Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଇକେଲ୍‌ ମେକାନିକ୍‌ ପାଖରେ ଉଧାରରେ ଅଛନ୍ତି ସଲମନ୍‌
ଆଜିର ଖବର

ସାଇକେଲ୍‌ ମେକାନିକ୍‌ ପାଖରେ ଉଧାରରେ ଅଛନ୍ତି ସଲମନ୍‌

January 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଏହି ସୁପରଷ୍ଟାରଜଣକ ଫିଲ୍ମ ଦୁନିଆରେ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ନିଜ ଜୀବନଶୈଳୀକୁ ନେଇ। ସେହିପରି ତାଙ୍କର ବଦାନ୍ୟତା କାହାଣୀ ମଧ୍ୟ କମ୍‌ ନୁହେଁ, ବଲିଉଡ୍‌ର ହାଇଏଷ୍ଟ ପେଡ୍‌ ଅଭିନେତା ଜଣକ କିନ୍ତୁ ଉଧାରରେ ରହିଛନ୍ତି। ଆଜ୍ଞା ହଁ, ସଲମାନ୍‌ ଖାନ୍‌ ଜଣେ ସାଇକେଲ୍‌ ମେକାନିକ୍‌ଙ୍କ ପାଖରୁ 1.25 ପଇସା ଉଧାରରେ ରହିଛନ୍ତି। ଏକଥା ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ନିଜେ କହିଛନ୍ତି। ଉମଙ୍ଗ୍‌ ଇଭେଣ୍ଟରେ ଯୋଗ ଦେଇ ଅଭିନେତା ଜଣକ ନିଜ ପିଲାବେଳର କାହାଣୀ ସେୟାର କରି ଏକଥା କହିଛନ୍ତି। ବଲିଉଡ୍‌ ସୁପରଷ୍ଟାର୍‌ ନିକଟରେ ପିଲାବେଳର ଏକ ସୁନ୍ଦର ମଜାଦାର କଥାକୁ ମନେ ପକାଇ କହିଛନ୍ତି ଯେ, ସେ ଜଣେ ସାଇକେଲ୍‌ ମେକାନିକ୍‌କୁ 1.25 ପଇସା ଦେବାକୁ ଭୁଲିଯାଇଥିଲେ। ସୁପରଷ୍ଟାର୍‌ ଜଣକ ଉମଙ୍ଗ୍‌ର ଏକ ଇଭେଣ୍ଟରେ ଯୋଗଦେଇ ହାସ୍ୟକଳାକାର କପିଲ୍‌ ଶର୍ମାଙ୍କୁ ଏହି ସମ୍ପର୍କରେ କହିଥିଲେ।

ତେବେ ମେକାନିକ୍‌ଙ୍କର 1.25 ପଇସା ଉଧାର ରହିଛି ବୋଲି ସେ ନିକଟରେ ଜାଣିବାକୁ ପାଇଛନ୍ତି। ନିକଟରେ ସେ ତାଙ୍କର ସାଇକେଲ୍‌କୁ ନେଇ ସଜାଡିବାକୁ ଯାଇଥିଲେ। ସେ  ସର୍ଟସ୍‌ ଓ ସାର୍ଟ ପିନ୍ଧି ସାଇକେଲ୍‌ ଚଲାଉଥିବାବେଳେ ପାଖରେ କିଛି ପଇସା ନଥିଲା। ତେଣୁ ସେ ସାଇକେଲ୍‌ ମେକାନିକ୍‌ଙ୍କୁ କହିଥିଲି ଯେ, ଆପଣ ଏହି ସାଇକେଲ୍‌ଟିକୁ ଠିକ୍‌ କରି ଦିଅନ୍ତୁ ମୁଁ ଆସିକି ପଇସା ଦେଉଛି। ସେତେବେଳେ ସେହି ମେକାନିକ୍‌ ଜଣକ କହିଲେ ଯେ, ‘ତୁମେ ପିଲାବେଳେ ବି ଏମିତି କରୁଥିଲା। ତୁମେ ଆଗରୁ ଥରେ ସାଇକେଲ୍‌ ଠିକ୍‌ କରି ପଇସା ଦେଇନଥିଲେ । ତୁମର ଆଜି ବି 1.25ଟଙ୍କା ଉଧାର ରହିଛି।’ ଏହା ଶୁଣି ମୋତେ ବହୁତ ଖରାପ ଲାଗିଥିଲା ବୋଲି କହିଛନ୍ତି ସଲ୍ଲୁ।

ଦବଙ୍ଗ୍‌ ଷ୍ଟାର୍‌ ସଲମନ୍‌ କହିଛନ୍ତି ଯେ, ସେ ଏବେ ମେକାନିକ୍‌ଙ୍କୁ ପଇସା ଫେରାଇବାକୁ ଚାହିଁଥିଲେ, କିନ୍ତୁ ସେ ପଇସା ନେବାକୁ ମନା କରିଥିଲେ। ଏହି ଅବସରର ସଲମନ୍‌ ପିଲାବେଳେ କେମିତି ପଇସା ବଞ୍ଚାଇବା ପାଇଁ ସ୍କୁଟରରେ ଅଧା କିରୋସିନି ଓ ଅଧା ପଟ୍ରୋଲ୍‌ ବ୍ୟବହାର କରୁଥିଲେ ବୋଲି ସେ କହିଥିଲେ। (ଏଜେନ୍ସି)

salmankhan
Share. Facebook Twitter LinkedIn Email WhatsApp Copy Link

Related Posts

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026

ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଶାନ କିଶାନଙ୍କୁ କେତେ ପୁରସ୍କାର ରାଶି ମିଳିଥିଲା?: ଜାଣନ୍ତୁ….

March 9, 2026

ପୂର୍ବତଟ ରେଳପଥ ମଧ୍ୟଦେଇ ଚଳାଚଳ କରିବ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ

March 9, 2026
Latest News

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026

ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଶାନ କିଶାନଙ୍କୁ କେତେ ପୁରସ୍କାର ରାଶି ମିଳିଥିଲା?: ଜାଣନ୍ତୁ….

March 9, 2026

ପୂର୍ବତଟ ରେଳପଥ ମଧ୍ୟଦେଇ ଚଳାଚଳ କରିବ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ

March 9, 2026

ଇରାନ ବିରୁଦ୍ଧରେ ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କଲା ତୁର୍କୀ: ମୁତୟନ କଲା ଯୁଦ୍ଧଜାହାଜ

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.