ଚର୍ଚ୍ଚାରେ ପିସିଙ୍କ କିମୋନୋ ଡ୍ରେସ୍‌ : ଡିପ୍‌ ନେକ୍‌ଲାଇନ୍‌ର ହ୍ବାଇଟ୍‌ ଆଉଟ୍‌ଫିଟ୍‌ରେ ପ୍ରିୟଙ୍କାଙ୍କ ଜଲ୍‌ଓ୍ବା

Published: Jan 27, 2020, 4:42 pm IST

ଲସ୍‌ ଏଞ୍ଜଲସ୍‌ : ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ପ୍ରିୟଙ୍କା ଚୋପ୍ରା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପ୍ରିୟଙ୍କା ଗ୍ରାମ୍ମୀ ଆଓ୍ବାର୍ଡସ୍‌ରେ ରେଡ୍‌ କାର୍ପେଟ୍‌ରେ ବେଶ୍‌ ବୋଲ୍ଡ ଅନ୍ଦାଜ୍‌ରେ ଦେଖିବାକୁ ମିଳିଥିଲେ । ଲସ୍‌ ଏଞ୍ଜେଲସ୍‌ଠାରେ ଆୟୋଜିତ ଏହି ଆଓ୍ବାର୍ଡ ଶୋ’ରେ ପ୍ରିୟଙ୍କା ନିଜ ସ୍ବାମୀ ନିକ୍‌ ଜୋନସ୍‌ଙ୍କ ସହ ଉପସ୍ଥିତ ରହିଥିଲେ । ତେବେ ଚର୍ଚ୍ଚାରେ ରହିଥିଲା ପ୍ରିୟଙ୍କା ଡ୍ରେସ୍‌ । ଏହି ଅବସରରେ ପିସି ଡିଜାଇନର୍‌ ରାଲ୍‌ଫ ଓ ରିସୋଙ୍କ ଡିଜାଇନର ପ୍ରସ୍ତୁତ ଆଇଭରି ସେକ୍ୟୁଇନ୍‌ – ଏନ୍‌କ୍ରଷ୍ଟଡେ ସିଲ୍କ କ୍ରେପ୍‌ କାଡି କିମୋନୋ ଆଉଟ୍‌ଫିଟ୍‌ରେ ନଜର ଆସିଥିଲେ । ଡିପ୍‌ ନେକ୍‌ଲାଇନ୍‌ର ଏହି ହ୍ବାଇଟ୍‌ ଆଉଟ୍‌ଫିଟ୍‌ରେ ଡ୍ରପ୍‌ ଇଅରିଂସ୍‌ ଓ ଫ୍ଲୋରାଲ୍‌ ରିଙ୍ଗସ୍‌ ସହ ବେଲି ବଟନ୍‌ ଷ୍ଟଡ୍‌ ମଧ୍ୟ ପିନ୍ଧି ବେଶ୍‌ ଗ୍ଲାମରସ୍‌ ଅନ୍ଦାଜ୍‌ରେ ପିସି ନିଜକୁ ଉପସ୍ଥାପନ କରିଥିଲେ । ଡ୍ରେସ୍‌ ସହିତ ତାଙ୍କ ମେକ୍‌ଅପ୍‌ ତାଙ୍କୁ ବେଶ୍‌ ଆକର୍ଷଣୀୟା କରିଥିଲା । ସେହିପରି ନିକ୍‌ ବ୍ରୋଞ୍ଜ୍‌ କଲର୍‌ର ପେଣ୍ଟ୍‌ ସୁଟ୍‌ରେ ନଜର ଆସିଥିଲେ । ତେବେ ଏହି ରିସ୍କି ଡ୍ରେସ୍‌କୁ ପିସି ବେଶ୍‌ ଭଲ ରୂପେ ହ୍ୟାଣ୍ଡେଲ୍‌ କରିଥିବାବେଳେ ହଲିଉଡ୍‌ ଗାୟିକା ତଥା ଅଭିନେତ୍ରୀ ଜେନିଫର୍‌ ଲୋପେଜ୍‌ଙ୍କ ସହ ପିସିଙ୍କ ଆଉଟ୍‌ଫିଟ୍‌କୁ ତୁଳନା କରାଯାଇଥିଲା । ଜେନିଫର୍‌ଙ୍କୁ ପିସିଙ୍କ ପରି ଏକ ଗ୍ରୀନ୍‌ ଆଉଟ୍‌ଫିଟ୍‌ରେ ଦେଖିବାକୁ ମିଳିଥିଲା । (ଏଜେନ୍ସି)

Related posts