Categories
ଆଜିର ଖବର ଜୀବନ ଶୈଳୀ ମନୋରଂଜନ

ଦୀପିକା ଓ ପ୍ରିୟଙ୍କାଙ୍କୁ ପଛରେ ପକାଇଲେ କୋହଲି : ଇନଷ୍ଟାଗ୍ରାମରେ 50 ମିଲିୟନ୍‌ ଫଲୋଅର

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମରେ କୋହଲିଙ୍କ ଫଲୋଅର ସଂଖ୍ୟା 50 ମିଲିୟନ୍‌ ଛୁଇଁଛି । ପ୍ରଥମ ଭାରତୀୟ ଭାବରେ କୋହଲି 50 ମିଲିୟନ୍‌ ଛୁଇଁଛନ୍ତି । କୋହଲିଙ୍କ ତଳକୁ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ 49.9 ମିଲିୟନ୍‌ ଫଲୋଅରଙ୍କ ସହିତ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ 44.1 ମିଲିୟନ୍‌ ଫଲୋଅରଙ୍କ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 34.5 ମିଲିୟନ୍‌ ଫଲୋଅରଙ୍କ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି । ବିରାଟ କୋହଲି ଇନ୍‌ଷ୍ଟାଗ୍ରାମରେ ସମୁଦାୟ 930ଟି ପୋଷ୍ଟ କରିଥିବା ବେଳେ 480 ଜଣଙ୍କୁ ଫଲୋ କରୁଛନ୍ତି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ଚର୍ଚ୍ଚାରେ ପିସିଙ୍କ କିମୋନୋ ଡ୍ରେସ୍‌ : ଡିପ୍‌ ନେକ୍‌ଲାଇନ୍‌ର ହ୍ବାଇଟ୍‌ ଆଉଟ୍‌ଫିଟ୍‌ରେ ପ୍ରିୟଙ୍କାଙ୍କ ଜଲ୍‌ଓ୍ବା

ଲସ୍‌ ଏଞ୍ଜଲସ୍‌ : ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ପ୍ରିୟଙ୍କା ଚୋପ୍ରା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପ୍ରିୟଙ୍କା ଗ୍ରାମ୍ମୀ ଆଓ୍ବାର୍ଡସ୍‌ରେ ରେଡ୍‌ କାର୍ପେଟ୍‌ରେ ବେଶ୍‌ ବୋଲ୍ଡ ଅନ୍ଦାଜ୍‌ରେ ଦେଖିବାକୁ ମିଳିଥିଲେ । ଲସ୍‌ ଏଞ୍ଜେଲସ୍‌ଠାରେ ଆୟୋଜିତ ଏହି ଆଓ୍ବାର୍ଡ ଶୋ’ରେ ପ୍ରିୟଙ୍କା ନିଜ ସ୍ବାମୀ ନିକ୍‌ ଜୋନସ୍‌ଙ୍କ ସହ ଉପସ୍ଥିତ ରହିଥିଲେ । ତେବେ ଚର୍ଚ୍ଚାରେ ରହିଥିଲା ପ୍ରିୟଙ୍କା ଡ୍ରେସ୍‌ । ଏହି ଅବସରରେ ପିସି ଡିଜାଇନର୍‌ ରାଲ୍‌ଫ ଓ ରିସୋଙ୍କ ଡିଜାଇନର ପ୍ରସ୍ତୁତ ଆଇଭରି ସେକ୍ୟୁଇନ୍‌ – ଏନ୍‌କ୍ରଷ୍ଟଡେ ସିଲ୍କ କ୍ରେପ୍‌ କାଡି କିମୋନୋ ଆଉଟ୍‌ଫିଟ୍‌ରେ ନଜର ଆସିଥିଲେ । ଡିପ୍‌ ନେକ୍‌ଲାଇନ୍‌ର ଏହି ହ୍ବାଇଟ୍‌ ଆଉଟ୍‌ଫିଟ୍‌ରେ ଡ୍ରପ୍‌ ଇଅରିଂସ୍‌ ଓ ଫ୍ଲୋରାଲ୍‌ ରିଙ୍ଗସ୍‌ ସହ ବେଲି ବଟନ୍‌ ଷ୍ଟଡ୍‌ ମଧ୍ୟ ପିନ୍ଧି ବେଶ୍‌ ଗ୍ଲାମରସ୍‌ ଅନ୍ଦାଜ୍‌ରେ ପିସି ନିଜକୁ ଉପସ୍ଥାପନ କରିଥିଲେ । ଡ୍ରେସ୍‌ ସହିତ ତାଙ୍କ ମେକ୍‌ଅପ୍‌ ତାଙ୍କୁ ବେଶ୍‌ ଆକର୍ଷଣୀୟା କରିଥିଲା । ସେହିପରି ନିକ୍‌ ବ୍ରୋଞ୍ଜ୍‌ କଲର୍‌ର ପେଣ୍ଟ୍‌ ସୁଟ୍‌ରେ ନଜର ଆସିଥିଲେ । ତେବେ ଏହି ରିସ୍କି ଡ୍ରେସ୍‌କୁ ପିସି ବେଶ୍‌ ଭଲ ରୂପେ ହ୍ୟାଣ୍ଡେଲ୍‌ କରିଥିବାବେଳେ ହଲିଉଡ୍‌ ଗାୟିକା ତଥା ଅଭିନେତ୍ରୀ ଜେନିଫର୍‌ ଲୋପେଜ୍‌ଙ୍କ ସହ ପିସିଙ୍କ ଆଉଟ୍‌ଫିଟ୍‌କୁ ତୁଳନା କରାଯାଇଥିଲା । ଜେନିଫର୍‌ଙ୍କୁ ପିସିଙ୍କ ପରି ଏକ ଗ୍ରୀନ୍‌ ଆଉଟ୍‌ଫିଟ୍‌ରେ ଦେଖିବାକୁ ମିଳିଥିଲା । (ଏଜେନ୍ସି)

Categories
ଆଜିର ଖବର

ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍‌ର ସଦ୍‌ଭାବନା ରାଜଦୂତ ପଦରୁ ହଟାଇବା ପାଇଁ ଦାବି କରି ଯାଚିକା ଦାଏର

ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦମୟ ପରିସ୍ଥିତିରେ ପାକିସ୍ତାନୀ ପ୍ରଶଂସକମାନେ ଏବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍‌ର ସଦ୍‌ଭାବନା ରାଜଦୂତର ପଦରୁ ହଟାଇବାକ ପାଇଁ ଦାବି କରିଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ନିକଟରେ ଭାରତ ତରଫରୁ ଏୟାର୍‌ ଷ୍ଟ୍ରାଇକ୍‌ କରାଯାଇଥିବା ସମୟରେ ‘ଜୟ ହିନ୍ଦ # ଭାରତୀୟ ଅଭିଯାନ’ରେ ‘ଯୁଦ୍ଧ ପାଇଁ ଖୁସି’ ବୋଲି ଏକ ଟ୍ଵିଟ୍‌ କରିଥିଲେ । ଏହି ଟ୍ଵିଟ୍‌କୁ ନେଇ ପାକିସ୍ତାନୀ ପ୍ରଶଂସକମାନେ ପ୍ରିୟଙ୍କାଙ୍କୁ ଏହି ପଦରୁ ହଟାଇବା ପାଇଁ ଯାଚିକା ଦାଏର କରିଛନ୍ତି । ପାକିସ୍ତାନୀ ପ୍ରଶଂସକଙ୍କ ମତରେ ସଂଯୁକ୍ତ ରାଷ୍ଟ୍ର ଓ ୟୁନିସେଫ୍‌କୁ ଟ୍ୟାଗ୍‌ କରିବା ସହ ଏକ ଅନ୍‌ଲାଇନ୍‌ରେ ଯାଚିକାରେ ବିଶ୍ଵର ଆଇକନ୍‌ ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍‌ରୁ ଏହି ପଦବୀରୁ ହଟାଇବା ପାଇଁ ଦାବି କରିଛନ୍ତି । ତେବେ ଏହି ଦଲିଲ୍‌ରେ ପ୍ରିୟଙ୍କା ୟୁନିସେଫ୍‌ର ସଦ୍‌ଭାବନା ଦୂତ ହେବା ପରେ ମଧ୍ୟ ତାଙ୍କର ଦ୍ଵାରା ଏପରି ଟ୍ଵିଟ୍‌କୁ ବିରୋଧ କରାଯାଇଛି । ପ୍ରିୟଙ୍କା ଚୋପ୍ରା ଡିସେମ୍ବର ୨୦୧୬ରେ ୟୁନିସେଫ୍‌ର ସଦ୍‌ଭାବନା ରାଜଦୂତ ରୂପେ ଅବସ୍ଥାପିତ ହୋଇଥିଲେ ।

 

Categories
ଆଜିର ଖବର

ପୁଣିଥରେ ଭାଇଜାନ୍‌ଙ୍କ ସହ ନଜର ଆସିବେ ଦେଶୀଗାର୍ଲ !

ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ପୁଣିଥରେ ଭାଇଜାନଙ୍କ ସହ ନଜର ଆସିବେ ବୋଲି ଆଲୋଚନା ହେଉଛି। ଟେଲିଭିଜନ୍‌ ଶୋ’ ‘କଫି ଉଇଥ୍‌ କରନ୍‌ ୬’ରେ ଆସିଥିବା ପ୍ରିୟଙ୍କା ଏ ସମ୍ପର୍କରେ କିଛି ଈଶାରା ଦେଇଛନ୍ତି । ଯାହାକୁ ନେଇ ଅନୁମାନ କରାଯାଉଛି ଯେ ବହୁତ ଜଲ୍‌ଦି ପିସି ସଲ୍ଲୁଙ୍କ ସହ ନଜର ଆସିବେ ।  ଏହି ଶୋ’ରେ ପିସି ଖୁବ୍‌ଶୀଘ୍ର ସଞ୍ଜୟ ଲିଲା ଭଂସାଲିଙ୍କ ସହ କାମ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ନିକଟରେ ସଞ୍ଜୟଲୀଲା ଭଂସାଲୀ ତାଙ୍କ ଆଗାମୀ ପ୍ରୋଜେକ୍ଟରେ ସଲମାନ୍‌ଙ୍କୁ ନେବେ ବୋଲି ମଧ୍ୟ ସୂଚନା ରହିଥିଲା । ଯଦି ଉଭୟ କଥାକୁ ଦେଖାଯାଏ, ତେବେ ଏହାର ନିର୍ଷ୍କଷରେ ଦେଶୀଗାର୍ଲ ଭାଇଜାନ୍‌ଙ୍କ ପୁଣିଥରେ ବଡ଼ପରଦାରେ ନଜର ଆସିବେ ବୋଲି ଅନୁମାନ କରାଯାଉଛି ।  ସୂଚନାଯୋଗ୍ୟ, କିଛିମାସ ପୂର୍ବେ ନିଜ ବିବାହ ପାଇଁ ବ୍ୟସ୍ତ ଥିବା ପିସି ସଲମାନଙ୍କ ଫିଲ୍ମ ‘ଭାରତ’ର କାମ କରିବାକୁ ମନା କରି ଦେଇଥିଲେ। ଯାହାକୁ ନେଇ ସଲମାନ୍‌ ସାମାନ୍ୟ ନାରାଜ ଥିବା ଲକ୍ଷ୍ୟ କରାଯାଉଥିଲା। କିନ୍ତୁ ପିସିଙ୍କ ରିସ୍‌ପେସନ୍‌ ପାର୍ଟିରେ ଭାଇଜାନ୍‌ ନଜର ଆସି ଦୁହିଁଙ୍କ  ମଧ୍ୟରେ ସମ୍ପର୍କ ବେଶ୍‌ ଭଲ ରହିଛି ବୋଲି ପ୍ରମାଣ ଦେଇଥିଲେ । ତେବେ ଭଂସାଲୀଙ୍କ ଫିଲ୍ମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ, ନା ଅଲଗା ଅଲଗା ତାହା ସମୟ କହିବ ।