ଭାରୋତ୍ତଳିକା ସର୍ବଜିତ୍‌ କୌର୍‌ ଚାରି ବର୍ଷ ବାସନ୍ଦ

Published: Jan 8, 2020, 12:40 pm IST

ନୂଆଦିଲ୍ଲୀ : ଭାରତୀୟ ଭାରୋତ୍ତଳିକା ସର୍ବଜିତ୍‌ କୌର୍‌ ଚାରି ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ନିଷିଦ୍ଧ ଡ୍ରଗ୍ସ ସେବନ କାରଣରୁ ନାଡା ପକ୍ଷରୁ ବୁଧବାର ଏହି ବାସନ୍ଦାଦେଶ ଜାରି କରାଯାଇଛି । ଫେବୃୟାରୀ ମାସରେ ବିଶାଖାପାଟନମ୍‌ରେ ଅନୁଷ୍ଠିତ 34 ତମ ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ସର୍ବଜିତ୍‌ କୌର୍‌ଙ୍କ ନମୂନାରେ ନିଷିଦ୍ଧ ପଦାର୍ଥ ମିଳିଛି । ଏହି ପ୍ରତିଯୋଗିତାରେ 71 କିଗ୍ରା ବର୍ଗରେ ସର୍ବଜିତ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସର୍ବଜିତ୍‌ଙ୍କ ନମୂନାରେ ଡାଇ ହାଇଡ୍ରୋକ୍ସି ଏଲ୍‌ଜିଡି-4033 ସହିତ ସାର୍ମ ଏବଂ ଅଷ୍ଟ୍ରେଇନ୍‌ ପରି ନିଷିଦ୍ଧ ପଦାର୍ଥ ମିଳିଥିବା ନେଇ ନାଡା ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ 2017 ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ବିଜୟିନୀ ସୀମାଙ୍କୁ ମଧ୍ୟ ନାଡା ପକ୍ଷରୁ ଚାରି ବର୍ଷ ପାଇଁ ବାସନ୍ଦ କରାଯାଇଥିଲା । (ଏଜେନ୍ସୀ)

Related posts