବିଜୟିନୀ ସୀମାଙ୍କୁ ମଧ୍ୟ ନାଡା ପକ୍ଷରୁ ଚାରି ବର୍ଷ ପାଇଁ ବାସନ୍ଦ କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଟିକ୍‌ଟକ୍‌କୁ ନିଷିଦ୍ଧ କଲା ଆମେରିକା ସେନା

ନୂଆଦିଲ୍ଲୀ, 1/1: ଲୋକପ୍ରିୟ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ଆମେରିକା ସେନା ନିଷିଦ୍ଧ କରିଛି। ଜାତୀୟ ସୁରକ୍ଷା ଉପରେ ବିପଦ ଥିବା ନେଇ ଆମେରିକା ଚିନ୍ତା ପ୍ରକଟ କରିବା ସହ ଏହି ନିଷ୍ପତ୍ତି ନେଇଛି। ଆମେରିକା ସେନାର ମୁଖପାତ୍ର ଟିକ୍‌ଟକ୍‌କୁ ସାଇବର ଥ୍ରେଟ୍‌ ବୋଲି କହିଛନ୍ତି। ଏହା ପୂର୍ବରୁ ଗତ ଡିସେମ୍ବରରେ ଆମେରିକା ନୌସେନା ମଧ୍ୟ ଟିକ୍‌ଟକ୍‌ ଉପରେ କଟକଣା ଲଗାଇଥିଲା। ଏଥିସହ ମୋବାଇଲରେ କୌଣସି ଆପ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଭାରତରେ ଟିକ୍‌ଟକ୍‌ର କଣ୍ଟେଣ୍ଟକୁ ନେଇ ବ୍ୟାନ୍‌ କରାଯାଇଥିଲା। ମାଡ୍ରାସ୍‌ ହାଇକୋର୍ଟ ଏହି ଆପ୍‌କୁ ବ୍ୟାନ କରିବା ସହ ଏହା ଛୋଟ ପିଲାଙ୍କ ଉପରେ କୁପ୍ରଭାବ ପକାଉଛି ବୋଲି କହିଥିଲେ। ସୂଚନାଯୋଗ୍ୟ, 2016 ମସିହାରେ ଲଞ୍ଚ ହେବା ପରେ ଟିକଟକର ଲୋକପ୍ରିୟତା ଦ୍ରୁତି ଗତିରେ ବଢିବାରେ ଲାଗିଛି । ଗୁଗୁଲ ଏବଂ ଆପଲ ଷ୍ଟୋରରେ 1.5 ବିଲିୟନରୁ ଅଧିକ ଡାଉନଲୋଡ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର

2020 ଅଲମ୍ପିକ୍ସ ପୂର୍ବରୁ ଋଷକୁ ଝଟ୍‌କା : 4 ବର୍ଷ ପାଇଁ ବାସନ୍ଦ କଲା ଓ୍ବାଡା

ନୂଆଦିଲ୍ଲୀ,10/12 : ଆଗାମୀ 2020 ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଋଷକୁ ବଡ଼ ଝଟ୍‌କା ଲାଗିଛି । ବିଶ୍ବ ଆଣ୍ଟି ଡୋପିଂ ସଂସ୍ଥା(ୱାଡା) ଋଷକୁ ଅନ୍ତର୍ଜାତୀୟ କ୍ରୀଡ଼ାରୁ 4 ବର୍ଷ ବାସନ୍ଦ କରିଛି । ଫଳରେ ଋଷ ଆଗାମୀ 2020ରେ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାଗ ନେଇପାରିବ ନାହିଁ । ଏହା ସହିତ 2022ରେ ହେବାକୁ ଥିବା ଶୀତକାଳୀନ ଅଲମ୍ପିକ୍ସ ଏବଂ ବିଶ୍ଵ ଚାମ୍ପିୟନଶିପ୍‌ରେ ମଧ୍ୟ ଅଂଶଗ୍ରହଣ କରିପାରିବ ନାହିଁ ଋଷିଆ । ଅନେକ ଡୋପିଂ ମାମଲାକୁ ଲୁଚାଇବା ପାଇଁ ଲାବରେଟୋରି ଡାଟାବେସରେ ତଥ୍ୟ ଏପଟସେପଟ କରିଥିବାରୁ ଋଷ ବିପକ୍ଷରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ପାକିସ୍ତାନୀ ଭିସା ଉପରେ ଆମେରିକୀୟ ପ୍ରତିବନ୍ଧକ

ପାକିସ୍ତାନୀ ଭିସା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା ଚେତାବନୀ ଦେଇଛି। ଏହାକୁ ପାକିସ୍ତାନର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରାଯିବ। ଆମେରିକାର ବୈଦେଶିକ ବିଭାଗ କହିଛି କି, ପାକିସ୍ତାନରେ ଦୂତାବାସ ସମ୍ବନ୍ଧିତ କାମକାର୍ଯ୍ୟରେ ଏପର୍ଯ୍ୟନ୍ତ କୌଣସୀ ପରିବର୍ତନ ହୋଇ ନାହିଁ। ନିଜ ନାଗରିକଙ୍କ ଭିସା ଅବଧି ସରିବା ପରେ ସେମାନଙ୍କୁ ଫେରାଇ ନେବା ଉକ୍ତ ରାଷ୍ଟ୍ରର ଦାୟିତ୍ବ ମାତ୍ର ପାକିସ୍ତାନ ନିୟମିତ ଭାବରେ ଏହାକୁ ଭଙ୍ଗ କରି ଚାଲିଛି। ଏହି ଅବସ୍ଥାରେ ସୁଧାର ନ ଆସିଲେ ସଙ୍ଘୀୟ ରେଜିଷ୍ଟର ଅଧିସୂଚନାରେ ଉଲ୍ଲେଖିତ ପ୍ରତିବନ୍ଧର ପରିଣାମ ସ୍ୱରୂପ ଆମେରିକା ପାକିସ୍ତାନୀ ନାଗରିକଙ୍କ ଭିସା ଉପରେ ରୋକ ଲଗାଇ ପାରିବ। ଆମେରିକା କାନୁନ ଅନୁଯାୟୀ, ଯେଉଁ ଦେଶ ପ୍ରତ୍ୟାର୍ପିତ କରିଥିବା ଭିସା ଅବଧି ସମାପ୍ତ ହେବା ପରେ ରୁହନ୍ତି ଏବଂ ନିଜ ନାଗରିକଙ୍କୁ ଫେରେଇ ନିଅନ୍ତି ନାହିଁ ସେହି ଦେଶର ନାଗରିକଙ୍କୁ ଆମେରିକା ଭିସା ଦେବ ନାହିଁ। ବୈଦେଶିକ ବିଭାଗର ଜଣେ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ପାକିସ୍ତାନରେ ଦୂତାବାସ ସମ୍ବନ୍ଧିତ କାମକାର୍ଯ୍ୟରେ କୌଣସୀ ପରିବର୍ତନ ହେବ ନାହିଁ। ଆମେରିକାରେ ପାକିସ୍ତାନର ପୂର୍ବତନ ରାଜଦୂତ ହୁସୈନ ହକ୍କାନୀଙ୍କ କହିବା ଅନୁଯାୟୀ, ଏହା ଦ୍ୱାରା ପାକିସ୍ତାନ ପାଇଁ ଅଡୁଆ ବଢିବ। ଏହା ଦ୍ୱାରା ଯେଉଁ ପାକିସ୍ତାନୀ ଆମେରିକା ଯିବାକୁ ଚାହୁଁଛନ୍ତି ସେମାନେ ଏଥିରୁ ବଂଚିତ ରହିବେ।

Categories
ଆଜିର ଖବର

ପୁଣି ଇସିଙ୍କ ଛାଟ : ମୋଦିଙ୍କ ଜୀବନୀ ଫିଲ୍ମ ପରେ ଜୀବନୀ ଓ୍ବେବସିରିଜ୍‌କୁ ରୋକ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବା ପରେ ଏବେ ନିର୍ବାଚନ ଆୟୋଗ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଓ୍ଵେବ୍ ସିରିଜ  ମୋଦି – ଜର୍ଣ୍ଣି ଅଫ୍‌ ଏ କମନ୍‌ମ୍ୟାନ୍‌ର ପ୍ରସାରଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଶନିବାର ଦିନ ନିର୍ବାଚନ ଆୟୋଗ ଏହି ଓ୍ଵେବ୍ ସିରିଜର ସମସ୍ତ ଏପିସୋଡର ଷ୍ଟ୍ରିମିଂ ନିଜର ସମସ୍ତ ପ୍ଲାଟ ଫର୍ମରେ ବନ୍ଦ କରିବାକୁ ଇରୋସ ନାଓକୁ ଆଦେଶ ଦେଇଛନ୍ତି। ବିବେକ ଓବରୟଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦୀ’କୁ ନିର୍ବାଚନ ଆୟୋଗ ରିଲିଜ୍ ଠିକ୍ ପୂର୍ବରୁ ପ୍ରତିବନ୍ଧକ ଲଗାଇଥିଲେ। ଫିଲ୍ମ ଏପ୍ରିଲ ୧୨ରେ ରିଲିଜ୍ ହେବାର ଥିଲା। ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଥିଲା। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ମୋଦୀଙ୍କ ବାୟୋପିକ ଉପରେ ଇସି ଛାଟ ଲାଗିଛି।  ପିଏମ ମୋଦୀଙ୍କ ଉପରେ ନିର୍ମିତ ସିରିଜର ପାଞ୍ଚଟି ଏପିସୋଡ ଷ୍ଟ୍ରିମିଂ ହୋଇସାରିଛି। ୫ଟି ଏପିସୋଡ ପ୍ରସାରଣ ପରେ ଏବେ ନିର୍ବାଚନ ଆୟୋଗ ଏହା ଉପରେ ବ୍ୟାନ୍ ଲଗାଇଛନ୍ତି।

Categories
ଆଜିର ଖବର

ମଧ୍ୟପ୍ରଦେଶରେ ‘ଚୌକିଦାର ଚୋର ହୖ’ ଉପରେ ପ୍ରତିବନ୍ଧକ ଲଗାଇଲେ ଇସି

ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନର ଅଧିକାରୀ କଂଗ୍ରେସର ‘ଚୌକିଦାର ଚୋର’ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରାତେଶ କୌଲ ବୁଧବାର ଦିନ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏହି ବିଜ୍ଞାପନର ପ୍ରସାରଣ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ‘ଚୌକିଦାର ଚୋର’ ବିଜ୍ଞାପନର ଆଞ୍ଚଳିକ ଗଣମାଧ୍ୟମରେ ପ୍ରସାରଣ ବନ୍ଦ କରିବାକୁ କୁହାଯାଇଛି। ଏହା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ‘ଚୌକିଦାର ଚୋର’ କୁ ନେଇ ରାହୁଲ ଗାନ୍ଧୀଙ୍କୁ ଜବାବ ମାଗିଛନ୍ତି।  ଭାରତୀୟ ଜନତା ପାର୍ଟି ତରଫରୁ ‘ଚୌକିଦାର ଚୋର ହୖ’ ବିଜ୍ଞାପନକୁ ନେଇ ନିର୍ବାଚନ ପଦାଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲା। ବିଜ୍ଞାପନଟି ଅପମାନଜନକ ଓ ଆପତ୍ତିଜନକ ବୋଲି ଏହି ଅଭିଯୋଗରେ କୁହାଯାଇଥିଲା। ନିର୍ବାଚନ ଆୟୋଗଙ୍କ ଗଣମାଧ୍ୟମ ପ୍ରାମାଣିକତା ଏବଂ ପର୍ଯ୍ୟବେକ୍ଷଣ କମିଟି ବିନା ଅନୁମତିରେ ଏହି ବିଜ୍ଞାପନର ପ୍ରସାରଣ କରାଯାଉଥିବା ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବକ ଏହି ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Categories
ଆଜିର ଖବର

ଯୋଗୀ ଏବଂ ମାୟାବତୀଙ୍କୁ ଇସିଙ୍କ ଛାଟ :  ନିର୍ବାଚନୀ ପ୍ରଚାର ଉପରେ ଲାଗିଲା ପ୍ରତିବନ୍ଧକ

ନିର୍ବାଚନ ଆୟୋଗ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯୋଗୀଙ୍କ ନିର୍ବାଚନୀ ପ୍ରଚାର ଉପରେ ୭୨ ଘଣ୍ଟା (୩ ଦିନ) ଏବଂ ବହୁଜନ ସମାଜବାଦୀ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀଙ୍କ ପ୍ରଚାର ଉପରେ ୪୮ ଘଣ୍ଟା (୨ ଦିନ)ର ପ୍ରତିବନ୍ଧକ ଲଗାଇଛି। ମଙ୍ଗଳବାର ସକାଳ ୬ଟାରୁ ଏହି ପ୍ରତିବନ୍ଧକ ଲାଗୁ ହେବ। ଯୋଗୀ ଏବଂ ମାୟାବତୀଙ୍କ ବିରୋଧରେ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ରହିଥିଲା। ଉଭୟ ଉତ୍ତେଜକ ଭାଷଣ ଦେଇଥିବାର ଅଭିଯୋଗ ମଧ୍ୟ ରହିଥିଲା। ସୂଚନାଯୋଗ୍ୟ ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଏଥିରେ ନେତାମାନେ ଜାତି, ଧର୍ମ ଆଧାରରେ ଘୃଣା ପ୍ରସାରଣ କରୁଥିବାର ଟିପ୍ପଣୀମାନ ଦେଉଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ଏଭଳି ଘୃଣ୍ୟ ରାଜନୀତି କରୁଥିବା ବ୍ୟକ୍ତିବିଶେଷ ତଥା ରାଜନୈତିକ ଦଳ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ ଏହି ମାମଲାରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଉଭୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ ଅୟୋଗଙ୍କୁ କହିଥିଲେ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଇସି ଆଜି ଯୋଗୀ ଓ ମାୟାଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Categories
ଆଜିର ଖବର

ଏପ୍ରିଲ୍‌ ୧୧ ରୁ ମେ ୧୯ ମଧ୍ୟରେ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ପ୍ରକାଶ ନକରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଚଳିତ ଥର ନିର୍ବାଚନ କମିଶନ ସ୍ବଚ୍ଛ ନିର୍ବାଚନ ପାଇଁ ବିଶେଷ ପ୍ରକାରର ପଦକ୍ଷେପ ନେଇଛନ୍ତି । ଏଥିନିମେନ୍ତ ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି କରିବା ସହିତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ମଧ୍ୟ ନେଉଛନ୍ତି । ଏକ୍‌ଜିଟ୍‌ ପୋଲ୍‌ର ପ୍ରାସାରଣ ଉପରେ ମଧ୍ୟ  ରୋକ୍‌ ଲଗାଇଛନ୍ତି ନିର୍ବାଚନ କମିଶନ। ଏପ୍ରିଲ୍‌ ୧୧ରୁ ମେ ୧୯ ମଧ୍ୟରେ କୌଣସିବି ଏକ୍‌ଜିଟ ପୋଲ୍‌ କରାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ଏପ୍ରିଲ୍‌ ୧୧ ସକାଳ ୭ଟା ପରଠାରୁ ମେ ୧୯ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ କୌଣସି ଏକ୍‌ଜିଟ୍‌ ପୋଲ୍ ଅନୁଷ୍ଠିତ ହୋଇ ପାରିବ ନାହିଁ। କୌଣସି ବୈଦ୍ୟୁତିକ ତଥା ମୁଦ୍ରିତ ଗଣମାଧ୍ୟମ ଯଦି ଏହି ନିୟମ ଉଲଂଘନ କରନ୍ତି ତେବେ ଉକ୍ତ ଚ୍ୟାନେଲକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବାସନ୍ଦ କରାଯିବ। ୭ଟି ପର୍ଯ୍ୟାୟରେ ଚଳିତ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏପ୍ରିଲ୍‌ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମେ ୧୯ରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମେ ୨୩ ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

 

Categories
ଆଜିର ଖବର

୧୦୦ ଔଷଧ ଉପରେ ରୋକ୍‌ ଲଗାଇବେ ସରକାର

ଔଷଧ କମ୍ପାନୀଙ୍କ ମନମୁଖି ଗତିବିଧି ଉପରେ ଅଙ୍କୁଶ ଲଗାଇବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ୧୦୦ରୁ ଊର୍ଦ୍ଧ୍ବ ନାମୀଦାମୀ ବା ବ୍ରାଣ୍ଡେଡ ଔଷଧ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଜଣାପଡିଛି। ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜର ବୋର୍ଡ (ଡିଟିଏବି) ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଗତବର୍ଷ ମଧ୍ୟ ଭାରତ ସରକାର ୩୪୪ ଔଷଧ ଉପରେ ରୋକ୍‌ ଲଗାଇଥିଲେ। ପ୍ରକାଶଯୋଗ୍ୟ ଯେ ଭାରତରେ ବହୁ ବଡ଼ ବ୍ରାଣ୍ଡେଡ଼ କମ୍ପାନୀ ଆବଶ୍ୟକ ସ୍ୱୀକୃତି ବିନା ଫିକ୍ସ ଡୋଜ କମ୍ବିନେଶନ (ଏଫଡିସି) ଔଷଧ ପ୍ରସ୍ତୁତ ଓ ବିକ୍ରି କରୁଛନ୍ତି। ଏହାର ସିଧା ସଳଖ ପ୍ରଭାବ ରୋଗୀଙ୍କ ଉପରେ ପଡୁଛି। ଏଫଡିସି ଯୋଗୁଁ ରୋଗୀଙ୍କୁ ଅନାବଶ୍ୟକ ଔଷଧ ବି ଖାଇବାକୁ ପଡୁଛି। କେତେକ ଔଷଧର ଗୁଣାବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅଭିଯୋଗ ଆସିଛି। ଅଭିଯୋଗ ଆଧାରରେ ସରକାର ଔଷଧ କମ୍ପାନୀଗୁଡ଼ିକର କାର୍ଯ୍ୟଶୈଳୀରେ ସୁଧାର ଆଣିବା ପାଇଁ କେତେକ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଛନ୍ତି। ଏହି ଅନୁସାରେ ୧୦୦ଟି ନାମୀଦାମୀ ଔଷଧ ପାଇଁ ଔଷଧ କମ୍ପାନୀଗୁଡ଼ିକୁ ଅଧିକ ଗବେଷଣା କରିବାକୁ କୁହାଯାଇପାରେ। ଏହାଦ୍ୱାରା ଔଷଧର ଗୁଣାବତ୍ତା ସୁନିଶ୍ଚିତ କରିହେବ ଓ ସରକାର ଏନେଇ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି କୁହାଯାଇଛି। ଏହାବ୍ୟତୀତ ଚୀନ ଓ ଅନ୍ୟ କେତେକ ଦେଶରୁ ଔଷଧ ତିଆରି ପାଇଁ ଆମଦାନୀ ହେଉଥିବା କଞ୍ଚାମାଲରେ ଗୋଳମାଳ ଓ ନିମ୍ନଗୁଣବତ୍ତା ନେଇ ଅଭିଯୋଗ ଆସିଛି। ତେଣୁ ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର

ଓଲା ଚଳାଚଳକୁ 6 ମାସ ପାଇଁ ବନ୍ଦ କରିଲା ବାଙ୍ଗାଲୁରୁ ପରିବହନ ବିଭାଗ, ବିନା ଅନୁମତିରେ ଗାଡିଚଳାଚଳ ଅଭିଯୋଗ।

ବେଙ୍ଗାଲୁରୁରେ କାର୍‌ ଏବଂ ବାଇକ୍‌ ସେବା ଯୋଗାଉଥିବା କମ୍ପାନୀ ଓଲା ଉପରେ ୬ମାସ ପାଇଁ ବନ୍ଦ ଆଦେଶ ଦିଆଯାଇଛି। ବେଙ୍ଗାଲୁରୁର ସ୍ଥାନୀୟ ପରିବହନ ବିଭାଗ ପକ୍ଷରୁ ଏହି ଆଦେଶ ଜାରୀ କରାଯାଇଛି। ଅନୈତିକ ଭାବରେ ବାଇକ୍‌ ଟ୍ୟାକ୍ସି ସେବା ପ୍ରଦାନ କରିବା ଅଭିଯୋଗ ପରେ ଓଲା ଉପରେ ଏହି ପଦକ୍ଷେପ ନିଆଯାଇଥିବାର ସ୍ଥାନୀୟ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୦୧୬ରେ ପାସ୍‌ ହାେଇଥିବା ପରିବହନ ନିୟମ ଅନୁଯାୟୀ ବେଙ୍ଗାଲୁରୁରେ ବାଇକ୍‌ ଟ୍ୟାକ୍ସି ସୁବିଧା ପ୍ରଚଳନ କରାଯାଇପାରିବ ନାହିଁ। ମାତ୍ର ଅନୁମତି ନଥିବା ସତ୍ତ୍ବେ ଓଲା ଏହି ସେବା ଯୋଗାଇଥିବାରୁ ଏହି ବାସନ୍ଦାଦେଶ ଲଗାଯାଇଛି। ଏହି ବାସନ୍ଦାଦେଶ ପରେ ଓଲା ବେଙ୍ଗାଲୁରୁରେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଟ୍ୟାକ୍ସି, କାର୍‌, ଅଟୋ ଏବଂ ବାଇକ୍‌ ସେବା ପ୍ରଦାନ କରିପାରିବ ନାହିଁ।